ETV Bharat / state

ନିର୍ମାଣସୌଧ ଘେରାଉ କଲା କଂଗ୍ରେସ, ପିସି କାରବାର ଓ ଟେଣ୍ଡର ଫିକ୍ସିଂ ଅଭିଯୋଗରେ ବିକ୍ଷୋଭ - protest against tender fixing

ପିସି କାରବାର ଓ ଟେଣ୍ଡର ଫିକ୍ସିଂକୁ ଅଭିଯୋଗରେ କଂଗ୍ରେସର ବିକ୍ଷୋଭ। ନିର୍ମାଣ ସୌଧରେ ଥିବା EICଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ପ୍ରତିବାଦ କରିଥିଲେ କଂଗ୍ରେସର କର୍ମକର୍ତ୍ତା । ଅଧିକ ପଢନ୍ତୁ

congress stage protest
ପିସି କାରବାର ଓ ଟେଣ୍ଡର ଫିକ୍ସିଂ ଅଭିଯୋଗ
author img

By ETV Bharat Odisha Team

Published : Oct 19, 2023, 11:02 PM IST

ପିସି କାରବାର ଓ ଟେଣ୍ଡର ଫିକ୍ସିଂ ଅଭିଯୋଗ

ଭୁବନେଶ୍ବର: ପିସି କାରବାର ଓ ଟେଣ୍ଡର ଫିକ୍ସିଂକୁ ଅଭିଯୋଗରେ କଂଗ୍ରେସର ବିକ୍ଷୋଭ । ଭୁବନେଶ୍ୱର ସ୍ଥିତ ନିର୍ମାଣସୌଧ ଘେରାଉ କରି ସରକାରୀ ଅଫିସରଙ୍କୁ ପ୍ରଶ୍ନ କରିଛି କଂଗ୍ରେସ । ଜଣେ ଠିକାଦାରଙ୍କ ପ୍ରତି ପୂର୍ତ୍ତ ବିଭାଗର ଅହେତୁକ ଅନୁକମ୍ପା ଅଭିଯୋଗ ଆଣି କଂଗ୍ରେସର ଶତାଧିକ କର୍ମୀ ଆଜି ନିର୍ମାଣ ସୌଧରେ ଥିବା EICଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା । ଚଢା ଦରରେ ଟେଣ୍ଡର କରି ବରଗଡ଼ ଜିଲ୍ଲାରେ ସରକାରୀ ଅର୍ଥକୁ ଅଫିସରମାନେ ଲୁଟୁଥିବା ଅଭିଯୋଗ ଆଣି ଏହି ଘେରାଉ କରାଯାଇଛି । ବରଗଡ଼ ଜିଲ୍ଲାରେ ଟେଣ୍ଡର ମାଫିଆଙ୍କ ରାଜ ଚାଲିଥିବା ନେଇ ଅଭିଯୋଗ ଆଣିଛି କଂଗ୍ରେସ । "ଟେଣ୍ଡରରେ ସ୍ୱଚ୍ଛତା ରହୁନାହିଁ। ଠିକାଦାର ଏବଂ ପୂର୍ତ୍ତ ବିଭାଗର ଉଚ୍ଚ ଅଧିକାରୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବାବେଳେ ପୂର୍ତ୍ତ ବିଭାଗ ଆଖି ବୁଜିଦେଇଛି" ବୋଲି କହିଛନ୍ତି ଆନ୍ଦୋଳନକାରୀ ।

"ବିଜେପୁର, ଅତାବିରା, ବରଗଡ଼ରେ ଟେଣ୍ଡର ପ୍ରକ୍ରିୟାରେ ଅନେକ ଦୁର୍ନୀତି ହେଉଛି । ସାରା ରାଜ୍ୟରେ ଟେଣ୍ଡର 14.99 କିମ୍ବା 9.99 କମ୍ ରହୁଥିବାବେଳେ ବରଗଡ଼ ଜିଲ୍ଲାରେ 10 କିମ୍ବା 20 ପ୍ରତିଶତରୁ ଅଧିକ ଅର୍ଥ କାମ ହେଉଥିବା ଜଣାପଡିଛି । ତେଣୁ ଏତେ ଟଙ୍କା କୁଆଡେ ଯାଉଛି ?" ବୋଲି ସରକାରଙ୍କୁ ପ୍ରଶ୍ନ କରିଛି କଂଗ୍ରେସ । ବିଧାୟକ ଓ ବିଧାୟିକମାନେ ଏହି ଅର୍ଥକୁ ପିସି ଆକାରରେ ନେଉଛନ୍ତି ବୋଲି ସିଧାସଳଖ ଅଭିଯୋଗ ଆଣିଛନ୍ତି କଂଗ୍ରେସ ପୂର୍ବତନ ବିଧାୟକ ତଥା ବରଗଡ଼ ଜିଲ୍ଲା ସଭାପତି ନିହାର ମହାନନ୍ଦା । ଏହାସହ "ଇଏସଆଇ CA ମନୋରଞ୍ଜନ ମିଶ୍ର ଏବଂ 5ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଚିଠି ଲେଖିବା ପରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଶେଷରେ କଂଗ୍ରେସ ଦଳ ଘେରାଉ କରିବାକୁ ବାଧ୍ୟ ହେଲା" ବୋଲି ମଧ୍ୟ କହିଛନ୍ତି ବରଗଡ଼ ଜିଲ୍ଲା ସଭାପତି । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କ ସହ ଛାତ୍ର ଏବଂ ଯୁବ କଂଗ୍ରେସର ବହୁ କର୍ମୀ ଏବଂ ନେତା ମଧ୍ୟ ସାମିଲ ଥିଲେ ।

ଏହା ବି ପଢନ୍ତୁ...ଛାତ୍ରବୃତ୍ତି ଦୁର୍ନୀତି ଅଭିଯୋଗ, ବ୍ୟାପକ ଆନ୍ଦୋଳନ କରିବ ବିଜେପି ଯୁବ ମୋର୍ଚ୍ଚା

ଗତ କିଛି ମାସ ତଳେ କଂଗ୍ରେସ ପକ୍ଷରୁ ପ୍ରାଚୀ ଡିଭିଜନର ଜଳସମ୍ପଦ ଏସଇଙ୍କ କାର୍ଯ୍ୟାଳୟରେ ପଶି ଧାରଣା ଦେଇଥିଲେ କଂଗ୍ରେସ କର୍ମୀ। କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳସମ୍ପଦ ବିଭାଗର ପରିଚାଳନା ଉପରେ ପ୍ରଶ୍ନ ଉଠାଇଥିଲା କଂଗ୍ରେସ। କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରାଚୀ ଡିଭିଜନ ଏସଇଙ୍କ କାର୍ଯ୍ୟାଳୟରେ ପଶି ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.