ETV Bharat / state

ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ କେବଳ ନିର୍ବାଚନୀ ଥୋପ: କଂଗ୍ରେସ - ଓଡିଶା ରାଜନୀତି

ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ କେବଳ ବିଜେଡିର ନିର୍ବାଚନୀ ପ୍ରଚାର ପାଇଁ ଉଦ୍ଦିଷ୍ଟ ବୋଲି କହିଲା କଂଗ୍ରେସ । ଅଧିକ ପଢନ୍ତୁ

ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ କେବଳ ନିର୍ବାଚନୀ ଥୋପ: କଂଗ୍ରେସ

author img

By ETV Bharat Odisha Team

Published : Nov 14, 2023, 7:17 PM IST

ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ କେବଳ ନିର୍ବାଚନୀ ଥୋପ: କଂଗ୍ରେସ

ଭୁବନେଶ୍ବର: ନବୀନ ସରକାରର “ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ”କୁ ନେଇ ବର୍ଷିଲା କଂଗ୍ରେସ । ଏହାକୁ ନିର୍ବାଚନୀ ଥୋପ କହିବା ସହ କେବଳ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଛାତ୍ର ଛାତ୍ରୀଙ୍କୁ ପ୍ରଭାବିତ କରିବାକୁ ଉଦ୍ଦିଷ୍ଟ ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ତେଜିଲାଣି ଆରୋପ ପ୍ରତ୍ୟାରୋପ ରାଜନୀତି । ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ସଭାପତି ୟାଶୀର ନବାଜ ଆଜି ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି,"ସରକାରୀ କଲେଜ ଓ ବିଶ୍ବବିଦ୍ୟାଳୟମାନଙ୍କରେ ଉପଯୁକ୍ତ ଭିତ୍ତିଭୂମି ନାହିଁ, ଅଧ୍ୟାପକଙ୍କର ଘୋର ଅଭାବ ରହିଛି । ନବୀନ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ “ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ” ନାମରେ ଯେଉଁ ଯୋଜନା ପ୍ରଣିତ ହୋଇଛି ଏହା କେବଳ ଆଗାମୀ ସାଧାରଣ ନିର୍ବାଚନରେ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବାକୁ ଉଦ୍ଦିଷ୍ଟ ଛଡା ଆଉ କିଛି ନୁହେଁ ।"

ସେ ଆଉ ମଧ୍ୟ କହିଛନ୍ତି,"୨୦୧୮ ମସିହାରୁ ଛାତ୍ର ସଂସଦ ନିର୍ବାଚନକୁ ବିଜେଡି ବନ୍ଦ କରିଦେଇଛି । ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଛାତ୍ର କଂଗ୍ରେସ ଏବଂ ଅନ୍ୟାନ୍ୟ ଅଣବିଜେଡ଼ି ଛାତ୍ର ସଂଗଠନ ଏବଂ ଓଡ଼ିଶାର ଛାତ୍ର ସମାଜ ବାରମ୍ବାର ଦାବି କରିବା ସତ୍ତ୍ବେ ସରକାର ତାଙ୍କ ଜିଦିରେ ଅଟଳ ରହିବା ଦୁର୍ଭାଗ୍ୟଜନକ । ଏଭଳି ପରିସ୍ଥିତିରେ ଛାତ୍ର ସମାଜକୁ ଆକର୍ଷିତ କରିବା ପାଇଁ ଏବଂ ଆଗାମୀ ନିର୍ବାଚନରେ ସମର୍ଥନ ହାସଲ କରିବା ପାଇଁ ଏହି ‘‘ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ” କରାଯାଇଛି । ଶିକ୍ଷାନୁଷ୍ଠାନରେ କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାମାଜିକ କାର୍ଯ୍ୟକ୍ରମର ଉନ୍ନତି ପାଇଁ ଏହି ଯୋଜନା ଅଭିପ୍ରେତ ବୋଲି କୁହାଯାଇଛି । ନେତୃତ୍ୱ, ବ୍ୟକ୍ତିଗତ ପ୍ରତିଭା ଏବଂ ଟିମ୍ ସ୍ପିରିଟ୍‌ ବିକାଶ ପାଇଁ ଏହି ଯୋଜନାର କାର୍ଯ୍ୟକ୍ରମ ଏକ ପ୍ଲାଟଫର୍ମ ବୋଲି କୁହାଯାଇଛି । ଏଥିରେ ସମସ୍ତେ ଏକ ପରିବର୍ଦ୍ଧିତ ଗୋଷ୍ଠୀରେ ନିଜକୁ ଯୋଡ଼ି ପାରିବେ ବୋଲି କୁହାଯାଇଛି । ବାସ୍ତବ କ୍ଷେତ୍ରରେ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ କରାଯାଇ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ କରିବା ଏହି ଯୋଜନାର ଭିତିରି ଉଦ୍ଦେଶ୍ୟ ।"

ଏହାମଧ୍ୟ ପଢନ୍ତୁ..ଡିସେମ୍ବର 1ରେ କଂଗ୍ରେସ ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଗୃହୀତ ହେବ ତୁଳସୀ

ସେ ଆଉ ମଧ୍ୟ କହିଛନ୍ତି,"ପୂର୍ବରୁ ବିଜେଡି ବିଜୁ ଯୁବବାହିନୀ ଗଠନ କରି ଓଡ଼ିଶାର ଯୁବକ ଯୁବତୀମାନଙ୍କୁ ଭୁଆଁ ବୁଲାଇ ରାଜ୍ୟ ରାଜକୋଷରୁ ୪୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଜୁ ଜନତା ଦଳର କର୍ମୀ ପୋଷଣ କରାଗଲା । ଆଜି ଏହି ଯୋଜନା ବନ୍ଦ ହୋଇଯାଇଛି । ସେହିଭଳି ସମନ୍ବିତ ଯୁବ ବିକାଶ ଯୋଜନା ଏବେ ଆସିଛି । ଏଥିରେ ରାଜ୍ୟର ୬୮୭ଟି ଉଚ୍ଚ ଶିକ୍ଷା ଅନୁଷ୍ଠାନ ରହିଛି ଯେଉଁଥରେ ସମସ୍ତ ସରକାରୀ କଲେଜ, ଅନୁଦାନପ୍ରାପ୍ତ ସରକାରୀ କଲେଜ ଏବଂ ବିଶ୍ବ ବିଦ୍ୟାଳୟମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଅର୍ଥାତ ନିର୍ବାଚନ ପୂର୍ବରୁ ସମସ୍ତ ସରକାରୀ ମହାବିଦ୍ୟାଳୟ ଓବିଶ୍ବବିଦ୍ୟାଳୟରେ ସାଧାରଣ ଲୋକଙ୍କ ଟିକସ ଅର୍ଥର ଏହି ସମନ୍ବିତ ଯୁବ ବିକାଶ ଯୋଜନା ମାଧ୍ୟମରେ ଦଳୀୟ ପ୍ରଚାର କାର୍ଯ୍ୟକ୍ରମ କରିବେ ।"

ତେବେ ଓଡିଶାର ଶିକ୍ଷାବ୍ୟବସ୍ଥା ଭୁଷୁଡି ପଡିଥିବା କହିଛନ୍ତି ଛାତ୍ର କଂଗ୍ରେସ ସଭାପତି । ରାଜ୍ୟର ପାଖାପାଖି ୧୨ଟି ବିଶ୍ବବିଦ୍ୟାଳୟରେ ପ୍ରାୟ ୧୦୦୦ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ଓଡ଼ିଶାର ୪୯ଟି ସରକାରୀ ଡିଗ୍ରି କଲେଜରେ ୪୫ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସେହିଭଳି ସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ୬୪୯୯ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀରୁ ୧୮୫୮ ଶିକ୍ଷକ ପଦବୀ ଖାଲ ପଡ଼ିଛି । ଓଡ଼ିଶାରେ ସରକାରୀ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଶିକ୍ଷା ବ୍ୟବସ୍ଥାରେ ବିକଳ ଚିତ୍ର ବାରମ୍ବାର ଗଣମାଧ୍ୟମରେପ୍ରକାଶିତ ହେଉଛି । ଏଭଳି ସ୍ଥିତିରେ ନବୀନ ସରକାରଙ୍କ “ସମନ୍ବିତ ଯୁବ ବିକାଶ ଯୋଜନା’ ଏକ ପ୍ରହସନ ପରି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ।

ତେବେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି ସୁଦୃଢ଼ କରିବା ସହ ଖାଲି ଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ କରାଯିବା ନେଇ ଦାବି କରିଛି କଂଗ୍ରେସ । ଯଦି ଆଗାମୀ ଦିନରେ ଏହା ପୂରଣ ନହେବ ଆନ୍ଦୋଳନ ତୀବ୍ରତର ହେବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.