ETV Bharat / state

୨୧ରୁ ବିଧାନସଭା ବଜେଟ ଅଧିବେଶନ, ସରକାରଙ୍କୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତ - ସରକାରଙ୍କୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତ

ଆସନ୍ତା ୨୧ରୁ ବିଧାନସଭା ବଜେଟ ଅଧିବେଶନ । ଗୃହରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧି । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିବାକୁ କଂଗ୍ରେସ ପ୍ରସ୍ତୁତ ଥିବା କହିଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

Sura Routray Reaction
କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରତିକ୍ରିୟା
author img

By

Published : Feb 19, 2023, 7:56 PM IST

ଭୁବନେଶ୍ବର: ଦିନକ ପରେ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ ଅଧିବେଶନ । ବିଧାନସଭାରେ ସରକାରଙ୍କୁ ଘେରିବାକୁ ବିରୋଧି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ବିଜେପି ପ୍ରତିଦିନ ଆନ୍ଦୋଳନ କରୁଥିବାବେଳେ କଂଗ୍ରେସ ମଧ୍ୟ ନବ ଦାସ ହତ୍ୟାକାଣ୍ଡ ସହିତ ସରକାରଙ୍କ ବିଭିନ୍ନ ବିଫଳତାକୁ ନେଇ ସରକାରଙ୍କୁ ଟାର୍ଗେଟ କରିବାକୁ ପ୍ରସ୍ତୁତ ହୋଇଛି ।

ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ ଅଧିବେଶନ । ବଜେଟ ଅଧିବେଶନରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ପରେ ରାଜ୍ୟର ପ୍ରମୁଖ ପ୍ରସଙ୍ଗକୁ ଉଠାଇବେ ବିରୋଧି । ଶାସକ ଦଳର ବିଫଳତା ଅଭିଯୋଗ ଆଣି ସରକାରଙ୍କୁ ଘେରିବେ ବିରୋଧି । ବିଜେପି ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇଥିବା ଅଭିଯୋଗ ଆଣି ପ୍ରତିଦିନ ବିକ୍ଷୋଭ କରୁଛି । ସେହିପରି ଶାସକ ବିଜେଡି ମଧ୍ୟ ବିଜେପିର ମହିଳା ବିରୋଧି ଆଭିମୁଖ୍ୟ, ଧାନ କିଣା, କେନ୍ଦ୍ର ଦ୍ବାରା ଚାଉଳ କାଟକୁ ନେଇ ବିଜେପିକୁ ଟାର୍ଗେଟ କରୁଛି । ତେବେ ସରକାରଙ୍କୁ ଘେରିବାକୁ କଂଗ୍ରେସ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ବିଭିନ୍ନ ପ୍ରସଙ୍ଗରେ ନିକଟରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । କଂଗ୍ରେସ ବିଧାୟକ ସୁର ରାଉତରାୟ ଆଜି କଂଗ୍ରେସର ଆଭିମୁଖ୍ୟ ବିଷୟରେ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ସୂଚନା ଅନୁସାରେ ରାଜ୍ୟରେ ବିଭିନ୍ନ ପ୍ରକାର ଅନିୟମିତତା ନେଇ ବିଧାନସଭାରେ ସ୍ବର ଉତ୍ତୋଳନ କରିବ କଂଗ୍ରେସ । ନବ ଦାସ ହତ୍ୟା ଘଟଣାରେ ତଦନ୍ତକୁ ନେଇ ସରକାରଙ୍କୁ ପ୍ରଶ୍ନ କରାଯିବ । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଉଭୟ ସରକାରଙ୍କ ଚାଷୀ ମାରଣ ନୀତି, ଚିଟ୍‌ ଫଣ୍ଡ ଦୁର୍ନୀତି, ଖଣି ଦୁର୍ନୀତି କଥା କଂଗ୍ରେସ ଉଠାଇବ ବୋଲି ସ୍ପଷ୍ଟ କରିଛନ୍ତି ବରିଷ୍ଠ ବିଧାୟକ ସୁର ରାଉତରାୟ ।

ଏନେଇ ସୁର କହିଛନ୍ତି, "ଆଇନ ଶୃଙ୍ଖଳା ସ୍ଥିତି ଚରମ ସୀମାରେ ପହଞ୍ଚିଛି । ଦୈନନ୍ଦିନ ନାରୀ ସୁରକ୍ଷା ନେଇ ପ୍ରଶ୍ନ ଉଠୁଛି । ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ଚାଷିକୂଳ ଆଜି ହତାଶ । ଧାନ କିଣାରେ ଅନିୟମିତତା ପାଇଁ ଚାଷି ଆଜି ରାଜରାସ୍ତାରେ । ରାଜ୍ୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । କୋଲ ବ୍ଲକରେ ଦୁର୍ନୀତି ଏକ ବଡ଼ ପ୍ରସଙ୍ଗ । ତେଣୁ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ବିଧାୟକ ଦଳ ବୈଠକରେ ଏନେଇ ଚୂଡାନ୍ତ ହେବ । କଂଗ୍ରେସ ବିଧାୟକ ମାନେ ପ୍ରସ୍ତୁତ ହୋଇଛନ୍ତି ।" ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ ବିଧାନସଭା ଅଧିବେଶନ ଏଥର ସରଗରମ ହେବ । ଉଭୟ ବିଜେପି ଏବଂ କଂଗ୍ରେସ ସରକାରଙ୍କୁ ଗୃହରେ ଘେରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.