ETV Bharat / state

ଜାନୁଆରୀ ୨୬ରୁ ହାଥ୍‌ ସେ ହାଥ୍‌ ଯୋଡୋ କାର୍ଯ୍ୟକ୍ରମ, ବୁଥସ୍ତରରୁ ସଂଗଠନ ସୁଦୃଢ଼ କରିବ କଂଗ୍ରେସ - କଂଗ୍ରେସ ବିଧାୟକ ସୁର ରାଉତରାୟ

ଜାନୁଆରୀ ୨୬ରୁ ଦେଶବ୍ୟାପୀ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ବରେ ଆରମ୍ଭ ହେବ ହାଥ୍‌ ସେ ହାଥ୍‌ ଯୋଡ଼ୋ କାର୍ଯ୍ୟକ୍ରମ । ଏନେଇ ରାଜ୍ୟ କଂଗ୍ରେସ ମଧ୍ୟ ସାରିଛି ପ୍ରସ୍ତୁତି । ଏହି କାର୍ଯ୍ୟକ୍ରମ ଜରିଆରେ ବୁଥସ୍ତରରୁ କଂଗ୍ରେସ ସଂଗଠନକୁ ସୁଦୃଢ଼ କରି ଲୋକଙ୍କୁ ସଚେତନ କରାଇବ ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

କଂଗ୍ରେସ ବିଧାୟକ ସୁର ରାଉତରାୟ
କଂଗ୍ରେସ ବିଧାୟକ ସୁର ରାଉତରାୟ
author img

By

Published : Jan 10, 2023, 1:08 PM IST

କଂଗ୍ରେସ ବିଧାୟକ ସୁର ରାଉତରାୟ

ଭୁବନେଶ୍ବର: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ସାରାଦେଶରେ ଭାରତ ଯୋଡ଼ୋ ପଦଯାତ୍ରାକୁ ସମର୍ଥନ ମିଳୁଥିବାବେଳେ ଏହାପରେ ପୁଣି ହାଥ୍‌ ସେ ହାଥ୍‌ ଯୋଡ଼ୋ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି କଂଗ୍ରେସ । ଆସନ୍ତା ଜାନୁଆରୀ ୨୬ରୁ ଦେଶବ୍ୟାପୀ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ହେବ । ଏନେଇ ରାଜ୍ୟ କଂଗ୍ରେସ ମଧ୍ୟ ଏହାର ପ୍ରସ୍ତୁତି ସାରିଛି । ବୁଥସ୍ତରରୁ କଂଗ୍ରେସ ସଂଗଠନକୁ ସୁଦୃଢ଼ କରି ଲୋକଙ୍କୁ ସଚେତନ କରାଇବ ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଜନସାଧାରଣଙ୍କ ପାଖକୁ ଯିବ କଂଗ୍ରେସ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ନିଜର ସାଙ୍ଗଠନିକ ଘର ସଜଡ଼ା ସହ ଭୋଟରଙ୍କ ଆସ୍ଥାଭାଜନ ହେବାକୁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ କାର୍ଯ୍ୟକ୍ରମ ଚଳିତ ମାସରେ ଶେଷ ହେବ । ଏହା ପୂର୍ବରୁ ଜାନୁଆରୀ ୨୬ ଅର୍ଥାତ ସାଧାରଣତନ୍ତ୍ର ଦିବସରୁ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ବରେ ସାରା ଦେଶରେ ଆରମ୍ଭ ହେବ 'ହାଥ୍‌ ସେ ହାଥ୍‌ ଯୋଡୋ' କାର୍ଯ୍ୟକ୍ରମ । ସେହି କ୍ରମରେ ଜାନୁଆରୀ ୨୬ରୁ ଓଡ଼ିଶାରେ ଆରମ୍ଭ ହେବ ହାଥ୍‌ ସେ ହାଥ୍‌ ଯୋଡ଼ୋ କାର୍ଯ୍ୟକ୍ରମ । ବୁଥସ୍ତରରୁ ଲୋକଙ୍କୁ ସଚେତନ କରାଇ ଭୋଟରଙ୍କ ସହ ଯୋଡି ହେବ କଂଗ୍ରେସ । ଜାନୁଆରୀ ୨୬ରେ ପ୍ରତ୍ୟେକ ଗାଁରେ କଂଗ୍ରେସ ପତାକା ଉତ୍ତୋଳନ କରାଯିବ । କଂଗ୍ରେସ ନେତୃବୃନ୍ଦ ପ୍ରତ୍ୟକ ଘରକୁ ଘର ଯାଇ ଜନସମ୍ପର୍କ ସୃଷ୍ଟି କରିବା ସହିତ ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି, ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସମସ୍ୟା ସହିତ କଂଗ୍ରେସର ବାର୍ତ୍ତା ପ୍ରେରିତ କରିବେ ।

ଦାରିଦ୍ର୍ୟତା, ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା, ମୁଦ୍ରାସ୍ପିତି ବିଷୟରେ ଲୋକମାନଙ୍କୁ ଅବଗତ କରାଇବେ କଂଗ୍ରେସ ନେତା ଓ କର୍ମୀ । ଗତ ଜାନୁଆରୀ ୬ ଏବଂ ୭ ତାରିଖରେ ଦୁଇ ଦିନ ଧରି ରାଜ୍ୟ କଂଗ୍ରେସ ଭବନରେ ହାଥ୍‌ ସେ ହାଥ୍‌ ଯୋଡୋ କାର୍ଯ୍ୟକ୍ରମ କିପରି ସଫଳ ହେବ ସେନେଇ ଜମ୍ମୁ ଓ କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ତାରିକ ହମିଦ କାରା ସମସ୍ତ ଜିଲ୍ଲା ସଭାପତି, ବିଧାୟକ ଓ ସାଂସଦମାନଙ୍କ ସହ ଆଲୋଚନା କରିଛନ୍ତି । ସୋମବାର କଂଗ୍ରେସ ପକ୍ଷରୁ ହାଥ୍‌ ସେ ହାଥ୍‌ ଯୋଡୋ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପିସିସି ଅନୁସୂଚିତ ଜାତି ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ତେବେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ କଂଗ୍ରେସ ନିଜର ରଣନୀତି ଆରମ୍ଭ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.