ETV Bharat / state

ଗୀତା ମେହେଟ୍ଟାଙ୍କ ପରଲୋକ, ଦୁଃଖ ପ୍ରକାଶ କଲା କଂଗ୍ରେସ - ଗୀତା ମେହେଟ୍ଟା ପରଲୋକ

ପରଲୋକରେ ଆନ୍ତର୍ଜାତିକ ଲେଖିକା, ସାମ୍ବାଦିକା ତଥା ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହେଟ୍ଟା । ଦିଲ୍ଲୀସ୍ଥିତ ବାସଭବନରେ 80 ବର୍ଷ ବୟସରେ ଗୀତାଙ୍କ ବିୟୋଗ ହୋଇଛି । ଦୁଃଖ ପ୍ରକାଶ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

ଗୀତା ମେହେଟ୍ଟାଙ୍କ ପରଲୋକ
ଗୀତା ମେହେଟ୍ଟାଙ୍କ ପରଲୋକ
author img

By ETV Bharat Odisha Team

Published : Sep 17, 2023, 4:39 PM IST

ଗୀତା ମେହେଟ୍ଟାଙ୍କ ପରଲୋକ

ଭୁବନେଶ୍ବର: ପରଲୋକରେ ଆନ୍ତର୍ଜାତିକ ଲେଖିକା, ସାମ୍ବାଦିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା । ଗତକାଲି ଦିଲ୍ଲୀସ୍ଥିତ ନିଜ ବାସଭବନରେ 80 ବର୍ଷ ବୟସରେ ଗୀତାଙ୍କ ଦେହାନ୍ତ ହୋଇଛି । ତେବେ ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ନେଇ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ସେପଟେ ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

ତେବେ କଂଗ୍ରେସ ବିଧାୟକ ସୁର ରାଉତରାୟ ଗୀତା ମେହେଟ୍ଟାଙ୍କ ପରଲୋକରେ ମର୍ମାହାତ ଥିବା କହିବା ସହ ଗୀତାଙ୍କ ସ୍ମୃତିଚାରଣ କରିଛନ୍ତି । ଏହାସହ ସୁର କହିଛନ୍ତି "ବିଜୁ ବାବୁ ଥିବାବେଳେ ମୁଁ ଅନେକ ଥର ଗୀତାଙ୍କୁ ଦେଖିଛି । ଗୀତା ଜଣେ ବିଶ୍ବ ସ୍ତରୀୟ ଲେଖିକା । ସେ ଜଣେ ଭଦ୍ର, ସରଳ, ଅମାୟୀକ, ଉଚ୍ଚ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱ । ତାଙ୍କ କଲମର ଶକ୍ତି ବଳରେ ସେ ସାରା ବିଶ୍ବରେ ନାଁ କରିବା ସହ ବିଶ୍ବସ୍ତରରେ 19ଥର ସମ୍ମାନିତ ହୋଇଛନ୍ତି। ତାଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦ ଘଟଣା ।"

ଏଦା ମଧ୍ୟ ପଢ଼ନ୍ତୁ...ଦିଲ୍ଲୀ ଅଭିମୁଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭଉଣୀ ଗୀତା ମେହେଟ୍ଟାଙ୍କୁ କରିବେ ଶେଷ ଦର୍ଶନ

ସେପଟେ ଆଜି ଦିଲ୍ଲୀରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବଡ଼ ଭଉଣୀଙ୍କ ଶେଷ ଦର୍ଶନ କରିଛନ୍ତି । ବିଜୁ ପଟ୍ଟନାୟକଙ୍କ ଦିଲ୍ଲୀସ୍ଥିତ ଏପିଜେ ଅବଦୁଲ କଲାମ ରୋଡ ବାସଭବନରେ ଗୀତା ମେହେଟ୍ଟାଙ୍କ ମର ଶରୀର ରହିଛି । ଗୀତା ମେହେଟ୍ଟାଙ୍କ ପୁଅ ବିଦେଶରୁ ଆସିବା ପରେ ଆସନ୍ତାକାଲି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

ତେବେ 1943 ମସିହାରେ ଜନ୍ମିତ ଗୀତା ମେହେଟ୍ଟା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ସନ୍ତାନ । ଗୀତା ବ୍ରିଟେନର କେମ୍ବ୍ରିଜ ବିଶ୍ବବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ହାସଲ କରିଥିଲେ । 1965ରେ ସେ ଆମେରିକାସ୍ଥିତ ଅଲଫ୍ରେଡ଼ ଏ ନୋଫ ପ୍ରକାଶନ ସଂସ୍ଥାର ମୁଖ୍ୟ ସୋନୀ ମେହେଟ୍ଟାଙ୍କୁ ବିବାହ କରିଥିଲେ । ତେବେ 2019ରେ ସୋନୀ ମେହେଟ୍ଟାଙ୍କ ଦେହାନ୍ତ ହୋଇଥିଲା । ଗୀତାଙ୍କର ଜଣେ ପୁତ୍ର ସନ୍ତାନ ଆଦିତ୍ୟ ସିଂହ ମେହେଟ୍ଟା ବିଦେଶରେ ରହୁଛନ୍ତି।

40 ବର୍ଷର ସାହିତ୍ୟ ସାଧନାରେ ତାଙ୍କର ପୁସ୍ତକ ଉଲ୍ଲେଖନୀୟ ସଫଳତା ଲାଭ କରିଛି । ଗୀତା ଇଂଲଣ୍ଡ, ୟୁରୋପ ଏବଂ ଆମେରିକା ପାଇଁ 114ଟି ଦୂରଦର୍ଶନ ପ୍ରାମାଣିକ ଚଳଚ୍ଚିତ୍ର କରିଛନ୍ତି । ତେବେ 2019 ମସିହାରେ ତାଙ୍କ ନାଁ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା । କିନ୍ତୁ ସେ ପୁରସ୍କାର ଗ୍ରହଣ କରିବା ପାଇଁ ମନା କରିଦେଇଥିଲେ । ପଦ୍ମଶ୍ରୀ ସମ୍ମାନକୁ ପ୍ରତ୍ୟାଖାନ କରି ସେ ଚର୍ଚ୍ଚାକୁ ଆସିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.