ETV Bharat / state

Union Budget 2023: ଓଡ଼ିଶା ପାଇଁ ବଡ ଅନୁଦାନ ନଥିବାରୁ ଅସନ୍ତୁଷ୍ଟ କଂଗ୍ରେସ

author img

By

Published : Feb 1, 2023, 8:12 PM IST

ବୁଧବାର ସଂସଦରେ ଆର୍ଥିକ ବର୍ଷ 2023-24 ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏହି ବଜେଟକୁ ଅମୃତ କାଳ ବୋଲି କହି ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିବା ବେଳେ ଏହାକୁ କଟାକ୍ଷ କରିଛି କଂଗ୍ରେସ । ବଜେଟରେ ଓଡ଼ିଶା ତଥା ଗରିବ ପରିବାର ପାଇଁ କିଛି ଆଥି ଦୃଶିଆ ନଥିବା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ଓ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଅଧିକ ପଢ଼ନ୍ତୁ

ବଜେଟରେ ଓଡ଼ିଶା ପାଇଁ ବଡ଼ ଅନୁଦାନ ନଥିବାରୁ ଅସନ୍ତୁଷ୍ଟ କଂଗ୍ରେସ

ଭୁବନେଶ୍ବର: ଆସିଲା 2023-24 କେନ୍ଦ୍ରୀୟ ଆର୍ଥିକ ବଜେଟ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆର୍ଥିକ ବର୍ଷ 2023-24 ବଜେଟ ଉପସ୍ଥାପନ କରିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ମଧ୍ୟବିତ୍ତଙ୍କୁ ସୁହାଇଲା ଭଳି ବଜେଟ ଆଣିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିବା ଅନୁସାରେ ଏହି ବଜେଟ ହେଉଛି ଅମୃତ କାଳର ପ୍ରଥମ ବଜେଟ, ଯାହା ଏକ ବିକଶିତ ଭାରତ ନିର୍ମାଣ କରିବାରେ ଦୃଢ଼ ଭିତ୍ତିଭୂମି ତିଆରି କରିବ । ତେବେ ଏହି ବଜେଟକୁ ନାପସନ୍ଦ କରିଛି କଂଗ୍ରେସ । ବଜେଟରେ ଓଡ଼ିଶା ପାଇଁ ବିଶେଷ କିଛି ରହିନଥିବା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଏହି ବଜେଟ କୃଷକ, ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ଆଶାକୁ ପୂରଣ କରିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏହି ବଜେଟ ସାଧାରଣ ବର୍ଗଙ୍କ ପାଇଁ ସୁବିଧା ଆଣିଦେବ । ଆୟକର ଛାଡ଼ ବୃଦ୍ଧି ମଧ୍ୟବିତ୍ତଙ୍କ ପାଇଁ ନୂଆ ଆଶା ସଞ୍ଚାର କରିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଆୟକରରେ ଭାରତବାସୀଙ୍କ ପାଇଁ ବଡ଼ ଅଶ୍ଵସ୍ଥି ସ୍ଲାବ ସୀମା 5 ଲକ୍ଷରୁ 7 ଲକ୍ଷକୁ ବୃଦ୍ଧି, 3 ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ ମଧ୍ୟବିତ୍ତଙ୍କ ପାଇଁ ନିହାତି ଏକ ଖୁସି ଖବରର । ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯେପରିକି, ଟିଭି, ମୋବାଇଲ ଆଦି ଶସ୍ତା ହେବ । ସୁନା ରୁପା ଅଳଙ୍କାର ମହଙ୍ଗା ହେବ । ବୈଦ୍ୟୁତିକ ଯାନ ଶସ୍ତା ହେବ । ତେବେ ଏହି ବଜେଟ ଏକ ଜନୋପଯୋଗୀ ବଜେଟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଭାରତର ବିକାଶ ଦିଗରେ ଏହି ବଜେଟ ଅତ୍ୟନ୍ତ ସହାୟକ ହେବ । ନୂଆ ନିବେଶ ଯୋଗୁଁ ନିଯୁକ୍ତି ସଂଖ୍ୟା ବୃଦ୍ଧି ପାଇବ । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ ଆଦିରେ ମହିଳାଙ୍କ ସହଭାଗିତାରେ ଉନ୍ନତି, ଯୁବବର୍ଗଙ୍କୁ ବିଶ୍ୱସ୍ତରୀୟ ତାଲିମ, ପର୍ଯ୍ୟଟନର ବିକାଶ ପାଇଁ ନୂଆ ଆପ ଲଞ୍ଚ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ରେଲୱେ ପାଇଁ 2.4 ଲକ୍ଷ କୋଟିର ବଜେଟ ରଖିଛନ୍ତି କେଦ୍ର ସରକାର । ସେପଟେ ଏହି ବଜେଟକୁ ସହଜରେ ଗ୍ରହଣ କରିପାରିନି କଂଗ୍ରେସ । କଂଗ୍ରେସ ବିଧାୟକ ସୁର ରାଉତରାୟ ମୋଦିଙ୍କ ଅମୃତ କାଳକୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି, "ଏହା ଅମୃତକାଳ ନୁହେଁ ବିଷ କାଳ, ଶେଷ କାଳ । ଆଦିବାସୀ, କୃଷି, ଶିକ୍ଷା, ସାଧାରଣ ଲୋକଙ୍କ ପାଇଁ ଏହି ବଜେଟରେ କୌଣସି ଆଖି ଦୃଶିଆ ଅନୁଦାନ ନାହିଁ । ଖାଲି ଧୂଆଁ ବାଣ । ବିମାନ ବନ୍ଦର ଠାରୁ ଆରମ୍ଭ କରି ବଡ଼ ବଡ଼ ଶିଳ୍ପ ସବୁ ଘରୋଇକରଣ କରିଛନ୍ତି କେନ୍ଦ୍ର ସରକାର । ତେଣୁ ଏହି ବଜେଟ ଅତ୍ୟନ୍ତ ନୈରାଶ୍ୟ ଜନକ ବଜେଟ ।" ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ମଧ୍ୟ କେନ୍ଦ୍ର ବଜେଟରେ ସେମିତି କୌଣସି ବଡ଼ ଅନୁଦାନ ଓଡିଶା ପ୍ରତି ନାହିଁ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.