ETV Bharat / state

ଇଞ୍ଜଣା ପଦ୍ମକେଶରପୁର ଦଙ୍ଗା ଘଟଣା: ଶାନ୍ତି ଅପିଲ କଲା କଂଗ୍ରେସ, କମିଶନରଙ୍କୁ ଦାବିପତ୍ର

ଇଞ୍ଜଣା ପଦ୍ମକେଶରପୁର ଦଙ୍ଗା ଘଟଣା । ଶାନ୍ତି କମିଟି ଗଠନ କରି ସମାଧାନ ପାଇଁ କମିଶନରଙ୍କୁ ଦାବି ପତ୍ର ଦେଲା କଂଗ୍ରେସ । ଅଧିକ ପଢନ୍ତୁ

congress praises for peace
ଶାନ୍ତି ପାଇଁ କଂଗ୍ରେସର ଅପିଲ
author img

By ETV Bharat Odisha Team

Published : Oct 30, 2023, 10:50 PM IST

ଭୁବନେଶ୍ବର: ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବା ପାଇଁ କଂଗ୍ରେସର ଅପିଲ । ଏକ ଶାନ୍ତି କମିଟି ଗଠନ କରିବାକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପୋଲିସ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଛି । ଏନେଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ବ୍ଲକ କଂଗ୍ରେସ ସଭାପତି ଅଶୋକ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ପୋଲିସ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସୂଚନା ଅନୁସାରେ, ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଞ୍ଚେଶ୍ବର ଥାନା ଅଧୀନରେ ଥିବା ଇଂଜଣା ଗ୍ରାମ ପଞ୍ଚାୟତର ପଦ୍ମକେଶରୀପୁରରେ ଗତ ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ସମୟରେ ଘଟିଥିବା ହିଂସାର ସମାଧାନ ହୋଇନଥିଲା । ଏହି ହିଂସା ଆଜି ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଛି । ପ୍ରାୟ ୧ ମାସ ତଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ତତ୍‌କାଳୀନ ଥାନା ଅଧିକାରୀ କିଛି ବ୍ୟକ୍ତିଙ୍କୁ ଗିରଫ କରି ଜେଲ ପଠାଇଥିଲେ । ଏହି ଦଶହରା ସମୟରେ ଗିରଫ ହୋଇଥିବା ବ୍ୟକ୍ତିମାନେ ଜାମିନରେ ଆସିବା ପରେ ପୁଣି ଥରେ ବଡ଼ଧରଣର ଗୋଷ୍ଠୀ ସଂଘର୍ଷ ଘଟିଛି । ବୋମା ମାଡ଼, ଟେକାପଥର ମାଡ଼, ରକ୍ତାକ୍ତ ସଂଘର୍ଷ ପରେ ପୋଲିସ ପ୍ରାୟ ୭୭ ଜଣଙ୍କୁ ଗିରଫ କରିଛି । ପୋଲିସ ଗିରଫଦାରୀ ଭୟରେ ଗ୍ରାମ ପୁରୁଷ ଶୂନ୍ୟ ହୋଇପଡ଼ିଛି ।

"ଏହି ହିଂସାକାଣ୍ଡକୁ ପ୍ରାୟ ମାସେ ବିତିଯାଇଥିଲେ ବି ଆଜି ପର୍ଯ୍ୟନ୍ତ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପୋଲିସ କିମ୍ବା ପ୍ରଶାସନ ତରଫରୁ କୌଣସି ଉଦ୍ୟମ କରାଯାଇନାହିଁ । ଯାହାଫଳରେ ଏ ଘଟଣାର ପୁନରାବୃତ୍ତି ଘଟୁଛି । ଏଭଳି ହିଂସାଦ୍ୱାରା ଗ୍ରାମର ମହିଳା ଓ ଶିଶୁମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । କେବଳ ଗିରଫଦାରୀ ଏହାର ଏକ ସ୍ଥାୟୀ ସମାଧାନ ଆଦୌ ନୁହେଁ । ପୋଲିସ ପ୍ରଶାସନକୁ ଅନୁରୋଧ କରୁଛୁ କି ତୁରନ୍ତ ଏକ ଶାନ୍ତି କମିଟି ଗଠନ କରାଯାଉ । ଯେଉଁଥିରେ ସାହି ମୁରବୀ, ଗାଁ ମୁଖିଆ, ଆଖପାଖ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ପ୍ରଶାସନିକ ଅଧିକାରୀମାନେ ସଭ୍ୟ ଭାବରେ ରହି ଏହାର ଏକ ସ୍ଥାୟୀ ଓ ଶାନ୍ତିପୂର୍ଣ୍ଣ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରନ୍ତୁ" ବୋଲି କହିଛି କଂଗ୍ରେସ ।

ଏହା ବି ପଢନ୍ତୁ...ଇଞ୍ଜଣା ପଦ୍ମକେଶରପୁର ଦଙ୍ଗା ଘଟଣା: ପୁଣି ୭୭ ଗିରଫ, ପୂର୍ବରୁ ଗିରଫ ହୋଇଥିଲେ ୧୨ ଜଣ

କଂଗ୍ରେସର ପ୍ରତିନିଧି ଦଳ ଏହି ପ୍ରସ୍ତାବ ପୋଲିସ କମିଶନରଙ୍କୁ ଜଣାଇଛନ୍ତି । କମିଶନରଙ୍କ ନିର୍ଦ୍ଦେଶରେ ଡିସିପି ଦାବିପତ୍ର ଗ୍ରହଣ କରିବା ସହ ଆଲୋଚନା କରିଥିଲେ ଓ ଶୀଘ୍ର ଶାନ୍ତି କମିଟି ଗଠନ କରିବା ପାଇଁ ପ୍ରତିଶୃତି ଦେଇଥିବା ଜଣାପଡିଛି । ଏହି ପ୍ରତିନିଧି ମଣ୍ଡଳୀରେ ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଅକ୍ଷୟ ଦାସ, ବ୍ଲକ ସଭାପତି ମନୋରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.