ETV Bharat / state

କଂଗ୍ରେସ ବିଧାୟକ ଦଳ ବୈଠକ: 5ଟି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି, ଆଲୋଚନାବେଳେ ରାଗିଗଲେ ତାରା

author img

By ETV Bharat Odisha Team

Published : Sep 22, 2023, 10:48 PM IST

କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟତଃ 5ଟି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ସ୍ଥିର କରିଛି କଂଗ୍ରେସ। ଅଧିକ ପଢନ୍ତୁ

congress meeting for assembly session
କଂଗ୍ରେସ ବିଧାୟକ ଦଳ ବୈଠକ
କଂଗ୍ରେସ ବିଧାୟକ ଦଳ ବୈଠକ

ଭୁବନେଶ୍ବର: କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବିଧାନସଭା କକ୍ଷରେ ସନ୍ଧ୍ୟା 6ଟା 30ରେ ବୈଠକ ହୋଇଥିଲା। ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତ ରହିଥିଲେ । ବିଧାନସଭାରେ ଦଳର ରଣନୀତି ନେଇ ଆଲୋଚନା ହୋଇଛି । ଦଳ ମୁଖ୍ୟତଃ 5ଟି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଲାଗି ଯୋଜନା କରିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳା, ଖଣି ଦୁର୍ନୀତି, ଆମ ଓଡ଼ିଶା ଏବଂ ନବୀନ ଓଡିଶା ପରି ବିଭିନ୍ନ ସମସ୍ୟାକୁ ପ୍ରମୁଖ ପ୍ରସଙ୍ଗ କରିବ କଂଗ୍ରେସ ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, "ରାଜ୍ୟରେ ବିପର୍ଯ୍ୟୟ ହୋଇପଡିଛି ଶିକ୍ଷା ବ୍ୟବସ୍ଥା । 5ଟି ସ୍କୁଲ ରୂପାନ୍ତରିକରଣ ନାଁରେ ସରକାର ଦୁର୍ନୀତିକୁ ପ୍ରଶୟ ଦେଉଛନ୍ତି । ରଙ୍ଗ ଦେଇ ସ୍କୁଲ ରୂପାନ୍ତରିତ ହୋଇଥିବା କହୁଛନ୍ତି । ସେହିପରି ଶିକ୍ଷକ ଓ ସେମାନଙ୍କ ଦରମା ବାବଦରେ ଅସଙ୍ଗତି ଦେଖିବାକୁ ମିଳୁଛି । ଫଳରେ ପ୍ରତ୍ୟେକ ଦିନ ରାଜରାସ୍ତାକୁ ଆସୁଛି ଶିକ୍ଷକ । ଏବେ ମଧ୍ୟ ଲୋୟର ପିଏମଜିରେ ଆନ୍ଦୋଳନ କରୁଛନ୍ତି ଶିକ୍ଷକ । ପିଲାଙ୍କ ପାଠପଢା ବନ୍ଦ ରହିଛି। ସେହିପରି ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡ଼ି ଯାଇଛି । ଡାକ୍ତର ନାହାନ୍ତି, ରୋଗୀ ସେବା ବିପର୍ଯ୍ୟସ୍ତ । ଲୋକେ ହନ୍ତସନ୍ତ ହେଉଛନ୍ତି । ଆଇନ ଶୃଙ୍ଖଳା କଥା ନକହିବା ଭଲ । ପ୍ରତ୍ୟେକ ଦିନ ନାରୀ ନିର୍ଯ୍ୟାତନା କଥା ସାମ୍ନାକୁ ଆସୁଛି । ରାଜ୍ୟରେ ଖଣି ଲୁଟ ହେଉଛି । ସରକାରୀ ଅଧିକାରୀଙ୍କ ସମର୍ଥନରେ ହେଉଥିବାରୁ ସରକାର ଚୁପ ବସିଛନ୍ତି । 'ଆମ ଓଡ଼ିଶା ଏବଂ ନବୀନ ଓଡିଶା' ଯୋଜନାରେ ସରକାର 1000 କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ପଞ୍ଚାୟତ ବଦଳରେ ବ୍ଲକ ଜରିଆରେ ଟଙ୍କା ଆବଣ୍ଟନକୁ କଂଗ୍ରେସ ବିରୋଧ କରିବ ।"

ଏହା ବି ପଢନ୍ତୁ...ବିଜେଡି ବିଧାୟକ ଦଳ ବୈଠକ: ନବୀନ ଦେଲେ ଟିପ୍ସ

ସେପଟେ କଂଗ୍ରେସ ବିଧାୟକ ଦଳ ବୈଠକ ଚାଲିଥିବା ସମୟରେ ଦଳର କିଛି ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ଜୟପୁରର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । ବିଧାୟକଙ୍କ ସମସ୍ୟା ଏବଂ ଦଳରେ ତାଙ୍କୁ ଅଣଦେଖା କରାଯିବା ସହ ତାଙ୍କ କଥା ରହୁନାହିଁ କି ଗୁରୁତ୍ଵ ଦିଆଯାଉନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି । କୋରାପୁଟ ଜିଲ୍ଲାରେ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ବାଦ୍ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ପ୍ରଚାର କମିଟି ଅଧ୍ୟକ୍ଷ କୋରାପୁଟ ଜିଲ୍ଲା ଗସ୍ତରେ ଯାଇ କାର୍ଯ୍ୟକ୍ରମ କରୁଛନ୍ତି । ଅଥଚ ବିଧାୟକଙ୍କୁ ପଚାରୁ ନାହାନ୍ତି ବୋଲି ସେ କହିଛନ୍ତି ।

ବୈଠକରେ ତାରାଙ୍କୁ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ବୁଝାଇଥିବା ଜଣାପଡିଛି। ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଏହା ଆମ ଘର କଥା । ପାଟି ନୁହେଁ, ତାରା ଗୀତ ଗାଉଥିବା କହି କଥାକୁ ଏଡାଇ ଯାଇଛନ୍ତି ଶରତ । ତେଣେ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି , "ଯାହା ଘଟିଛି ଦଳ ଓ ଘର କଥା । ମୁଁ ଯାହା କହିବା କଥା ଦଳର ବୈଠକରେ ଉପସ୍ଥାପନ କରିଛି । ମୋର କୌଣସି ଅସନ୍ତୋଷ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.