ETV Bharat / state

ତୋଗଲକି ଶାସନର ଅନ୍ୟନାମ ହେଉଛି ନୋଟବନ୍ଦୀ: କଂଗ୍ରେସ

author img

By

Published : May 21, 2023, 12:55 PM IST

୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ବନ୍ଦ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । କ୍ୟାସ ଲେସ୍ ପରିବର୍ତ୍ତେ କ୍ୟାସ୍ ମୋର ଇକୋନୋମି କହିଛନ୍ତି ପିସିସି ମୁଖପାତ୍ର । ଅଧିକ ପଢନ୍ତୁ

କେନ୍ଦ୍ରର ନିଷ୍ପତ୍ତିକୁ କଂଗ୍ରେସର ବିରୋଧ
କେନ୍ଦ୍ରର ନିଷ୍ପତ୍ତିକୁ କଂଗ୍ରେସର ବିରୋଧ
କେନ୍ଦ୍ରର ନିଷ୍ପତ୍ତିକୁ କଂଗ୍ରେସର ବିରୋଧ

ଭୁବନେଶ୍ବର: ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ବନ୍ଦକୁ ନେଇ ତେଜିଛି ରାଜନୀତି । ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ପକ୍ଷରୁ କରାଯାଇଛି ପ୍ରେସମିଟ୍ । କେନ୍ଦ୍ରସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି କହିଛନ୍ତି ଯେ, ତୋଗଲକି ଶାସନର ଅନ୍ୟନାମ ହେଉଛି ନୋଟବନ୍ଦୀ । ୨୦୦୦ ଟଙ୍କିଆ ନୋଟକୁ ଅଚଳ କରିବା ନିଷ୍ପତ୍ତି ଏକ ଭୁଲ ନିଷ୍ପତ୍ତି ଆଉ ଭାରତର ନାଗରିକଙ୍କ ପାଇଁ ଏକ ଦୁର୍ଭାଗ୍ୟଜନକ ଘଟଣା ।

ଏହା ଦେଶର ଅର୍ଥନୀତିକୁ ପ୍ରଭାବିତ କରିବ ଏବଂ ଏହାଦ୍ବାରା ଦେଶର ଅର୍ଥନୀତି ଆହୁରି ମାନ୍ଦା ହେବ । ଯଦି ୨୦୦୦ ଟଙ୍କିଆ ଯଦି ଅଚଳ କରିଦିଆଗଲା ତେବେ କାହିଁକି ଆଣିଥିଲେ ଆଉ କ'ଣ ଲାଭ ମିଳିଲା ବୋଲି ପ୍ରଶ୍ନ ପଚାରିଛି ରାଜ୍ୟ କଂଗ୍ରେସ । ୨୦୧୬ ନଭେମ୍ବର ମାସ ୮ ତାରିଖରେ ଯେଉଁ ନୋଟବନ୍ଦୀ ହୋଇଥିଲା ତାହା କାହା ସ୍ବାର୍ଥକୁ ପୂରଣ କରିବା ପାଇଁ କରାଯାଇଥିଲା ସେକଥା ଦେଶବାସୀଙ୍କ ଆଗରେ ସ୍ପଷ୍ଟ ହୋଇଯାଇଛି । ଶୁକ୍ରବାର ଆରବିଆଇ ୨୦୦୦ ଟଙ୍କା ନୋଟକୁ ଫେରାଇ ନେବାପାଇଁ ଘୋଷଣା କରିଛନ୍ତି । ବିମୁଦ୍ରୀକରଣ ସମୟରେ ପ୍ରଧାନମନ୍ତ୍ରୀ ସେତେବେଳର ପ୍ରଚଳିତ ୫ଶହ ଟଙ୍କିଆ ଏବଂ ହଜାର ଟଙ୍କିଆ ନୋଟକୁ ଅଚଳ କରିଥିଲେ । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ଏହି ବଡ଼ ବଡ଼ ନୋଟ ଯୋଗୁଁ କଳାଧନ ସଞ୍ଚୟ, ଆତଙ୍କବାଦ କାର୍ଯ୍ୟକଳାପ, ନକ୍ସଲବାଦୀ ଓ ଜାଲିନୋଟ କାରବାର ବହୁ ପରିମାଣରେ ବୃଦ୍ଧି ପାଇବା ଯୋଗୁଁ ଏହା ଭାରତର ଅର୍ଥନୀତିକୁ ବହୁ ପରିମାଣରେ ଦୁର୍ବଳ କରିଦେଉଛି । କିନ୍ତୁ ଦୁର୍ଭାଗ୍ୟର କଥା ବିମୁଦ୍ରୀକରଣର କିଛି ଦିନ ପରେ ସରକାର ପୁନଃ ୫୦୦ ଟଙ୍କା ଓ ୧୦୦୦ ଟଙ୍କା ପରିବର୍ତ୍ତେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କଲେ ।

ଏହାର ବୈଧିକତା କଣ ? ଏହାଦ୍ବାରା କିଭଳି ଭାବରେ ଅପରାଧ କମାଯାଇପାରିବ । ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ପାଇଁ କିଏ ସରକାରଙ୍କୁ ପରାମର୍ଶ ଦେଇଥିଲେ ପ୍ରଶ୍ନ କରିଛି କଂଗ୍ରେସ । ତେବେ ୨୦୧୬ ମସିହା ନଭେମ୍ବର ମାସରେ ସମୁଦାୟ ୧୭.୪ ଲକ୍ଷ କୋଟି ଟଙ୍କାର ନଗଦ ରାଶି କାରବାର ହେଉଥିଲା ସେଥି ମଧ୍ୟରୁ କେବଳ ୫ ଶହ ଟଙ୍କା ଓ ୧୦୦୦ ଟଙ୍କିଆ ନୋଟର ରାଶିର ପରିମାଣ ୧୫.୪୧ ଲକ୍ଷ କୋଟି ଟଙ୍କା ଥିଲା । ବିମୁଦ୍ରୀକରଣ ପରେ ପାଖାପାଖି ୯୯.୩୦ ପ୍ରତିଶତ ୫ଶହ ଟଙ୍କା ୧୦୦୦ ଟଙ୍କା ନୋଟ ବ୍ୟାଙ୍କ ଗୁଡିକୁ ଫେରି ଆସିଥିଲା । ଯାହାର ମୂଲ୍ୟ ଥିଲା ୧୫.୩୧ ଲକ୍ଷ କୋଟି ଟଙ୍କା । କିନ୍ତୁ ୨୦୨୩ ମେ ମାସ ସୁଦ୍ଧା ୩୭ ଲକ୍ଷ କୋଟି ଟଙ୍କାର ନଗଦ ରାଶି କାରବାର ହେଉଛି । ଏହାଦ୍ବାରା ନଗଦ ରାଶିର ପ୍ରଚଳନ ପାଖାପାଖି ୨ ଗୁଣା ବଢିଛି ।

କ୍ୟାସଲେସ ଇକୋନୋମି ପରିବର୍ତ୍ତେ କ୍ୟାସ ମୋର ଇକୋନୋମି ହୋଇଯାଇଛି । ସେହିଭଳି ଭାବରେ ଆତଙ୍କବାଦ କାର୍ଯ୍ୟକଳାପ ଦେଶରେ ବହୁଗୁଣାରେ ବୃଦ୍ଧି ପାଇଛି । ଜାଲ୍ ନୋଟ କାରବାର ଏବଂ ଦରିଆପାରୀ ଆତଙ୍କବାଦ କାର୍ଯ୍ୟକଳାପ ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି । ଯେଉଁ ୨୦୦୦ ଟଙ୍କିଆ ନୋଟକୁ ଫେରସ୍ତ ନେବାପାଇଁ ନିଷ୍ପତ୍ତି ନିଆଯାଇଛି ଏହା କାହିଁକି ଏତେ ବିଳମ୍ବରେ ନିଆଗଲା ଏବଂ ୪ଟି ରାଜ୍ୟର ନିର୍ବାଚନ ଆଉ କିଛିମାସ ବାକିଥିବାବେଳେ ଏଭଳି ନିଷ୍ପତ୍ତି ନେବା ଆଉ କିଛି ନ୍ୟସ୍ତ ସ୍ବାର୍ଥକୁ ପୂରଣ କରିବା ପାଇଁ କି ? ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀ ଏପରିକି ବିଜେପି ଦଳର ବହୁ ସାଂଗଠନିକ କାର୍ଯ୍ୟକର୍ତା କହିଥିଲେ ୨୦୦୦ ଟଙ୍କିଆ ନୋଟରେ ନାନୋଚିପ୍ ଲାଗିଛି । ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ କେହି କଳାଧନ ମହଜୁଦକାରୀ ଏହି ୨୦୦୦ ଟଙ୍କାନୋଟକୁ ଠୁଳ କଲେ ତାକୁ ଶୀଘ୍ର ଠାବ କରିହେବ । ତେଣୁ ପ୍ରଦେଶ କଂଗ୍ରେସର ପ୍ରଶ୍ନ, ଯଦି ଏହି ନୋଟକୁ ଠାବ କରିହେବ ତାହାହେଲେ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏହାକୁ ପୂର୍ନବାର ବଜାରରୁ ଫେରାଇ ନିଆଯାଉଛି ।

୨୦୦୦ ଟଙ୍କିଆ ନୋଟ ଛାପିବା ପାଇଁ ସେତେବେଳେ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ପୁଣି ସେହି ନୋଟକୁ ଫେରାଇ ନେବା ଏବଂ ତାର ରକ୍ଷଣାବେକ୍ଷଣ ଓ ସେ ନୋଟକୁ ନଷ୍ଟକରିବାରେ ମଧ୍ୟ ବହୁ କୋଟି ଟଙ୍କା ଖର୍ଚ୍ଚ ହେବ । ତେଣୁ ଏସବୁ ଖୋଦ୍ ପ୍ରଧାନମନ୍ତ୍ରୀଙ୍କର ଅହଂଭାବ, ଆତ୍ମଗର୍ବ ଓ ଅର୍ଥନୀତିକୁ ପରିଚାଳନା କରିବା ପାଇଁ ଉପଯୁକ୍ତ ଜ୍ଞାନ ନଥିବା ହେତୁ ଏଭଳି ପରିସ୍ଥିତି ଉପୁଜିଛି । ଏହା ପ୍ରଧାନମନ୍ତ୍ରୀଙ୍କର ତୁଗଲକି ଶାସନର ଦୃଷ୍ଟାନ୍ତ ବୋଲି ପ୍ରଶାନ୍ତ କୁମାର ଶତପଥି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ବିମୁଦ୍ରୀକରଣ ଯୋଗୁଁ ପାଖାପାଖି ୨ କୋଟି ଲୋକ ଏବଂ ଲକ୍ଷ ଲକ୍ଷ ଅଣୁ, କ୍ଷୁଦ୍ର, ମଧ୍ୟମ ବର୍ଗ ଶିଳ୍ପ ସଂପୂର୍ଣ୍ଣ ଭାବରେ ଠପ ହୋଇଯାଇଛି ଫଳରେ ଭାରତର ଅର୍ଥନୀତି ବିକାଶର ଧାରା ଆଜି ପର୍ଯ୍ୟନ୍ତ ନିମ୍ନଗାମୀ ହେଉଛି । ୨୦୦୦ ଟଙ୍କା ନୋଟ ଛାପିବା ଏ ସରକାରଙ୍କର ବୈଧିକ ଶୂନ୍ୟତାର ଏକ ସ୍ପଷ୍ଟ ପ୍ରମାଣ କହି ବର୍ଷିଛି କଂଗ୍ରେସ । ବର୍ତ୍ତମାନ ପାଖାପାଖି ୩.୬୨ ଲକ୍ଷ କୋଟି ଟଙ୍କା ଅର୍ଥନୀତିରେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ହେଉଥିବାବେଳେ ପାଖାପାଖି ୨୦୧୭ ମସିହାର ପ୍ରଚଳିତ ୨୦୦୦ ଟଙ୍କିଆ ନୋଟର ଅଧା ଏବେ ପ୍ରଚଳିତ ହେଉଛି । କିନ୍ତୁ ଏହାର ପ୍ରଭାବ ନିଶ୍ଚିତରୂପେ ଭାରତବର୍ଷର ଅଣୁ, କ୍ଷୁଦ୍ର ଓ ମଧ୍ୟମ ବର୍ଗ ଶିଳ୍ପ ଉପରେ ପଡ଼ିବ । ଯାହାଦ୍ବାରା ଦେଶର ଜିଡିପିକୁ କିଛି ମାତ୍ରାରେ ପ୍ରଭାବିତ କରିବ । ତେଣୁ ଯେଉଁ ନିଷ୍ପତ୍ତି ଏବେ ନିଆଗଲା ତାହା ମଧ୍ୟ ଭୁଲ ନିଷ୍ପତ୍ତି ବୋଲି କଂଗ୍ରେସ କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.