ETV Bharat / state

ରତ୍ନଭଣ୍ଡାର ଚାବି ହଜିବା ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ: କଂଗ୍ରେସ

author img

By

Published : Jul 29, 2023, 8:05 PM IST

ସରକାରଙ୍କ ଜାଣତରେ ରତ୍ନଭଣ୍ଡାର ଲୁଟ ହୋଇଯାଇଥିବା ଅଭିଯୋଗ କଲା କଂଗ୍ରେସ । ପ୍ରେସ୍‌ମିଟ୍‌ରେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ ରତ୍ନଭଣ୍ଡାର ଚାବି ହଜିବା ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ । ଅଧିକ ପଢ଼ନ୍ତୁ

ରତ୍ନଭଣ୍ଡାର ଲୁଟ ହୋଇଯାଇଥିବା ଅଭିଯୋଗ କଲା କଂଗ୍ରେସ

ଭୁବନେଶ୍ବର: ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ । ରତ୍ନଭଣ୍ଡାରରେ ରତ୍ନ ନଥିବା ଅଭିଯୋଗ ଆଣିଲା କଂଗ୍ରେସ । ରତ୍ନଭଣ୍ଡାର ଖୋଲିବା ପାଇଁ ଯେତିକି ଆନ୍ଦୋଳନ ହେଉଛି, ତାକୁ ପ୍ରଶମିତ କରାଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏପରିକି ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ ବିଧାନସଭାରେ ଆଗତ ହେଉନି ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି, "ନକଲି ଚାବି ଖୋଜିବା ପାଇଁ ଦୁଇଟି କମିଟି ଗଠନ ହେଲା, କିନ୍ତୁ ଅସଲି ଚାବି ଖୋଜିବା ପାଇଁ କିଛି କଲେ ନାହିଁ । ରାଜ୍ୟ ସରକାର ଅସଲ ଚାବି ଖୋଜିବା ପାଇଁ ପ୍ରୟାସ କରିନାହାନ୍ତି । ୫ ବର୍ଷ ଭିତରେ ଏ ପ୍ରସଙ୍ଗ ଗୋଳିଆ କରିବା ପାଇଁ ଛୋଟ ଛୋଟ ପ୍ରସଙ୍ଗ ଉଠାଇଛନ୍ତି । ମୂଳ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ସରକାର ଉଦ୍ୟମ କରିଛନ୍ତି । ଆମେ ଆଶା ଏବଂ ଆଶଙ୍କା କରୁଛୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ରତ୍ନଭଣ୍ଡାରରେ ରତ୍ନ ଆଉ ନାହିଁ । ଏବେ ଯଦି ରତ୍ନଭଣ୍ଡାର ଖୋଲିବ ସରକାର ଭାଙ୍ଗିବ । ଲୋକଙ୍କ ଆକ୍ରୋଶର ଶିକାର ହେବେ ସରକାର ।" ତେବେ ଆମ କଥାକୁ ମିଥ୍ୟା ପ୍ରମାଣ କରନ୍ତୁ ଓ ରତ୍ନ ଭଣ୍ଡାର ଖୋଲନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ସିଧାସଳଖ ନିଶାନା କରିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ, ଗଜପତିଙ୍କୁ ଚିଠି ଲେଖିଲେ ସୁଦର୍ଶନ

ଅନ୍ୟପଟେ ରତ୍ନଭଣ୍ଡାର ଚାବି ହଜିବା ଏକ ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ସେ କହିଛନ୍ତି । ତେଣୁ ସରକାର ଆସନ୍ତା ବିଧାନସଭା ଅଧିବେଶନରେ ଜଷ୍ଟିସ ରଘୁବିର ଦାସ କମିଶନଙ୍କ ରିପୋର୍ଟ ଉପସ୍ଥାପନ କରନ୍ତୁ ବୋଲି ସେ ଦାବି କରିଛନ୍ତି । ସେ କହିଛନ୍ତି, "ଯେତେବେଳେ ସାରା ରାଜ୍ୟ ରତ୍ନଭଣ୍ଡାର ଖୋଲିବା ଦାବିରେ ପଡ଼ୁଛି ଉଠୁଛି, ହୁ ହୁ ହୋଇ ଆନ୍ଦୋଳନର ବର୍ଣ୍ଣି ରାଜ୍ୟବ୍ୟାପୀ ଜଳୁଛି, ପ୍ରସଙ୍ଗର ଉଷ୍ମତାକୁ ପ୍ରଶମିତ କରିବାପାଇଁ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ କମିଶନ ବସାଇଥିଲେ । କମିଶନ ତାଙ୍କ ରିପୋର୍ଟ ୨୯.୧୧.୨୦୧୮ରୁ ରାଜ୍ୟ ସରକାରଙ୍କ ପାଖରେ ଦାଖଲ କରିବା ପରେ ମଧ୍ୟ ରାଜ୍ୟ ସରକାର ତଦନ୍ତ କମିଶନଙ୍କ ରିପୋର୍ଟ ବିଧାନସଭାରେ ଆଗତ କରୁଛନ୍ତି ନା ରତ୍ନ ଭଣ୍ଡାର ଖୋଲିବା ଦିଗରେ କୌଣସି ପଦକ୍ଷେପ ନେଉଛନ୍ତି । ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ରତ୍ନଭଣ୍ଡାର ଚାବି ହଜିବା ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ । ଆମେ ଆଶଙ୍କା କରୁଛୁ ରାଜ୍ୟବାସୀଙ୍କ ଚାପ ଏବଂ ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର କମିଟିର ନିଷ୍ପତିର ୫ ବର୍ଷ ପରେ ମଧ୍ୟ ସରକାର ରତ୍ନଭଣ୍ଡାର ନଖୋଲିବା ସୂଚାଉଛି ଯେ ସରକାରଙ୍କ ଜ୍ଞାତସାରରେ ରତ୍ନଭଣ୍ଡାର ଲୁଟ ହୋଇଛି । ଯଦି ସରକାର ଏବଂ ମୁଖ୍ୟମନ୍ତ୍ରୀ ସାଢ଼େ ୪ କୋଟି ଓଡ଼ିଆଙ୍କୁ ନିଜର ପରିବାର ବୋଲି କହୁଛନ୍ତି, ରତ୍ନଭଣ୍ଡାର ଖୋଲି ମହାପ୍ରଭୁଙ୍କର ରତ୍ନ ସୁରକ୍ଷିତ ଅଛି ବୋଲି ପ୍ରମାଣ ଦେଇ କଂଗ୍ରେସର ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.