ETV Bharat / state

ଓଡ଼ିଶା କୃଷକମାନଙ୍କର ଆୟ ଦ୍ବିଗୁଣିତ ହେବା ପରିବର୍ତ୍ତେ କମି ଯାଉଛି: କଂଗ୍ରେସ

author img

By

Published : Apr 25, 2023, 7:13 AM IST

ଅନେକ ସମୟରେ ଓଡ଼ିଶା ସରକାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଓଡ଼ିଶାରେ କୃ଼ଷକଙ୍କ ଆୟ ଦ୍ବିଗୁଣିତ ହୋଇଛି । ତେବେ ବାସ୍ତବରେ ନବୀନ ସରକାରଙ୍କର ଦୃଢ଼ୋକ୍ତି ଏକ ବୃଥା ଆସ୍ଫଳନ ବୋଲି କହିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ଓଡ଼ିଶାରେ କୃ଼ଷକଙ୍କ ଆୟ କମି ଯାଉଥିବା ଅଭିଯୋଗ କଲା କଂଗ୍ରେସ

ଭୁବନେଶ୍ବର: ଓଡ଼ିଶା ସରକାର ଓଡ଼ିଶାର କୃଷକଙ୍କର ଆୟ ଦ୍ବିଗୁଣିତ କରିବା ପାଇଁ ବହୁ ସମୟରେ ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ୨୦୧୨-୧୩ ମସିହାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ, ସାରା ଭାରତ ବର୍ଷରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି କୃଷକ ମାନଙ୍କର ଆୟକୁ ସରକାର ଦ୍ବିଗୁଣିତ କରିଛନ୍ତି ବୋଲି । କିନ୍ତୁ ବାସ୍ତବ ଚିତ୍ର ଆଜି ଯାହା ବର୍ଣ୍ଣନା କରୁଛି ତାହା ରାଜ୍ୟର ନବୀନ ସରକାରଙ୍କର ଦୃଢ଼ୋକ୍ତି ଏକ ବୃଥା ଆସ୍ଫଳନ ବୋଲି କହିଛି କଂଗ୍ରେସ ।

କଂଗ୍ରେସ ମୁଖପାତ୍ର ରଜନୀ ରଞ୍ଜନ ମହାନ୍ତି କହିଛନ୍ତି, "୨୦୧୨-୧୩ ମସିହା ଠାରୁ ଆରମ୍ଭ କରି ୨୦୨୨-୨୩, ଏହି ୧୦ ବର୍ଷ ଭିତରେ ରାଜ୍ୟର କୃଷକ ପରିବାରର ମାସିକ ଆୟ ଦ୍ବିଗୁଣିତ ହେବା ପରିବର୍ତ୍ତେ ୨୦୧୨-୧୩ ମସିହା ଆୟ ଠାରୁ ୩ ଟଙ୍କା କମିଛି । ୨୦୧୨-୧୩ ମସିହାରେ ଏନ୍‌ଏସ୍‌ଏସ୍‌ଓ ରିପୋର୍ଟର ତଥ୍ୟ ଆଧାରରେ ଓଡ଼ିଶାର ଏକ କୃଷକ ପରିବାରର ମାସିକ ଆୟ ୪,୯୫୩ ଟଙ୍କା ଥିଲା । କିନ୍ତୁ ୨୦୨୨ ମସିହାରେ ରାଜ୍ୟର ଏକ କୃଷକ ପରିବାରର ବାର୍ଷିକ ଆୟ ୫୯,୪୪୦ ଟଙ୍କା । ଏହି ହିସାବ ଅନୁପାତରେ ଗୋଟିଏ କୃଷକ ପରିବାର ମାସକୁ ଆୟ ପ୍ରାୟ ୪,୯୫୦ ଟଙ୍କା । ଅର୍ଥାତ ଏହି ୧୦ ବର୍ଷ ଭିତରେ ନବୀନ ସରକାର କୃଷକମାନଙ୍କର ଆୟ ଦ୍ବିଗୁଣିତ କରିବାରେ ସଫଳ ହୋଇ ନାହାନ୍ତି ବୋଲି ଏହି ତଥ୍ୟରୁ ସ୍ପଷ୍ଟ ପ୍ରମାଣିତ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ୨୦୧୮-୨୦୧୯ ମସିହାରେ ଏନ୍‌ଏସ୍‌ଏସ୍‌ଓ ତଥ୍ୟ ଅନୁସାରେ ଓଡ଼ିଶାର ଏକ କୃଷକ ପରିବାରର ମାସିକ ଆୟ ୫,୧୧୨ ଟଙ୍କା ଥିଲା ଏବଂ ଓଡ଼ିଶା ଭାରତ ବର୍ଷର ଦ୍ବିତୀୟ ନ୍ୟୁନତମ ଆୟକାରୀ ରାଜ୍ୟ ରୂପେ ପରିଗଣିତ ହେଲା । କିନ୍ତୁ ସେହି ସମୟରେ ଭାରତ ବର୍ଷର ବହୁ ଛୋଟଛୋଟ ରାଜ୍ୟମାନଙ୍କର କୃଷକ ମାନଙ୍କର ଆୟ ଓଡ଼ିଶାର କୃଷକମାନଙ୍କର ଆୟଠାରୁ ବହୁ ଅଧିକ ।"

ସେ ଆହୁରି କହିଛନ୍ତି, "ଛତିଶଗଡ଼ ଏକ କୃଷକ ପରିବାରର ଆୟ ୭,୫୪୨ ଟଙ୍କା, ତ୍ରିପୁରାରେ ୯,୯୧୮ ଟଙ୍କା, ନାଗାଲାଣ୍ଡରେ ୮,୮୭୭ ଟଙ୍କା ଥିଲାବେଳେ ରାଜସ୍ଥାନରେ ୧୨,୫୨୦ ଟଙ୍କା । ଓଡ଼ିଶାରେ ଏଭଳିସ୍ଥିତ କାହିଁକି ? ୭୭ତମ ଏନ୍‌.ଏସ୍‌.ଏସ୍‌.ଓ ରିପୋର୍ଟ ଅନୁସାରେ ଓଡ଼ିଶାରେ ଗୋଟିଏ କୃଷକ ପରିବାର ଦିନକୁ ମାତ୍ର ୧୭୦ ଟଙ୍କା ରୋଜଗାର କରନ୍ତି । କିନ୍ତୁ ରାଜ୍ୟ ସରକାର କୃଷକ ମାନଙ୍କର ଆୟ ଦ୍ବିଗୁଣିତ ହୋଇଛି ବୋଲି ଡିଣ୍ଡିମ ପିଟିବା ଏକ ହାସ୍ୟାସ୍ପଦ କଥା । ସତ କିଏ କହୁଛି, ଯଦି ରାଜ୍ୟରେ ପ୍ରକୃତରେ କୃଷକମାନଙ୍କର ଆୟ ଦ୍ବିଗୁଣିତ ହୋଇଛି ତାହାଲେ ଏଭଳି ତଥ୍ୟ କାହିଁକି ପ୍ରକାଶ ପାଉଛି । ୨୦୧୮-୧୯ ମସିହାରେ ଆୟକୁ ହିସାବକୁ ନେଲେ ୨୦୨୨ ମସିହାରେ କୃଷକ ପରିବାରର ଆୟ ୬୨ ଟଙ୍କା କମିଗଲାଣି । ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ନବୀନ ସରକାର କୃଷକମାନଙ୍କର ଆୟକୁ ଦ୍ବିଗୁଣିତ କରିବା ପାଇଁ ତିନି ତିନିଥର ଧାର୍ଯ୍ୟ ସମୟ ସ୍ଥିର କରିଥିଲେ ସୁଧା ଏହା ସମ୍ଭବ ହୋଇନାହିଁ । ରାଜ୍ୟର ଏପର୍ଯ୍ୟନ୍ତ କେତେ ସଂଖ୍ୟକ କୃଷକ ଅଛନ୍ତି ଏବଂ କେତେ ସଂଖ୍ୟକ କୃଷି ଶ୍ରମିକ ଅଛନ୍ତି ଏମାନଙ୍କର ସଠିକ୍ ତଥ୍ୟ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ । କଂଗ୍ରେସ ସରକାର ସମୟରେ ଯେତେଗୁଡ଼ିକ କୃଷିଭିତିକ ଶିଳ୍ପ ହୋଇଥିଲା ସେସବୁ ଏ ସରକାର ସମୟରେ ବନ୍ଦ ହୋଇଗଲା । ଲକ୍ଷଲକ୍ଷ କୋଟି ଟଙ୍କାର ପୁଞ୍ଜିବିନିଯୋଗର ସ୍ବପ୍ନ ଦେଖାଯାଉଛି କିନ୍ତୁ ରାଜ୍ୟରେ ଗୋଟିଏ ବୋଲି କୃଷିଭିତ୍ତିକ ଶିଳ୍ପ ବା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଗତ ୨୩ ବର୍ଷ ଭିତରେ ପ୍ରତିଷ୍ଠା କରାଯାଇପାରିଲା ନାହିଁ ।"

ତେଣୁ ଏହି ଯୋଜନା କେବଳ ନିର୍ବାଚନ ଜିତିବା ପାଇଁ ପ୍ରଣୟନ କରାଯାଇଥିଲା କି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ରାଜ୍ୟ ସରକାର ରାଜ୍ୟରେ କାଳିଆ ଯୋଜନା ଦ୍ବାରା କେତେ କୃଷକ ପରିବାରଙ୍କର ଆୟ ବୃଦ୍ଧି ଘଟିଛି, କେତେ କୃଷି ଶ୍ରମିକଙ୍କର ଆୟ ଦ୍ବିଗୁଣିତ ହୋଇଛି ତାହାର ଏକ ଶ୍ବେତପତ୍ର କରନ୍ତୁ ବୋଲି କଂଗ୍ରେସ ଦାବି କରିଛି । ପ୍ରକାଶ ଥାଉ କି, ଗତ କିଛି ଦିନ ତଳେ ରାଜ୍ୟ କୃଷିମନ୍ତ୍ରୀ ପୁଣି ଆଉଥରେ କୃଷକମାନଙ୍କର ଆୟ ଦ୍ବିଗୁଣିତ କରିବା କଥା ଦୋହରାଇଥିଲେ । ସେ କହିଥିଲେ, "ପ୍ରତିବର୍ଷ ୧ ଲକ୍ଷ କୃଷକଙ୍କର ଆୟକୁ ଦ୍ବିଗୁଣିତ କରାଯିବ ଏବଂ ଆସନ୍ତା ୩ ବର୍ଷ ଭିତରେ ୩ ଲକ୍ଷ ଲୋକଙ୍କର ଆୟ ଦ୍ବିଗୁଣିତ କରାଯିବ ।" ତେବେ ୧୦ ବର୍ଷ ଭିତରେ ଆୟ ଦ୍ବିଗୁଣିତ କରାଯାଇପାରିଲା ନାହିଁ, କିନ୍ତୁ ଏହି ୩ ବର୍ଷ ଭିତରେ ୩ ଲକ୍ଷଙ୍କର ଆୟ ଦ୍ବିଗୁଣିତ କରାଯିବ ବୋଲି କହିବା ଏକ ନୂଆ ରାଜନୈତିକ ଚାଲ ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.