ETV Bharat / state

ମାନବବାଦ ସଂଗଠନର ଆକ୍ରମଣ, ପୀଡିତ ଦୁଇ ପରିବାକୁ ଭେଟିଲା କଂଗ୍ରେସ ଟିମ୍ - ମାନସ ଦାସ

ସର୍ବଭାରତୀୟ କଂଗ୍ରେସ କମିଟିର ଅନୁସୂଚିତ ଜାତିସେଲର ସଂଯୋଜକ ହିତେନ୍ଦ୍ର ବିଥାଡିଆଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମାନବବାଦ ସଂଗଠନ ସଦସ୍ୟଙ୍କ ଆକ୍ରମଣରେ ମୃତ୍ୟୁ ଘଟିଥିବା ଅଭିମାନପୁରର ସତ୍ୟବ୍ରତଙ୍କ ପରିବାର ଓ ମାଡ଼ ଖାଇଥିବା ମାଗୁଣୀ ନାୟକଙ୍କ ପରିବାରକୁ ଭେଟିଛି । ଅଧିକ ପଢ଼ନ୍ତୁ...

ମାନବବାଦ ସଂଗଠନର ଆକ୍ରମଣର ଶିକାର ହୋଇଥିବା ଦୁଇ ପରିବାକୁ ଭେଟିଲା କଂଗ୍ରେସ

author img

By

Published : Sep 3, 2021, 9:57 PM IST

ଖୋର୍ଦ୍ଧା: ମାନବବାଦ ସଂଗଠନର ମୁଖ୍ୟ ଆତ୍ମଘୋଷିତ ଗୁରୁଜୀ ମାନସ ଦାସ ଏବଂ ପୁଅ ମନୋରଞ୍ଜନ ଦାସଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ପରେ ପୋଲିସ ଦୁଇ ବାପପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ସର୍ବଭାରତୀୟ କଂଗ୍ରେସ କମିଟିର ଅନୁସୂଚିତ ଜାତିସେଲର ସଂଯୋଜକ ହିତେନ୍ଦ୍ର ବିଥାଡିଆଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପରେ ଏହି ପ୍ରତିନିଧି ଦଳ ମାନବବାଦ ସଂଗଠନ ସଦସ୍ୟଙ୍କ ଆକ୍ରମଣରେ ମୃତ୍ୟୁ ଘଟିଥିବା ଅଭିମାନପୁରର ସତ୍ୟବ୍ରତଙ୍କ ପରିବାର ଓ ମାଡ଼ ଖାଇଥିବା ମାଗୁଣୀ ନାୟକଙ୍କ ପରିବାରକୁ ଭେଟିଛି ।

ମାନବବାଦ ସଂଗଠନର ଆକ୍ରମଣର ଶିକାର ହୋଇଥିବା ଦୁଇ ପରିବାକୁ ଭେଟିଲା କଂଗ୍ରେସ

ସମସ୍ତ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ କଂଗ୍ରେସ କମିଟିର ଅନୁସୂଚିତ ଜାତିସେଲର ପ୍ରତିନିଧି ଦଳ । ଅନୁସୂଚୀତ ଜାତି, ଜନଜାତି, ଦଳିତ ପରିବାର ଏବଂ ମହିଳାଙ୍କ ବିକାଶର ଡିଣ୍ଡିମ ପିଟୁଥିବା ନବୀନ ସରକାର ଏମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ଏ ରାଜ୍ୟରେ କେହି ସୁରକ୍ଷିତ ନାଁହାନ୍ତି । ବେବିନା ,କୁନ୍ଦୁଲି ଘଟଣା ଠାରୁ ମାଧବିଲତା ପର୍ଯ୍ୟନ୍ତ ସବୁ ଘଟଣାରେ କମିଶନ ଗଠନ କରାଯାଇଛି ହେଲେ ବିଧାନସଭାରେ ଉପସ୍ଥାପିତ କରାଯାଇପାରି ନାହିଁ ବୋଲି ଅଭିଯୋଗ କରିଛିକଂଗ୍ରେସ କମିଟିର ଅନୁସୂଚିତ ଜାତିସେଲର ପ୍ରତିନିଧି ଦଳ ।

ଲୋକ ଲୋଚନକୁ ହଟାଇବା ପାଇଁ ଖାଲି ଗିରଫ କରିଦେଲେ ହେବ ନାହିଁ । ପୀଡ଼ିତ ପରିବାରକୁ ସୁରକ୍ଷା ଦେବା ସହ ଏଭଳି ଘଟଣାର ପୁନରାବୃତ୍ତି ନହୁଏ ସେଥିପ୍ରତି ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ପୀଡ଼ିତ ପରିବାରକୁ ସୁରକ୍ଷା ସହିତ ନ୍ୟାୟ ନମିଳିଲେ ଆଗାମୀ ଦିନରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ଅନୁସୂଚୀତ ଜାତି ସେଲର ଅଧ୍ୟକ୍ଷ ବାଙ୍କନିଧି ବେହେରା, ରାଜ୍ୟ ଅନୁସୂଚିତ ଜାତିମୋର୍ଚା ଆବାହକ ନରୋତ୍ତମ ନାୟକ, ବେଗୁନିଆ-ବୋଲଗଡ଼ କଂଗ୍ରେସ ନେତା ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.