ETV Bharat / state

୯ ରୁ ୯୦ ମିଶନକୁ ସଫଳ କରିବ କଂଗ୍ରେସ: ସୁଦର୍ଶନ ଦାସ

author img

By

Published : Dec 10, 2022, 10:21 PM IST

ପଦ୍ମପୁର ଉପନିର୍ବାଚନ ଫଳ ଆସିବା ପରେ କଂଗ୍ରେସ ଭୋଟ ବିକ୍ରି ନେଇ ଚର୍ଚ୍ଚା ହେଉଛି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ । ଅଧିକ ପଢନ୍ତୁ

୯ ରୁ ୯୦ ମିଶନକୁ ସଫଳ କରିବ କଂଗ୍ରେସ: ସୁଦର୍ଶନ ଦାସ
୯ ରୁ ୯୦ ମିଶନକୁ ସଫଳ କରିବ କଂଗ୍ରେସ: ସୁଦର୍ଶନ ଦାସ
୯ ରୁ ୯୦ ମିଶନକୁ ସଫଳ କରିବ କଂଗ୍ରେସ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ଭୋଟ ବିକ୍ରି କରୁଥିବା ମନ୍ତବ୍ୟକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଉତ୍ତର ରଖିଲା ରାଜ୍ୟ କଂଗ୍ରେସ । କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି କଂଗ୍ରେସ ଭୋଟ ବିକ୍ରି ରାଜନୀତି ଉପରେ ବିଶ୍ବାସ ରଖେନି । ଦଳ ଗତ ନିର୍ବାଚନରେ ଭୋଟକୁ ନିଜ ପକ୍ଷରେ ରଖିପାରିନି । ଆଗାମୀ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବା ସହ ୯ ରୁ ୯୦ ମିଶନନକୁ ସଫଳ କରିବା ବୋଲି କହିଛନ୍ତି ସୁଦର୍ଶନ ।

"କଂଗ୍ରେସ ଭୋଟ ବିକ୍ରି ରାଜନୀତିରେ ବିଶ୍ବାସ ରଖେନି । ତେଣୁ ଆମେ ଏହାକୁ ଘୋର ବିରୋଧ କରୁଛି। ପଦ୍ମପୁର ନୁହେଁ ଆମେ ଅନେକ ସ୍ଥାନରେ ମଧ୍ୟ ଭୋଟ ପରିମାଣ କମ ପାଇଛୁ। ତା' ମାନେ ନୁହେଁ ଆମେ ଭୋଟ ବିକ୍ରି କରିଦେଉଛୁ । ଶାସକ ଓ ବିରୋଧୀ ଦଳର ବୁଝାମଣା ଭିତରେ ଆମେ ଆମ ଭୋଟକୁ ନିଜ ପକ୍ଷରେ ରଖିପାରୁନି ଏହି ଭୁଲକୁ ଆମେ ବିନମ୍ରତାର ସହ ମାନୁଛୁ," ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ।

ଏହା ବି ପଢନ୍ତୁ- ବିଜେଡିର ମିଶନ ୧୨୫କୁ କଟାକ୍ଷ କଲେ ସୁର, କହିଲେ ୨୪ରେ ଜିତିବ କଂଗ୍ରେସ

ଏହାସହ ଦଳ ବିରୋଧରେ ନକାରାତ୍ମକ ମନ୍ତବ୍ୟ ଦେଉଥିବା ବିଭୀଷଣଙ୍କୁ ଟାର୍ଗେଟ କରି କଂଗ୍ରେସ କହିଛି ଦଳର ନୀତି ନୈତିକତା ବିରୋଧରେ ଯାଇ ଦଳ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଉଛନ୍ତି ଯାହାକି ଦଳର ଆଦର୍ଶକୁ କ୍ଷୁର୍ଣ୍ଣ କରୁଛି । ଏଣୁ ଏଥିରୁ ଦୂରରେ ରହି ଦଳ ମଧ୍ୟରେ ଆଲୋଚନା କରି ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଆହ୍ବାନ ଦେଇଛି କଂଗ୍ରେସ । ତେବେ ଯାଇ ଦଳ ସଂଗଠିତ ହୋଇ ଆଗକୁ ବଢିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଶାସକ ଓ ବରୋଧୀ ଦଳ ଉଭୟ ସରକାରଙ୍କୁ ସୁଦର୍ଶନ ଦାସ ଟାର୍ଗେଟ କରି କହିଛନ୍ତି ଜଣେ ରାଜ୍ୟ ସମ୍ଭାଳୁଥିବା ବେଳେ ଅନ୍ୟଜଣେ କେନ୍ଦ୍ର ସମ୍ଭାଳିବା ପାଇଁ ହୋଇଛି ନିଷ୍ପତି । ଶାସକ ଦଳ ସହ ବିରୋଧି ଦଳ ମିଶିକି ରାଜନୀତି କରୁଛନ୍ତି ବୋଲି କହିଛନ୍ତି । ତେଣୁ ସେଥିରେ ଆମର କିଛି କହିବାର ନାହିଁ । ଅନ୍ୟପଟେ ଏହି ପଦମପୁର ଉପନିର୍ବାଚନ ୨୦୨୪ ସାଧାରଣ ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ତେଣୁ ଆଗାମୀ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବା ସହ ୯ ରୁ ୯୦ ମିଶନନକୁ ସଫଳ କରିବା ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.