ETV Bharat / state

ବିଜେପି-ବିଜେଡି ଆନ୍ଦୋଳନକୁ କଂଗ୍ରେସର ସମାଲୋଚନା, ଲୋକ ଦେଖାଣିଆ ରାଜନୀତି କରୁଛନ୍ତି କହିଲା କଂଗ୍ରେସ

author img

By

Published : Feb 15, 2023, 7:31 AM IST

ପରସ୍ପର ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଜେପି ଓ ବିଜେଡି । ଉଭୟ ଦଳର ଏଭଳି ନୀତିକୁ ନିନ୍ଦା କରିଛି କଂଗ୍ରେସ । ଦୁହେଁ ମିଶିକି ଅଛନ୍ତି, ଖାଲି ଲୋକ ଦେଖାଣିଆକୁ ଏପରି ଆନ୍ଦୋଳନ ରାଜନୀତି କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

ବିଜେପି-ବିଜେଡି ଲୋକ ଦେଖାଣିଆ ରାଜନୀତି କରୁଛନ୍ତି କହିଲେ ସୁର

ଭୁବନେଶ୍ବର: ରାଜ୍ୟରେ ତେଜୁଛି ଆନ୍ଦୋଳନାତ୍ମକ ରାଜନୀତି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ରାଜନୈତିକ ଦଳ ଗୁଡ଼ିକ ଲୋକଙ୍କ ନିକଟତର ହେବାକୁ ଲାଗିଛନ୍ତି । ଏଥିପାଇଁ କାଦୁଅ ଫିଙ୍ଗା ରାଜନୀତି ଏବେ ଜୋରଦାର ହୋଇଛି । ଲୋକଙ୍କ ଫାଇଦା ଆଳରେ ପରସ୍ପରକୁ ଦୋଷାରୋପ କରିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଉଭୟ ବିଜେପି ଓ ବିଜେଡି । ତେବେ କଂଗ୍ରେସ ମଧ୍ୟ ଆଗାମୀ ଦିନରେ ବଡ଼ ବିପ୍ଳବ କରିବାକୁ ଚିନ୍ତା କରୁଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ରାଜ୍ୟରେ ଏବେ ଆନ୍ଦୋଳନାତ୍ମକ ରାଜନୀତି ତେଜିବାରେ ଲାଗିଛି । ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । କେତେବେଳେ ଆବାସ ଯୋଜନା ତ ଆଉ କେତେବେଳେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି ନେଇ ଶାସକ ଦଳକୁ କାଠଗଡ଼ାରେ ଛିଡ଼ା କରୁଛନ୍ତି ବିରୋଧି । ମଙ୍ଗଳବାର ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି ପକ୍ଷରୁ ଭୁବନେଶ୍ବରରେ ହରତାଳ ଆରମ୍ଭ କରାଯାଇଛି । ସେହିପରି ଶାସକ ଦଳ ମଧ୍ୟ ଚାଉଳକୁ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିଛି । ତେବେ ଏହି ଆନ୍ଦୋଳନ ଆଗାମୀ ଦିନରେ ଆହୁରି ଅଧିକ ଶାଣିତ ହେବ ବୋଲି ଉଭୟ ଶାସକ ଓ ବିରୋଧୀ ମତ ରଖିଛନ୍ତି ।

ତେବେ ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗକୁ କଂଗ୍ରେସ ତାତ୍ସଲ୍ୟ କରିଛି । ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଦୁହେଁ ମିଶିକି ଅଛନ୍ତି । ଖାଲି ଲୋକ ଦେଖାଣିଆକୁ ଏପରି ଆନ୍ଦୋଳନ ରାଜନୀତି କରୁଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଦୟନୀୟ । ବଡ଼ ମନ୍ତ୍ରୀକୁ ଗୁଳି କରି ମାରିଦେଲେ । ବିଜେପି କହୁଛି ମନ୍ତ୍ରୀଙ୍କ ମୃତ୍ୟୁ ପଛରେ ବିଜେଡି ଅଛି । ବିଜେଡି କହୁଛି ଆଉ କିଏ ଅଛି । ରାଜନୀତି କରୁଛନ୍ତି ଉଭୟ ଦଳ । ବିଜେଡି ଯେଉଁ ଚାଉଳ ନେଇ ରାଜନୀତି କରୁଛି, ଏପର୍ଯ୍ୟନ୍ତ କେଉଁଠି ଥିଲେ । ଚାଉଳ ବଣ୍ଟନ କଂଗ୍ରେସ ଅମଳରେ ଆରମ୍ଭ ହୋଇଥିଲା ।"

ଇଟିଭୁ ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.