ETV Bharat / state

ଆଗାମୀ 2024 ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ: ବିଧାୟକ ତାରା

କଂଗ୍ରେସ ମଧ୍ୟ ସଂଗଠନ କୁ ଅଧିକ ସୁଦୃଢ କରିବା ପାଇଁ ଆସନ୍ତା 18 ତାରିଖରେ କଂଗ୍ରେସ ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ଅଧିକ ପଢନ୍ତୁ

author img

By

Published : Dec 15, 2022, 10:05 PM IST

ଆଗାମୀ 2024 ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ: ବିଧାୟକ ତାରା
ଆଗାମୀ 2024 ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ: ବିଧାୟକ ତାରା
ଆଗାମୀ 2024 ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ: ବିଧାୟକ ତାରା

ଭୁବନେଶ୍ବର: ଆଗାମୀ 2024 ସାଧାରଣ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପଥେ ପ୍ରମୁଖ ରାଜନୈତିକ ଦଳ । ଦଳୀୟ ରଣକୌଶଳକୁ ଜୋରଦାର କରିବା ସହ ଜନସାଧାରଣଙ୍କ ଅଧିକ ନିକଟତର ହେବା ଉଦ୍ଦେଶ୍ୟରେ ଅଧିକ ସକ୍ରିୟ ହେବାକୁ ଆରମ୍ଭ ହୋଇଛି ରଣନୀତି । ଆଜି ନବୀନ ନିବାସରେ ପଶ୍ଚିମ ଓଡିଶା ନେତାଙ୍କ ବୈଠକ ଡାକିଛନ୍ତି ନବୀନ। ବିଜେଡିକୁ ଅଧିକ କ୍ରିୟାଶୀଳ କରିବା ସହ ଲୋକଙ୍କ ପ୍ରଥମ ପସନ୍ଦ ହେବ ସେ ନେଇ ସୁପ୍ରିମୋ ଟିପ୍ସ ଦେଇଛନ୍ତି ।

ସେପଟେ ମୁଖ୍ୟ ବିରୋଧୀ ବିଜେପି ମଧ୍ୟ କହିଛି ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ ହେଲେ ବିଜେପି ପ୍ରସ୍ତୁତ ଅଛି । ତେବେ କଂଗ୍ରେସ ମଧ୍ୟ ସଂଗଠନ କୁ ଅଧିକ ସୁଦୃଢ କରିବା ପାଇଁ ଆସନ୍ତା 18 ତାରିଖରେ କଂଗ୍ରେସ ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ଏନେଇ ବରିଷ୍ଠ ବିଧାୟକ ତାରା ବାହିନୀପତି ନିଜର ପ୍ରତିକ୍ରିୟା ରଖିଛନ୍ତି। ଆମେ ବି ପଛରେ ନାହୁଁ। ବିଜୁ ଜନତା ଦଳ ତା କାର୍ଯ୍ୟକ୍ରମ କରିବ। ଆମେ ବି ପଛରେ ନାହୁଁ। ଆସନ୍ତା ୧୮ ତାରିଖ ରେ ଚେଲ୍ଲା କୁମାର ଆସିବା ପରେ ବିଧାୟକ, ବରିଷ୍ଠ ନେତା, ଜିଲ୍ଲା ସଭାପତିଙ୍କ ବୈଠକ ହେବ । କଂଗ୍ରେସ ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦେବ। ସଂଗଠନ କିପରି ମଜବୁତ ହେବ। ୨୦୨୪ ରେ ଆମର ୮୦ ପ୍ରତିଶତ ଯୁବ ଓ ନୂଆ ମୁଁହ ଆସିବେ । ସଂଗଠନ କୁ ଦେଖି ଟିକେଟ ବଣ୍ଟନ କରାଯିବ ବୋଲି ତାରା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.