ETV Bharat / state

5T Fight: କଡା ସମାଲୋଚନା କଲେ ବିଧାୟକ ତାରା ବାହିନୀପତି

ରାଜ୍ୟରେ ଏବେ ଶାସନତନ୍ତ୍ରକୁ ନେଇ ଚାଲିଛି ଚର୍ଚ୍ଚା । ରାଜ୍ୟର ଶାସନ କାହା ହାତରେ, କିଏ କରୁଛି ଶାସନ, ଲୋକ ପ୍ରତିନିଧି କିଏ, ଶାସନ କରୁଛି କିଏ ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ରାଜ୍ୟବାସୀଙ୍କ ସାମ୍ନାରେ । ଶାସନ ବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିବାରେ ଲାଗିଛନ୍ତି ବିରୋଧୀ । ଅଧିକ ପଢନ୍ତୁ

author img

By

Published : Jun 29, 2023, 10:43 PM IST

5T Fight:  କଡା ସମାଲୋଚନା କଲେ ବିଧାୟକ ତାରା ବାହିନୀପତି
5T Fight: କଡା ସମାଲୋଚନା କଲେ ବିଧାୟକ ତାରା ବାହିନୀପତି
5T Fight: କଡା ସମାଲୋଚନା କଲେ ବିଧାୟକ ତାରା ବାହିନୀପତି

ଭୁବନେଶ୍ବର: ବଢୁଛି 5ଟି ସଚିବଙ୍କ ଅଡ଼ୁଆ। 5ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ଏବେ ଜୋରଦାର ବିରୋଧ ଦେଖିବାକୁ ମିଳୁଛି। ଆଜି ଜଗତସିଂହପୁର ଜିଲ୍ଲା ଗସ୍ତ ସମୟରେ ବିଜେପି ପକ୍ଷରୁ ତାଙ୍କ ଗସ୍ତକୁ ବିରୋଧ ଦେଖିବାକୁ ମିଳିଥିଲା। ୫ଟି ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତକୁ ବିଜେପିର ବିରୋଧ, ରାହାମାରେ କଳା ବେଲୁନ ଉଡ଼ାଇବା ସହ କଳା ପୋଷାକ ପିନ୍ଧି ବିରୋଧ, ପାରାଦୀପ ଏଡିଏମ ଅଫିସ ଆଗରେ କଳା ପୋଷାକ ପିନ୍ଧି ବିରୋଧ କରାଯାଇଛି ।

ରାଜ୍ୟରେ ଏବେ ଶାସନତନ୍ତ୍ରକୁ ନେଇ ଚାଲିଛି ଚର୍ଚ୍ଚା। ରାଜ୍ୟର ଶାସନ କାହା ହାତରେ, କିଏ କରୁଛି ଶାସନ, ଲୋକ ପ୍ରତିନିଧି କିଏ ,ଶାସନ କରୁଛି କିଏ ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ରାଜ୍ୟବାସୀଙ୍କ ସାମ୍ନାରେ। ଶାସନ ବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିବାରେ ଲାଗିଛନ୍ତି ବିରୋଧୀ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିରୋଧୀଙ୍କ ଲଗାତାର ଆଟାକ ଜାରି ରହିଛି । କେନ୍ଦ୍ର ସରକାର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଉଛି । ହେଲେ ବିରୋଧୀ ବିଜେପି କଂଗ୍ରେସ ମୁଖ୍ୟ ଶାସନ ସଚିବ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାକୁ ଅପେକ୍ଷା କରିଛନ୍ତି ।

କଂଗ୍ରେସ ଅଭିଯୋଗ କରିଛି ରାଜ୍ୟରେ ବାବୁ ତନ୍ତ୍ର ଚାଲିଛି। 5T ସଚିବ ଯଦି ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି ସେଥିପାଇଁ ନିର୍ବାଚିତ ପ୍ରତିନିଧି,ବିଧାୟକ ଓ ମନ୍ତ୍ରୀ ମାନେ ଦାୟୀ ବୋଲି ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ସେମାନେ ସ୍ବର ଉତ୍ତୋଳନ କରିବା ବଦଳରେ ଧନ୍ୟବାଦ ଦେଉଛନ୍ତି । ଜଣେ ସାଂସଦ ପାଣ୍ଡିଆନ ସାର ଆମ ମୁଖ୍ୟମନ୍ତ୍ରୀ ବୋଲି କହିଲେଣି । ଲାଗୁଛି ରାଜ୍ୟରେ ଲୋକ ପ୍ରତିନିଧି ମାନଙ୍କର ଆଉ ସ୍ବାଭିମାନ ନାହିଁ । ଟିକେଟ କଟିବା ଭୟରେ ସବୁ ଚୁପ ବସିଛନ୍ତି । କିନ୍ତୁ ଯେତେବେଳେ ସେମାନେ ନିର୍ବାଚନକୁ ଯେବେ ସେବେ ବୁଝିବେ ନେତାଙ୍କୁ ଯେବେ ଲୋକେ ପ୍ରଶ୍ନ କରି କହିବେ ପାଣ୍ଡିଆନ ସବୁ କଲେ ତୁମେ କଣ କଲ ସେବେ ସେମାନେ ବୁଝିବେ । ଜନସାଧାରଣ ସଚେତନ ହେବାର ଆବଶ୍ୟକତା ରହିଛି।

ସେପଟେ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି ଯେହେତୁ ଭିକେ ପାଣ୍ଡିଆନ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ସେ ଜିଲ୍ଲା ଗସ୍ତ କରିପାରିବେ । ଏଥି ପାଇଁ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ। ଓଡିଶା ବିଜେପି ଯେଉଁ ଚିଠି ଆସିଛି ବୋଲି କହୁଛି ସେମାନେ ବି ଜାଣିଛନ୍ତି କି ମୁଖ୍ୟ ଶାସନ ସଚିବ ମଧ୍ୟ ଏବାବଦରେ କିଛି ପଦକ୍ଷପ ନେଇପାରିବେ ନାହିଁ । ସେମାନେ ଖାଲି ଓଡିଶା ଲୋକଙ୍କୁ ଭୁଆଁ ଭୁଲାଇବା ପାଇଁ ଏଭଳି କରୁଛନ୍ତି । କାରଣ କେନ୍ଦ୍ରରେ ବିଜେପି ସରକାର ଏବଂ ଓଡ଼ିଶାରେ ବିଜେଡି ସରକାର ଉଭୟ ସାଲାସୁତୁରା ହୋଇ ଚାଲିଛି । ଯଦି ବିଜେପି ଭାବୁଛି କିଛି କରିପାରିବ ତେବେ ସାମ୍ବାଦିକ ସମିଳନୀରେ ନ ଗପି କାର୍ଯ୍ୟରେ କରି ଦେଖାନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.