ETV Bharat / state

ପରିକ୍ରମା ପଲିଟିକ୍ସ; କଂଗ୍ରେସର ଅଭିଯୋଗ, ସରକାରୀ ଅର୍ଥରେ ନିଜର ପ୍ରଚାର କରୁଛି ବିଜେଡି - ପରିକ୍ରମା ପଲିଟିକ୍ସ

Parikrama Politics: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି । ସରକାରୀ ଅର୍ଥରେ ବିଜେଡି ନିଜର ପ୍ରଚାର କରୁଛି ବୋଲି ଅଭିଯୋଗ ଆଣିଲା କଂଗ୍ରେସ । ଅଧିକ ପଢନ୍ତୁ

Parikrama Politics
Parikrama Politics
author img

By ETV Bharat Odisha Team

Published : Jan 8, 2024, 9:13 PM IST

ପରିକ୍ରମା ପଲିଟିକ୍ସ

ଭୁବନେଶ୍ବର: ଆସନ୍ତା 17 ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଏନେଇ ଓଡ଼ିଶାରେ ଗଳିକନ୍ଦିରେ ବୁଲୁଛି ଅର୍ପଣ ରଥ । ପରିକ୍ରମା ରଥ ମାଧ୍ୟମରେ ଜନସାଧାରଣଙ୍କୁ ନିମନ୍ତ୍ରଣ କରାଯାଉଛି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । କଂଗ୍ରେସର କହିବା କଥା ବିଜେଡି ପରିକ୍ରମା ପ୍ରକଳ୍ପ ମାଧ୍ୟମରେ ରାଜନୀତି କରୁଛି । ସରକାରୀ ଅର୍ଥରେ ଶାସକ ଦଳ ନିଜର ପ୍ରଚାର ପ୍ରସାର କରୁଛି । ନିର୍ବାଚନ ଆସୁଥିବାରୁ ଏହା କେବଳ ପ୍ରଚାର ପ୍ରସାର କରୁଛି ବିଜୁ ଜନତା ଦଳ।

ଓଡ଼ିଶାରେ ପରିକ୍ରମା ରଥ ରାଜ୍ୟରେ ବୁଲିବା ପ୍ରସଙ୍ଗ ମତ ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି,"ବିଜେଡି ଏବଂ ବିଜେପି ହେଉଛନ୍ତି ଭାଇ ଭାଇ । ଗୋଟିଏ ଦଳ ଯାହା କରିବ ଅନ୍ୟ ଦଳ ସେହିଭଳି କରିବ । ଜଗନ୍ନାଥଙ୍କ ଜମି, ରତ୍ନ ଭଣ୍ଡାର, 4 ଦ୍ଵାର ଖୋଲିବା ଆମେ ଦାବି କରିଥିଲୁ । ଯଦି ସରକାରଙ୍କ ସତସାହସ ଅଛି ତେବେ ଏସବୁ କାର୍ଯ୍ୟ କରିକି ଦେଖନ୍ତୁ । ସେସବୁ କରିବେ ନାହିଁ କେବଳ ଗରିବଙ୍କ ଟିକସ ଅର୍ଥରେ ପ୍ରଚାର କରିବା ପାଇଁ ରଥ ବୁଲାଉଛନ୍ତି । ଆମେ ଏହାକୁ ନିନ୍ଦା କରୁଛୁ । ସରକାର 24 ବର୍ଷ ପରେ ଜଗନ୍ନାଥ ମହାପ୍ରଭୁଙ୍କ କଥା ମନେ ପଡୁଛି । ବିଜେଡି ଚିହ୍ନ ଲଗାଇ ସାଧାରଣ ଲୋକଙ୍କର ଅର୍ଥକୁ ଯେଉଁଭଳି ଭାବରେ ଖର୍ଚ୍ଚ କରୁଛନ୍ତି ସରକାର ତାରା ବିଚାର ଜନସାଧାରଣ କରିବେ ।"

ଏହା ବି ପଢନ୍ତୁ- ପିପିଲିରେ ଚାଉଳ ଗୁଆ ସଂଗ୍ରହ କଲା ଅର୍ପଣ ରଥ

ନିର୍ବାଚନୀ ବର୍ଷ ଥିବାରୁ ଧର୍ମାନୁଷ୍ଠାନକୁ ନେଇ ନେଇ ତେଜୁଛି ରାଜନୀତି । ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସେପଟେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ବିଜେଡି ବିଜେପି ରାଜନୀତି କରୁଛନ୍ତି ବୋଲି କହିଛି କଂଗ୍ରେସ । ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ପାଇଁ ଧର୍ମକୁ ନେଇ ରାଜନୀତି କରୁଛନ୍ତି ଉଭୟ ଦଳ ବୋଲି ଅଭିଯୋଗ ଆଣିଛି କଂଗ୍ରେସ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟରେ ବୁଲୁଛି ଅର୍ପଣ ରଥ । ଏହା ମାଧ୍ୟମରେ ପ୍ରତିଟି ଗାଁରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୁଆ ଚାଉଳ ପଠାଉଛନ୍ତି ଶ୍ରଦ୍ଧାଳୁ ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ଚାରିପଟେ ଟାଇଲ ପକାଇ ନିଜର ପ୍ରଚାର କରୁଛି ବିଜେଡି: ବିଜେପି

ସୂଚନା ଥାଉ କି ଶ୍ରୀମନ୍ଦିରକୁ ନେଇ କଂଗ୍ରେସ ପକ୍ଷରୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଛି । ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା, ରତ୍ନଭଣ୍ଡାର ମରାମତି, ରତ୍ନ ଅଳଙ୍କାର ଗଣତି ଏବଂ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ହଜାର ହଜାର ଏକର ଜମି ଫେରାଇ ଆଣିବାକୁ ଦାବି କରିଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.