ETV Bharat / state

5T ସଚିବଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ, ବିଜେପିକୁ ବି ଛାଡ଼ିଲାନି କଂଗ୍ରେସ

5T ସଚିବଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ହେଉଥିବା ବେଳେ ଆଜି ପୁଣି ଟାର୍ଗେଟ କରିଛି କଂଗ୍ରେସ । 5T ସଚିବଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ କରିବା ସହ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

author img

By

Published : Jun 26, 2023, 4:24 PM IST

5T ସଚିବଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ

ଭୁବନେଶ୍ବର: ବର୍ତ୍ତମାନ ଓଡ଼ିଶା ରାଜନୀତିରେ ବିରୋଧୀଙ୍କ ଟାର୍ଗେଟ୍‌ରେ 5T ସଚିବ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ବିଭିନ୍ନ ସାମୁହିକ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି ବିଜେପି ଓ କଂଗ୍ରେସ । ଗତକାଲି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଏନେଇ ପ୍ରଶ୍ନବାଣ ମାରିଥିଲେ । ଆଜି ସାମ୍ବାଦିକ ସମ୍ମିଳନୀ କରି 5T ସଚିବଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ କରିଛି କଂଗ୍ରେସ । ସେହିଭଳି କେନ୍ଦ୍ର ସରକାରଙ୍କ ଅଧୀନରେ ସଚିବ ଭିକେ ପାଣ୍ଡିଆନ କାର୍ଯ୍ୟକରୁଥିବା ବେଳେ ବିଜେପି ମଧ୍ୟ ଜଣିଶୁଣି କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁନାହିଁ ବୋଲି କହଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ।

ସୁଦର୍ଶନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିବା ପ୍ରଥମ ପ୍ରଶ୍ନ ହେଉଛି, "ବାସ୍ତବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ? ବିଜେଡି ସାଂସଦ ପ୍ରମିଳା ବିଷୋୟୀ କିଛିଦିନ ତଳେ ସଭାରେ କହିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିକେ ପାଣ୍ଡିଆନ । କିନ୍ତୁ ତାଙ୍କୁ ଦଳ ତରଫରୁ ଏଯାଏଁ କାରଣ ମଗା ଯାଇନାହିଁ । ଏହାର ଅର୍ଥ କଣ ?" ଦ୍ବିତୀୟ ପ୍ରଶ୍ନ ହେଉଛି, "ବାସ୍ତବିକ୍ ମୁଖ୍ୟମନ୍ତ୍ରୀ ଅସୁସ୍ଥ କି ? ଜଣେ ବରିଷ୍ଠ ବିଧାୟକ ଗଣମାଧ୍ୟମ ଆଗରେ କହିଛନ୍ତି ଆପଣ ଅସୁସ୍ଥ ଥିବାରୁ ବିଭିନ୍ନ ଜିଲ୍ଲା ଗସ୍ତରେ ପାଣ୍ଡିଆନଙ୍କୁ ପଠା ଯାଉଛି ।" ତୃତୀୟ ପ୍ରଶ୍ନ, "ଆପଣଙ୍କ ଦଳରେ କଣ ସବୁ ଅଯୋଗ୍ୟ ? କେହି ଯୋଗ୍ୟ ନେତା ନାହାଁନ୍ତି ? ଯଦି ମୁଖ୍ୟମନ୍ତ୍ରୀ ସଚିବଙ୍କୁ ଜିଲ୍ଲା ଗସ୍ତ କରିବାକୁ ପଠାଉଛନ୍ତି, ତେବେ ଜନ ପ୍ରତିନିଧିଙ୍କୁ କାହିଁକି ପଠାଉ ନାହାଁନ୍ତି ? ଚତୁର୍ଥ ପ୍ରଶ୍ନ, "ଗଣତନ୍ତ୍ର ବିଧି ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ନାହିଁ କି ? 5T ସଚିବଙ୍କ ଗସ୍ତ ସମୟରେ ଜଳେଶ୍ଵରରେ କଂଗ୍ରେସ ନେତାଙ୍କୁ ନଜର ବନ୍ଦୀ କରି କଣ ପାଇଁ ରଖାଯାଇଥିଲା ?" ପଞ୍ଚମ ପ୍ରଶ୍ନ, "ମୁଖ୍ୟମନ୍ତ୍ରୀ ପ୍ୟାରୀ ମହାପାତ୍ରଙ୍କୁ ବେଇମାନ ବୋଲି କହିଥିଲେ । କାରଣ ସେ ମୁଖ୍ୟମନ୍ତ୍ରୀଙ୍କ ଚୌକି ଆଡ଼କୁ କଣେଇ ଚାହିଁଥିଲେ । ଏବେ ସେମିତି କିଏ ଆପଣଙ୍କ ନଜରକୁ ଆସୁଛନ୍ତି କି ? ଯଦି ଆସୁଛନ୍ତି, ତାଙ୍କ ପକ୍ଷ ଛେଦନ କରିବେ କି ?"

ତେବେ 5T ସଚିବଙ୍କ ପ୍ରଶ୍ନରେ କେବଳ ବିଜେଡି ବା ମୁଖ୍ୟମନ୍ତ୍ରୀଙ୍କୁ ନୁହେଁ । ବିଜେପି ଓ କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, "ବିଜେପି ଦଳ ଭିକେ ପାଣ୍ଡିଆନଙ୍କୁ ନେଇ ଛଳନା କରୁଛି । ପାଣ୍ଡିଆନ କେନ୍ଦ୍ର ସରକାରଙ୍କ ଅଧୀନରେ ଅଛନ୍ତି । କେନ୍ଦ୍ର ଚାହିଁଲେ ଭିକେ ପାଣ୍ଡିଆନଙ୍କ ଖେଳ ଖତମ୍ ହେଇଯିବ । ତାଙ୍କ ଚୁଟି କେନ୍ଦ୍ର ହାତରେ, କାହିଁକି ଆପଣ ବ୍ୟବହାର କରୁନାହାଁନ୍ତି ? ପଶ୍ଚିମବଙ୍ଗରେ ନେଇଥିବା ନିଷ୍ପତି ପରି କେନ୍ଦ୍ର ସରକାର କାହିଁକି ଓଡ଼ିଶାରେ ସେହିଭଳି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ?"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.