ETV Bharat / state

'ଜନଜାତି ଜମି ନିୟନ୍ତ୍ରଣ ଆଇନ' ସଂଶୋଧନ ରାଜନୀତି: କଂଗ୍ରେସ କହିଲା, "ଆଦିବାସୀଙ୍କ ଜମି ଲୁଟିବାକୁ ହୋଇଛି ନିଷ୍ପତ୍ତି" - ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

Scheduled Tribes Land Control Act: ରାଜ୍ୟ କ୍ୟାବିନେଟ ପକ୍ଷରୁ ଆଦିବାସୀଙ୍କ ପାଇଁ ହଟିଛି ବଡ଼ ପ୍ରତିବନ୍ଧକ। 'ଜନଜାତି ଜମି ନିୟନ୍ତ୍ରଣ ଆଇନ' ସଂଶୋଧନ ପରେ ରାଜନୀତି ଜୋର ଧରିଛି । ଅଧିକ ପଢନ୍ତୁ

congress slams state govt
ଆଇନ ସଂଶୋଧନ ପରେ ରାଜନୀତି
author img

By ETV Bharat Odisha Team

Published : Nov 15, 2023, 10:51 PM IST

ଆଇନ ସଂଶୋଧନ ପରେ ରାଜନୀତି

ଭୁବନେଶ୍ବର: ଆଜି ସାରା ଦେଶ ପାଳିଛି 'ଜନଜାତି ଗୌରବ ଦିବସ'। ରାଜ୍ୟ ସରକାର 'ଜନଜାତି ଗୌରବ ଦିବସ' ଅବସରରେ ଆଦିବାସୀଙ୍କ ବିକାଶ ପାଇଁ ବହୁ କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଜି ପ୍ରାୟ 24ହଜାର କୋଟି ଟଙ୍କାର ଯୋଜନା ସମର୍ପିତ କରିଛନ୍ତି । ବିଶେଷକରି ଝାଡ଼ଖଣ୍ଡ ଏବଂ ଜାମୁ ଓ କାଶ୍ମୀରରେ ଏହି ଟଙ୍କା ଖର୍ଚ୍ଚ ହେବ । ଆଦିବାସୀଙ୍କ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଚାଲିବ।

ଗତକାଲି(ମଙ୍ଗଳବାର) ରାଜ୍ୟ କ୍ୟାବିନେଟ୍‌ ପକ୍ଷରୁ ଆଦିବାସୀଙ୍କ ପାଇଁ ହଟିଛି ବଡ଼ ପ୍ରତିବନ୍ଧକ । ଦୀର୍ଘ ବର୍ଷ ଧରି ପ୍ରଚଳିତ ହୋଇଆସୁଥିବା ନିୟମ ଦୂର ହୋଇଛି । ଏଣିକି ଅଣଆଦିବାସୀମାନଙ୍କୁ ନିଜସ୍ବ ଜମି ବିକି ପାରିବେ ଆଦିବାସୀ ଲୋକେ । ଅଣଆଦିବାସୀଙ୍କୁ ଜମି ବିକ୍ରି, ହସ୍ତାନ୍ତର ଓ ବନ୍ଧକ ରଖିବାରେ ଏଣିିକି ଆଉ ରୋକ୍ ନାହିଁ । ଅନୁସୂଚିତ ଜନଜାତିମାନଙ୍କର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଅନୁସୂଚିତ ଜନଜାତି ଜମି ନିୟନ୍ତ୍ରଣ ଆଇନ-୧୯୫୬ର ସଂଶୋଧନ ହୋଇଛି । ଏହା କ୍ୟାବିନେଟ୍‌ରେ ମଞ୍ଜୁର ହେବା ପରେ ତେଜିଛି ରାଜନୀତି । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଏନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି କଂଗ୍ରେସ ।

ବିଧାୟକ ତାରା ବାହିନୀପତି କହିଛନ୍ତି, "ଯଦି ରାଜ୍ୟ ସରକାର ସତରେ ଆଦିବାସୀଙ୍କ ବିକାଶ ପାଇଁ ଏତେ ତତ୍ପର, ତାହେଲେ ଆଦିବାସୀଙ୍କ ପାଇଁ ପେସା ଆଇନ ଲାଗୁ କାହିଁକି କରୁ ନାହାଁନ୍ତି ? ଆଦିବାସୀଙ୍କ ଜମି ଲୁଟ୍ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଆଦିବାସୀଙ୍କ ଜମିକୁ ଶିଳ୍ପ ହାତକୁ ଟେକି ଦେବାକୁ ଏହା ହେଉଛି ଷଡ଼ଯନ୍ତ୍ର । ଆଦିବାସୀଙ୍କୁ ପୁଣି ଥରେ ରାଜରାସ୍ତାକୁ ଟାଣିବାକୁ ବ୍ୟବସ୍ଥା କରାଯାଉଛି । ପୂର୍ବରୁ ବିଜେଡି ସରକାର ନିଜେ ଆଇନ ଆଣି ଜନଜାତି ଜମି ବିକ୍ରି ବନ୍ଦ ପାଇଁ ବ୍ୟବସ୍ଥା କରିଥିଲେ। କଂଗ୍ରେସ ଦାବି କରୁଥିଲା କେବଳ ବନ୍ଧା ପକାଇ ଋଣ ଆଣିବାକୁ ବ୍ୟବସ୍ଥା କରନ୍ତୁ ସରକାର । ହେଲେ ଏବେ ବିକ୍ରି କରିବାକୁ ବ୍ୟବସ୍ଥା କରିବା ଆଦିବାସୀଙ୍କ ଜମି ଲୁଟ୍ କରିବାକୁ ଏହା ଷଡ଼ଯନ୍ତ୍ର।"

ଏହା ବି ପଢନ୍ତୁ...ଆମ ହସ୍ପିଟାଲ ଯୋଜନା ଏକ ନିର୍ବାଚନୀ ଧୂଆଁ ବାଣ: କଂଗ୍ରେସ

ସୂଚନା ଅନୁସାରେ, ଜଣେ ଅଣଆଦିବାସୀ ବ୍ୟକ୍ତିଙ୍କୁ ଏଥର ସମ୍ପତ୍ତି ହସ୍ତାନ୍ତର କରିପାରିବେ ଆଦିବାସୀ । ହେଲେ ଏହି ବ୍ୟକ୍ତି ଯେପରି ଭୂମିହୀନ ବା ଗୃହଶୂନ୍ୟ ନ ହୁଏ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ। ପୂର୍ବରୁ ପ୍ରଚଳିତ ହୋଇଆସୁଥିବା ନିୟମ ଅନୁସାରେ, ଆଦିବାସୀଙ୍କ ଜମି କିଣାବିକା ହୋଇପାରୁନଥିଲା। ରାଜ୍ୟ ସରକାର କ୍ୟାବିନେଟରେ ଏହି ପ୍ରତିବନ୍ଧକ ହରାଇବା ପରେ ଏବେ ଏହି କ୍ଷେତ୍ରରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.