ETV Bharat / state

Gujarat HC Dismisses Rahul Gandhi's Plea: ବିଜେପି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ - ବିଜେପି ସରକାର ଉପରେ ବର୍ଷିଲା ରାଜ୍ୟ କଂଗ୍ରେସ

ଗୁଜୁରାଟ ହାଇକୋର୍ଟରୁ ରାହୁଲ ଗାନ୍ଧୀ ହାରିବା ପରେ ବିଜେପି ସରକାର ଉପରେ ବର୍ଷିଲା ରାଜ୍ୟ କଂଗ୍ରେସ । ରାଜରାସ୍ତାକୁ ଓହ୍ଲାଇ ବିଜେପି ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଅଧିକ ପଢ଼ନ୍ତୁ

congress stage protest in bhubaneswar
ରାହୁଲ ଗାନ୍ଧୀଙ୍କ ନ୍ୟାୟ ଦାବିରେ କଂଗ୍ରେସର ବିକ୍ଷୋଭ
author img

By

Published : Jul 7, 2023, 9:48 PM IST

ରାହୁଲ ଗାନ୍ଧୀଙ୍କ ନ୍ୟାୟ ଦାବିରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ଗୁଜୁରାଟ ହାଇକୋର୍ଟରୁ ରାହୁଲ ଗାନ୍ଧୀ ନିରାଶ ହେବା ପରେ ବିଜେପି ସରକାର ଉପରେ ବର୍ଷିଲା କଂଗ୍ରେସ । ଅପରାଧୀକ ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଗୁଜୁରାଟ ହାଇକୋର୍ଟରେ କରିଥିବା ପୁନର୍ବିଚାର ଆବେଦନ ଖାରଜ ହୋଇଯାଇଛି । ଯାହାକୁ ନେଇ ରାଜ୍ୟ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି । ରାହୁଲ ଗାନ୍ଧୀଙ୍କ ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁୁଜୁରାଟ ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଏହାକୁ ବିରୋଧ କରି ଭୁବନେଶ୍ବରରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ଏନେଇ ବିଧାୟକ ସୁର ରାଉତରାୟ କହିଛନ୍ତି, "ଗଣତନ୍ତ୍ରଣର ହତ୍ୟା କରିଛି ବିଜେପି ସରକାର । ତେଣୁ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲୋକଙ୍କ ପାଖକୁ ଯିବୁ । ବିଜେପିର ଏଭଳି କାର୍ଯ୍ୟକଳାପର ଜବାବ ଜନସାଧାରଣ ଦେବେ । ରାହୁଲ ଗାନ୍ଧୀଙ୍କ ନ୍ୟାୟ ପାଇଁ ସୁପ୍ରିମକୋର୍ଟ ଯିବୁ । ତାଙ୍କ ପାଖରେ ଯଥେଷ୍ଟ ଭରସା ରହିଛି । ବିଜେପିର ମନମୁଖୀ କାର୍ଯ୍ୟକୁ କଂଗ୍ରେସ ବର୍ଦାସ୍ତ କରିବ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ: Modi Surname Case: ଗୁଜୁରାଟ ହାଇକୋର୍ଟରୁ ନିରାଶ ହେଲେ ରାହୁଲ, ୨ ବର୍ଷ ଜେଲ ଦଣ୍ଡାଦେଶ କାଏମ

ଅନ୍ୟପଟେ କଂଗ୍ରେସ ଭବନରେ କ୍ୟାମ୍ପେନ କମିଟିର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ସାଧାରଣ ନିର୍ବାଚନ ପୂର୍ବରୁ ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ରଣନୀତି ବୈଠକ ବସିଥିଲା । ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ସହିତ ପିସିସି ସଭାପତି ଶରତ ପଟ୍ଟନାୟକ ଓ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନଙ୍କ ସମେତ 3 ବିଧାୟକ ସୁର ରାଉତରାୟଙ୍କ ସମେତ ବିଶିଷ୍ଟ ନେତା ଉପସ୍ଥିତ ଥିଲେ । ତେବେ ବୈଠକରେ ଧାୟକ ନରସିଂହ, ତାରା ,ସାଲୁଜା ,ମୋକିମ ଓ ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ଉପସ୍ଥିତ ନଥିଲେ ।

ରାଜ୍ୟ କଂଗ୍ରେସ ଭବନରେ ବସିଥିବା ବୈଠକ ସମ୍ପର୍କରେ ମତ ରଖିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧକ୍ଷ ବିଜୟ ପଟ୍ଟନାୟକ । ବୈଠକରେ ନିର୍ବାଚନ ପ୍ରଚାରରେ ବିଭିନ୍ନ ରଣନୀତି ସମ୍ପର୍କରେ ଆଲୋଚନା ହୋଇଛି । ଏହାସହ ଗୁରୁରାଟ କୋର୍ଟରେ ରାହୁଲ ଗାନ୍ଧୀଙ୍କ ଆବେଦନ ଖାରଜ ହେବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ତୃଣମୂଳ ସ୍ତରରେ କଂଗ୍ରେସକୁ ସୁଦୃଢ କରିବା ସହ କେଉଁ କେଉଁ ପ୍ରସଙ୍ଗକୁ ମୁଦ୍ଦା କରି କଂଗ୍ରେସ ଲୋକମାନଙ୍କ ପାଖକୁ ଯିବ ଏହା ଉପରେ ମଧ୍ୟ ବରିଷ୍ଠ କଂଗ୍ରେସ ନେତାମାନେ ଆଲୋଚନା କରିଛନ୍ତି । ପୂର୍ବ ନିର୍ବାଚନ ସହ ପଞ୍ଚାୟତ ନିର୍ବାଚନକୁ ଅନୁଧ୍ୟାନ କରାଯାଇଛି । କେଉଁ ସ୍ଥାନରେ କଂଗ୍ରେସ ଦୁର୍ବଳ ରହିଛି ତାକୁ ଫୋକସ କରାଯାଇଛି । କିଛି ବିଧାୟକ ଏହି ବୈଠକରେ ଯୋଗ ଦେଇନଥିବା ଗଣମାଧ୍ୟମ ପ୍ରଶ୍ନରେ ବିଜୟ କହିଛନ୍ତି ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତାଙ୍କର କିଛି ବ୍ୟକ୍ତିଗତ ସମସ୍ୟା ପାଇଁ ସେମାନେ ଆସିନାହାନ୍ତି । କଂଗ୍ରେସ ଭିତରେ ସେଭଳି କିଛି କନ୍ଦଳ ନାହିଁ ।ସଂଗଠନକୁ ସୁଦୃଢ କରାଯିବ । ତୃଣମୂଳ ସ୍ତରରେ କର୍ମୀଙ୍କୁ ଆକ୍ଟିଭ୍ କରାଯିବ । ସ୍ଥାନୀୟ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଜରାସ୍ତାକୁ ଆସିବ। କଂଗ୍ରେସ ଜନସାଧାରଣଙ୍କ ପାଖରେ କିଭଳି ଜନାଦୃତ ହେବ ସେନେଇ ପ୍ରମୁଖ ସ୍ଥାନରେ ବଡବଡ ସଭା କରି ଲୋକଙ୍କ ପାଖକୁ ଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.