ETV Bharat / state

ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର: କଂଗ୍ରେସ - ଶିକ୍ଷା ବ୍ୟବସ୍ଥାକୁ ନେଇ ବର୍ଷିଲା କଂଗ୍ରେସ

ଦେଶର ଭବିଷ୍ୟତମାନଙ୍କ ଉପରେ ନାହିଁ କେନ୍ଦ୍ର କି ରାଜ୍ୟ ସରକାରଙ୍କ ନିଘା । ଦେଶ ଓ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ବର୍ଷିଲା କଂଗ୍ରେସ । ଅଧିକ ପଢନ୍ତୁ

ଦେଶର ଭବିଷ୍ୟତମାନଙ୍କ ଉପରେ ନାହିଁ କେନ୍ଦ୍ର କି ରାଜ୍ୟ ସରକାରଙ୍କ ନିଘା

author img

By ETV Bharat Odisha Team

Published : Sep 13, 2023, 10:37 PM IST

ଦେଶର ଭବିଷ୍ୟତମାନଙ୍କ ଉପରେ ନାହିଁ କେନ୍ଦ୍ର କି ରାଜ୍ୟ ସରକାରଙ୍କ ନିଘା

ଭୁବନେଶ୍ବର: ଦେଶରେ ଏବଂ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୂଷୁଡ଼ି ପଡ଼ିଛି କହି ଉଭୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଦେଶରେ ୧୨୫୩ କେନ୍ଦ୍ରୀୟ ବିଦ୍ୟାଳୟ ଥିବା ବେଳେ ଓଡ଼ିଶାରେ ୬୭ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି । ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରୁ ୩୫ଟି ବିଦ୍ୟାଳୟରେ ଅଧ୍ୟକ୍ଷ ପଦ ଖାଲି ପଡ଼ିଛି । ସେହିପରି ୭୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ୬୦ ପ୍ରତିଶତ ଶିକ୍ଷକ ଚୁକ୍ତିଭିତିକ ଭାବେ କାର୍ଯ୍ୟ କରୁଛନ୍ତି । ଦେଶରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି । କେନ୍ଦ୍ରୀୟ ବିଦ୍ୟାଳୟରେ 40 ପ୍ରତିଶତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ପଦବୀ ଖାଲି ପଡିଥିବା ଅଭିଯୋଗ କରିଛି କଂଗ୍ରେସ ।

କଂଗ୍ରେସ ମୁଖପାତ୍ର କୃଷ୍ଣଚନ୍ଦ୍ର ପତି କହିଛନ୍ତି, "ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ରାଜ୍ୟବାସୀ ଭାବିଥିଲେ ସେ ଓଡ଼ିଆ ଲୋକ ହିସାବରେ ଶିକ୍ଷାବ୍ୟବସ୍ଥାରେ ରାଜ୍ୟରେ ଉନ୍ନତି କରିବେ ବୋଲି । କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷାବ୍ୟବସ୍ଥାର ଉନ୍ନତିକରଣ କରିବା ସହିତ ସମସ୍ତ ସମସ୍ୟାର ଦୂର କରିବେ ବୋଲି । କିନ୍ତୁ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପରିବର୍ତ୍ତେ ଦିନକୁ ଦିନ ଅବନ୍ନତି ଆଡ଼କୁ ଗତି କରୁଛି। ଏହା ଠାରୁ ଲଜ୍ଜାକର କଥା କ’ଣ ଅଛି ? ଶିକ୍ଷାର ମୂଳଦୁଆ ଯେତେ ଶକ୍ତ ହେବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସେତେ ଶକ୍ତ ହେବ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବେସରକାରୀ ଶିକ୍ଷାନୁଷ୍ଠାନ ସହ ମଧୂଚନ୍ଦ୍ରିକାରେ ରହି ସରକାରୀ ବିଦ୍ୟାଳୟ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି । ଯାହାର ଫଳସ୍ୱରୂପ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଚାଲିଯାଉଛି । କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟକ୍ଷ ଏବଂ ଶିକ୍ଷକ ନିଯୁକ୍ତି ପାଇଁ ଦୁଇମାସ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ସରିଥିଲେ ମଧ୍ୟ ଖାଲିଥିବା ଅଧ୍ୟକ୍ଷ ଓ ଶିକ୍ଷକ ନିଯୁକ୍ତି କାହିଁକି ପ୍ରଦାନ କରାଯାଉନାହିଁ ? କାହିଁକି ଏବଂ କିଏ ଏଥିରେ ବାଧକ ସାଜିଛି ? ମୁଖ୍ୟମନ୍ତ୍ରୀ ଆବଶ୍ୟକତା ତୁଳନାରେ ଅତି କମ ଶିକ୍ଷକ ପଦବୀ ପୂରଣ ପାଇଁ ନିଯୁକ୍ତି ପତ୍ର ବଣ୍ଟୁଛନ୍ତି । ସରକାର ଏହାକ ଜବାବ ରଖନ୍ତୁ ।"

ସେ ଆହୁରି ମଧ୍ଯ କହିଛନ୍ତି, "କେନ୍ଦ୍ରର NDA ସରକାର ଆଗାମୀ ନିର୍ବାଚନ ପୂର୍ବରୁ ନିଯୁକ୍ତି ପତ୍ର ବାଣ୍ଟି ବାହାବାହା ନେବା ପାଇଁ ଚାଲ କରିଛନ୍ତି । ଛାତ୍ରଛାତ୍ରୀଙ୍କର ମୌଳିକ ସମସ୍ୟା ସମାଧାନରେ ବିଫଳ ରହୁଥିବା ମୋଦି ସରକାରଙ୍କର “ମନ କି ବାତ” ଏବଂ “ପରୀକ୍ଷା ପେ ଚର୍ଚ୍ଚା” ଏ ଦେଶର ଛାତ୍ରଛାତ୍ରୀମାନଙ୍କ ପାଇଁ ଉପହାସ । ଅଧ୍ୟକ୍ଷ ଓ ଶିକ୍ଷକ କେନ୍ଦ୍ର ବିଦ୍ୟାୟଳରେ ଉପଯୁକ୍ତ ପରିମାଣରେ ନଥିବାରୁ ପ୍ରାୟ ୧ଲକ୍ଷ ୧୫ ହଜାର ଛାତ୍ରଛାତ୍ରୀଙ୍କ ପଢ଼ିବାରେ ଅସୁବିଧା ହେଉଛି ।"

ଛାତ୍ର କଂଗ୍ରେସ ସଭାପତି ୟାଶୀର ନବାଜ କହିଛନ୍ତି, "ସବୁଠୁ ବଡ଼ କଷ୍ଟଦାୟକ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ୁଥିବା ଅସହାୟ ଓ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ । ସେମାନେ କିପରି ବିଦ୍ୟାଳୟ ଯିବେ ଏବଂ ପଢ଼ିବେ ତାହାର ବ୍ୟବସ୍ଥା ନାହିଁ । ୨୦୧୪ ମସିହା ପୂର୍ବରୁ କଂଗ୍ରେସ ସରକାର ସମୟରେ ଅନାଥ ଓ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ବହି, ଖାତା, ଡ୍ରେସ, ଛତା, ଯୋତା ଏବଂ ଗମନାଗମନର ସୁବିଧାପାଇଁ ୪୫୦୦ ଟଙ୍କା ଦେଉଥିଲେ । ତାହା ମଧ୍ୟ ବନ୍ଦ କରି ଦିଆଯାଇଛି । ଏହା କେନ୍ଦ୍ର ସରକାରଙ୍କର ହୀନ ମାନସିକତାର ପରିଚୟ ପ୍ରଦାନ କରୁଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.