ETV Bharat / state

ଗାଁ ଗାଁକୁ ଯିବ କଂଗ୍ରେସ, ସରକାରଙ୍କ ବିଫଳତାକୁ ମୁଦ୍ଦା କରି ଜନତାଙ୍କ ସହ କରିବ ଆଲୋଚନା

author img

By

Published : Jul 28, 2023, 9:43 PM IST

ନିର୍ବାଚନ ପାଇଁ ସକ୍ରିୟ ହେବାରେ ଲାଗିଛି ରାଜ୍ୟ କଂଗ୍ରେସ । ଏଣିକି ପ୍ରତି ଗାଁକୁ ଯାଇ ସରକାରଙ୍କ ବିଫଳତାକୁ ମୁଦ୍ଦା କରି ଜନତାଙ୍କ ସହ ଆଲୋଚନା କରିବ ଦଳ । ଅଧିକ ପଢନ୍ତୁ

ସକ୍ରିୟ ହେବାରେ ଲାଗିଛି ରାଜ୍ୟ କଂଗ୍ରେସ
ସକ୍ରିୟ ହେବାରେ ଲାଗିଛି ରାଜ୍ୟ କଂଗ୍ରେସ
ସକ୍ରିୟ ହେବାରେ ଲାଗିଛି ରାଜ୍ୟ କଂଗ୍ରେସ

ଭୁବନେଶ୍ବର: 2024 ସାଧାରଣ ନିର୍ବାଚନ ପାଇଁ ସକ୍ରିୟ ହେବାରେ ଲାଗିଛି ରାଜ୍ୟ କଂଗ୍ରେସ । ଆଗକୁ ନିର୍ବାଚନ ଥିବାରୁ ବୁଥ ସ୍ତରୀୟ କ୍ୟାମ୍ପେନକୁ ଗୁରୁତ୍ୱ ଦେଇଛି ଦଳ । ରାଜ୍ୟରେ 37 ହଜାର ବୁଥ୍‌କୁ ଟାର୍ଗେଟ କରି କଂଗ୍ରେସ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ରଣନୀତି । ଏଥିପାଇଁ କାର୍ଯ୍ୟକାରିଣୀ ବୈଠକରେ ବ୍ଲୁ ପ୍ରିଣ୍ଟ୍‌ ମଧ୍ୟ ପ୍ରସ୍ତୁତ ହୋଇଥିଲା । ତେବେ ଖୁବଶୀଘ୍ର ଲୋକଙ୍କ ପାଖକୁ ଯିବାକୁ ଦଳ ସଜବାଜ ହେଉଥିବା ଜଣାପଡ଼ିଛି । ଆଗାମୀ ଦିନରେ 314ଟି ବ୍ଲକ୍‌ରେ କାର୍ଯ୍ୟକ୍ରମ କରିବ କଂଗ୍ରେସ । ଗାଁ ଗାଁକୁ ଯିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ଜନସାଧାରଣଙ୍କ ପାଖକୁ ଯିବ କଂଗ୍ରେସ ।

ସେପଟେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବା ପାଇଁ ରାଜ୍ୟ ନେତୃତ୍ୱ ଦିଲ୍ଲୀରେ ଡେରା ପକାଇଥିବା ସୂଚନା ମିଳିଛି । ଦଳୀୟ ନେତାଙ୍କ ହାଇକମାଣ୍ଡ ସହ ସାକ୍ଷାତକାର ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି । ତେବେ ଦିଲ୍ଲୀରେ କିଛି କଂଗ୍ରେସ ନେତା ଡେରା ପକାଇଥିବା ଚର୍ଚ୍ଚା ଉପରେ ମତ ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "ଦିଲ୍ଲୀରେ AICC କାର୍ଯ୍ୟାଳୟ ରହିଛି । ଯେଉଁ ନେତା ଦିଲ୍ଲୀ ଯାଆନ୍ତି, ସେମାନେ ସେଠାରେ ବରିଷ୍ଠ ନେତାଙ୍କୁ ଭେଟନ୍ତି । ଏଥିରେ ବ୍ୟତିକ୍ରମ କେଉଁଠି ରହିଲା ?"

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, "ସମସ୍ତ ଜିଲ୍ଲା ସହ 147ଟି ନିର୍ବାଚନ ମଣ୍ଡଳୀରେ ସଂଗଠନ ମଜବୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ 37 ହଜାର ବୁଥରୁ ଜିଲ୍ଲା ସଭାପତି ନେଇଥିବା କାର୍ଯ୍ୟକ୍ରମ ଉପରେ ଅଗଷ୍ଟ ଶେଷ ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏହାପରେ ପଞ୍ଚାୟତକୁ ମଧ୍ୟ ମଜଭୁତ କରିବାକୁ କାର୍ଯ୍ୟକ୍ରମ କରାଯିବ ।" ତେବେ ସେପ୍ଟେମ୍ବର ମାସରେ AICC ଅଧ୍ୟକ୍ଷ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି । ତେବେ "ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଓଡ଼ିଶାରେ ଏକ ବିରାଟ ଆନ୍ଦୋଳନ ହେବ" ବୋଲି କହିଛନ୍ତି ପିସିିସି ସଭାପତି ଶରତ ପଟ୍ଟନାୟକ।

ଏହା ବି ପଢନ୍ତୁ...ନୂଆ ଚେହେରାଙ୍କୁ ଆକର୍ଷିତ କରିବାରେ କେଉଁ ଦଳ ଆଗରେ, ବିଜେଡି-ବିଜେପିକୁ ପଛରେ ପକାଇଲା କି କଂଗ୍ରେସ ?

ଅନ୍ୟପଟେ ଦଳକୁ ସୁଦୃଢ଼ କରିବା ପାଇଁ ଭାତୃଭାବ ସୃଷ୍ଟି କରିବା ଲକ୍ଷ୍ୟରେ ଏବେ କଂଗ୍ରେସ ସମସ୍ତ ରଣନୀତି ଚୂଡାନ୍ତ କରିଛି । ଏନେଇ କଂଗ୍ରେସ ନେତା ଶରତ ରାଉତ, ବିଜୟ ପଟ୍ଟନାୟକ ଦିଲ୍ଲୀରେ ଆଲୋଚନା କରିଥିବା ଜଣାପଡିିଛି । ଯେଉଁମାନେ ଅସନ୍ତୁଷ୍ଟ ହୋଇ କଂଗ୍ରେସରୁ ଦୂରେଇ ଯାଉଛନ୍ତି ସେମାନଙ୍କୁ ଦଳକୁ ଡାକି ଆଲୋଚନା କରାଯିବ । ଏହାସହ 2024 ସାଧାରଣ ନିର୍ବାଚନରେ ଦଳକୁ କିଭଳି କ୍ଷମତାକୁ ଅଣାଯିବ ସେନେଇ ସମସ୍ତ ପ୍ରକାର କାର୍ଯ୍ୟକ୍ରମ କରାଯାଉଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.