ETV Bharat / state

ଆସୁଛନ୍ତି ପ୍ରଭାରୀ ଅଜୟ କୁମାର, ଉତ୍ସାହିତ କଂଗ୍ରେସ ଶିବିର

author img

By ETV Bharat Odisha Team

Published : Jan 5, 2024, 8:56 PM IST

Ajay Kumar On Odisha Visit: ଅଜୟଙ୍କ 2 ଦିନିଆ ଗସ୍ତ ନେଇ ଉତ୍ସାହିତ ହୋଇଉଠିଛି କଂଗ୍ରେସ ଶିବିର । ଆସନ୍ତା ନିର୍ବାଚନରେ ପ୍ରଭାବୀ ପ୍ରଦର୍ଶନ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବ ଦଳ । ଅଧିକ ପଢନ୍ତୁ

ଆସୁଛନ୍ତି ପ୍ରଭାରୀ ଅଜୟ କୁମାର
ଆସୁଛନ୍ତି ପ୍ରଭାରୀ ଅଜୟ କୁମାର
ଆସୁଛନ୍ତି ପ୍ରଭାରୀ ଅଜୟ କୁମାର

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସୁଛନ୍ତି ନବ ନିଯୁକ୍ତ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଅଜୟଙ୍କ 2 ଦିନିଆ ଗସ୍ତ ନେଇ ଉତ୍ସାହିତ ହୋଇଉଠିଛି କଂଗ୍ରେସ ଶିବିର । ଆସନ୍ତା ନିର୍ବାଚନରେ ଦଳ ପ୍ରଭାବୀ ପ୍ରଦର୍ଶନ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ ଅଜୟ । କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି , "ନୂଆ ପ୍ରଭାରୀ ଆସନ୍ତାକାଲି ଆସୁଛନ୍ତି । 2 ଦିନ ଧରି ବିସ୍ତୃତ ଭାବେ ଆଲୋଚନା ହେବ । କଂଗ୍ରେସର କାର୍ଯ୍ୟ ନିର୍ବାହୀ କମିଟି ବୈଠକ ରହିଛି । ଜିଲ୍ଲା ସଭାପତିମାନଙ୍କୁ ଡକାଯାଇଛି । ଦଳର ରାଜନୈତିକ ବ୍ୟାପାର କମିଟି ଓ ଇସ୍ତାହାର କମିଟିର ବୈଠକ ମଧ୍ୟ ହେବ । ଆଗାମୀ ଦିନର କାର୍ଯ୍ୟକ୍ରମ ଚୂଡାନ୍ତ ହେବ । କଂଗ୍ରେସ କିଭଳି ଏକଜୁଟ ହୋଇ କିପରି ସୁଦୃଢ ଭାବେ ନିର୍ବାଚନ ଲଢ଼ିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ଆସନ୍ତା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ । କଂଗ୍ରେସ ଏକ ସର୍ବଭାରତୀୟ ଓ ସର୍ବପୁରାତନ ଦଳ । ଉଭୟ ଲୋକସଭା ଓ ବିଧାନସଭା ସିଟ ଉପରେ ଦଳ ଫୋକସ କରିବ । ଯେଭଳି ଭାବେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଢିବ ।"

"ବିଗତ 24 ବର୍ଷ ହେଲା ବିଜେଡି ସରକାର ଯୁବ ବର୍ଗଙ୍କୁ ସମ୍ପୂର୍ଣ୍ଣ ଭାବେ ଉପେକ୍ଷା କରି ଆସିଛି । ଯୁବ ନେତୃତ୍ୱକୁ ବନ୍ଦ କରିଦେବା ପାଇଁ କଲେଜରେ ନିର୍ବାଚନ ବନ୍ଦ କରି ଦେଇଛନ୍ତି । ସେମାନଙ୍କ ନିଯୁକ୍ତି ପାଇଁ ବ୍ୟବସ୍ଥା କରାଯାଇନାହିଁ । ଯାହା ଫଳରେ ଲକ୍ଷ ଲକ୍ଷ ଓଡ଼ିଆ ବାହାରେ ଦାଦନ ଖଟୁଛନ୍ତି । ଯୁବ ବର୍ଗଙ୍କ ପାଇଁ ନବୀନ ସରକାର କୌଣସି ବ୍ୟବସ୍ଥା କରିନାହାନ୍ତି । କଂଗ୍ରେସର ଆଭିମୁଖ୍ୟ ଯୁବକଙ୍କୁ ନେଇ ଅତ୍ୟନ୍ତ ସ୍ପଷ୍ଟ । ଆଗାମୀ ଦିନ ହେଉଛି ଯୁବକଙ୍କ ଦିନ । ଯୁବକଙ୍କୁ ନେଇ କଂଗ୍ରେସ ଆଗକୁ ବଢିବ । ଯୁବକ ବିଜେଡିକୁ ଆକର୍ଷିତ ହେଉଥିବା କଥା କହିବାକୁ ମନା ନାହିଁ । କାର୍ଯ୍ୟ କ'ଣ କରିଛନ୍ତି ସେଇଟା ହିଁ ପ୍ରଶ୍ନ କରିବା କଥା । ନବୀନ ଓଡିଶାର ଆଭିମୁଖ୍ୟ ହେଉଛି ସରକାରଙ୍କ ରାଜକୋଷରୁ ଟଙ୍କା ନେଇ ନିର୍ବାଚନ ଲଢ଼ିବା" ଏପରି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜୟ ।

ଏହା ମଧ୍ୟ ପଢନ୍ତୁ...ଶନିବାର ଓଡ଼ିଶା ଆସୁଛନ୍ତି ପ୍ରଭାରୀ ଅଜୟ କୁମାର, କଂଗ୍ରେସ ନେତାଙ୍କୁ ଦେବେ ଗୁରୁମନ୍ତ୍ର

ସେ ଆହୁରି ମଧ୍ୟ କହିଛନ୍ତି, "ମନ୍ଦିର ସୌନ୍ଦର୍ଯ୍ୟକରଣ କରୁଛନ୍ତି ବୋଲି କହୁଛନ୍ତି । ଠାକୁରଙ୍କ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ମହାପ୍ରଭୁ, ସମଲେଇ, କଟକ ଚଣ୍ଡୀଙ୍କ କାର୍ଯ୍ୟ ବାହାର ରାଜ୍ୟର କଣ୍ଟ୍ରାକ୍ଟରଙ୍କୁ ଲାଭ ଯୋଗାଇବା ଉଦ୍ଦେଶ୍ୟରେ ହେଉଛି । ଠାକୁରଙ୍କ ପ୍ରତି କୌଣସି ପ୍ରକାର ଭକ୍ତି ଭାବ ଥିବା ପରି ଲାଗୁନାହିଁ । ଲୋକଙ୍କ ଭାବପ୍ରବଣତା ନିଜ ଆଡକୁ ଟାଣିବାକୁ ଶାସକ ଦଳ ଚେଷ୍ଟା କରୁଛି । କିନ୍ତୁ ଓଡ଼ିଶାର ଜନସାଧାରଣ ଜାଣିଛନ୍ତି ଯେ, କାହାର କେତେ ଭକ୍ତି ଭାବ ଅଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.