ETV Bharat / state

ସୌମ୍ୟବାବୁ ୪ବର୍ଷ ପୂର୍ବରୁ ଏଭଳି ଲେଖା ଲେଖିଥିଲେ ଭଲ ହୋଇଥାନ୍ତା: ସୁର

author img

By ETV Bharat Odisha Team

Published : Aug 28, 2023, 9:00 PM IST

Updated : Aug 28, 2023, 9:39 PM IST

5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ କଡ଼ା ଭାଷାରେ ବିରୋଧ କଲା କଂଗ୍ରେସ । ବରିଷ୍ଠ ନେତା ସୁର ରାଉତରାୟ କହିଲେ ସୌମ୍ୟବାବୁ ୪ବର୍ଷ ପୂର୍ବରୁ ଏଭଳି ଲେଖା ଲେଖିଥିଲେ ଭଲ ହୋଇଥାନ୍ତା । ତାରା କହିଲେ ଏହା ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ । ଅଧିକ ପଢନ୍ତୁ

Congress on 5t sec
Congress on 5t sec
ସୌମ୍ୟବାବୁ ୪ବର୍ଷ ପୂର୍ବରୁ ଏଭଳି ଲେଖା ଲେଖିଥିଲେ ଭଲ ହୋଇଥାନ୍ତା: ସୁର

ଭୁବନେଶ୍ବର: ରାଜ୍ୟରେ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି । ବିଶେଷ କରି ଶାସକ ଦଳ ପକ୍ଷରୁ 5T ସଚିବ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ନେଇ ରାଜ୍ୟ ରାଜନିତୀରେ ଏବେ ହଟଚମଟ ସୃଷ୍ଟି ହୋଇଛି । ଏହା ବିଜେଡିର ନିର୍ବାଚନୀ ପ୍ରଚାର କହି ବିରୋଧୀ ଦଳଗୁଡିକ କଡ଼ା ବିରୋଧ କରୁଛନ୍ତି । ଏପରି ସ୍ଥିତିରେ କଂଗ୍ରେସ ମଧ୍ୟ ୫ଟି ସଚିବଙ୍କ ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି । ୫ଟି ସଚିବଙ୍କ ବିରୋଧରେ ସୌମ୍ୟବାବୁ ଯେଉଁ ଲେଖା ଲେଖିଛନ୍ତି ତାହାକୁ ୪ବର୍ଷ ପୂର୍ବରୁ ଲେଖିଥିଲେ ଭଲ ହୋଇଥାନ୍ତା ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ।

ଏ ନେଇ ସୁର କହିଛନ୍ତି, " ସୌମ୍ୟ ପଟ୍ଟନାୟକ ଯଦି ୪ ବର୍ଷ ପୂର୍ବରୁ ଏଭଳି ଲେଖିଥାନ୍ତେ ତାହେଲେ ଭଲ ହୋଇଥାନ୍ତା । ଏବେ କହିଲେ କଣ ହେବ । 5ଟି ସଚିବ 29ଟି ଜିଲ୍ଲା ବୁଲି ସାରିଲାଣି । ଆଉ କଣ ଅଛି ଯେ ହେବ । ଜଣେ ଲୋକପ୍ରତିନିଧିକୁ ଗୋପାଳପୁରରେ ଯେଉଁଭଳି ପ୍ରତିବନ୍ଧକ କରାଗଲା ତାହା ଠିକ ନୁହେଁ । " ସେପଟେ ତାରା ପ୍ରସାଦ ବାହିନୀପତି କହିଛନ୍ତି, " ପ୍ରଦୀପ ପାଣିଗ୍ରାହୀ ଆଗରୁ କେବେ ହେଲେ ଏତେ ଆଗ୍ରେସିଭ ହୋଇନଥିଲେ । ଯେଉଁମାନେ ସରକାରଙ୍କ ବିରୋଧରେ ଲଢେଇ କରୁଛନ୍ତି ସେମାନଙ୍କ ବିରୋଧରେ ଶାସକ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଯାହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ । ଆଗକୁ କଂଗ୍ରେସ ଏହାର ବିରୋଧ କରିବ।"

ଏହା ବି ପଢନ୍ତୁ- ସେତେବେଳେ 'ଝିଟିପିଟି କହେ', ଏବେ 'ଆମ ଘର ହାଲଚାଲ'; ସୌମ୍ୟଙ୍କୁ ବଳ ଦେଲେ ଦାମ, କହିଲେ ଦେଖାଇଛନ୍ତି ସତସାହାସ

ତାରା ଆହୁରି କହିଛନ୍ତି, "ନିର୍ବାଚନକୁ ଦୃଷ୍ଟିରେ ରଖି ଅଭିଯୋଗ ଶୁଣାଣିକୁ ଆଳ କରି 5ଟି ସଚିବ ଜିଲ୍ଲା ଗସ୍ତ କରିଛନ୍ତି । ଯେଉଁମାନେ ତାଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଉଛନ୍ତି ସେମାନଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧର ସାମ୍ନା କରିବାକୁ ପଡୁଛି । କେତେଦିନ ଏମିତି ଚାଲିବ ? ଲୋକପ୍ରତିନିଧିମାନଙ୍କ ନିଜସ୍ବ ମୂଲ୍ୟବୋଧ ଉପରେ ପ୍ରଶ୍ନ ଉଠୁଛି । ତେବେ ଏଭଳି ଘଟଣା ରାଜ୍ୟ ରାଜନୀତିରେ କେତେଦୂର ଯୁକ୍ତିଯୁକ୍ତ ସେ ନେଇ ଜନତା ଜନାର୍ଦ୍ଦନ ସ୍ଥିର କରିବେ।"

ଏହା ବି ପଢନ୍ତୁ- Dharmendra Reacts to Attack on Aparajita: ପୁଣି ଥରେ ଶଶିକଳା ସିଣ୍ଡ୍ରୋମ କଥା ଦୋହରାଇଲେ ଧର୍ମେନ୍ଦ୍ର

ସୂଚନା ଥାଉ କି 5T ସଚିବଙ୍କ ଜିଲ୍ଲା ଗସ୍ତ ସମୟରେ ନିର୍ବାଚନୀ ପ୍ରତିନିଧିମାନଙ୍କୁ ଦେଖିବାକୁ ମିଳୁନାହିଁ । 5ଟି ସଚିବଙ୍କ ପାଇଁ ଯେଉଁଭଳି ଷ୍ଟେଜ, ସାଜସଜ୍ଜା, ଜନସାଧାରଣଙ୍କ ସମାଗମ ତାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ବିରୋଧୀ । ବିରୋଧୀଙ୍କ ଅଭିଯୋଗ ଜଣେ ସରକାରୀ ଅଧିକାରୀ ହୋଇ ଜଣେ ନିର୍ବାଚିତ ପ୍ରତିନିଧି ଭଳି ସଭା ସମିତି କରିବା ଗଣତନ୍ତ୍ରରେ ଶୁଭ ସଙ୍କେତ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ସଚିବ ମୁଖ୍ୟମନ୍ତ୍ରୀ ନୁହନ୍ତି ବୋଲି ସାଧାରଣରେ ଆଲୋଚନା ମଧ୍ୟ ହେଉଛି । ତେବେ 5ଟି ସଚିବ ସରକାରୀ କାର୍ଯ୍ୟକ୍ରମ ନାଁରେ ବ୍ୟୟ ବହୁଳ ହେଲିକପ୍ଟରରେ ଗସ୍ତ କରିବା, ସଭା ସମିତିରୁ ସିଧାସଳଖ ନିର୍ବାଚିତ ପ୍ରତିନିଧିଙ୍କ ନାଁ ନ ନେଇ ସମାଲୋଚନା କରିବା ଠିକ ନୁହେଁ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ- ସାଂସଦ ଅପରାଜିତାଙ୍କୁ ପୁଣି ବାଲିପାଟଣାରେ ବିରୋଧ, ବିଜେଡି-ବିଜେପି ମୁହାଁମୁହିଁ

ନିର୍ବାଚିତ ପ୍ରତିନିଧିମାନଙ୍କୁ ଶାସକ ବିଜେଡି ଭୟ ଘାରିଛି । ଗଞ୍ଜାମରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ପୁରାଇ ଦିଆଗଲା ନାହିଁ । ସ୍ଥାନୀୟ ଜନତାଙ୍କ ବିରୋଧର ସାମ୍ନା କରିବାକୁ ପଡିଲା । ତା' ପରେ ପରେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟନାୟକ ନିଜ ସମ୍ପାଦକୀୟ ଆଲେଖ୍ୟରେ 5ଟି ସଚିବଙ୍କୁ କଡା ସମାଲୋଚନା ତାହା ରାଜ୍ୟ ରାଜନୀତିକୁ ସରଗରମ କରିଛି ।

ସେପଟେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଭଳି ଜଣେ ନିର୍ବାଚିତ ପ୍ରତିନିଧି ମଧ୍ୟ ନିଜ ସଂସଦୀୟ କ୍ଷେତ୍ର ବାଲିପାଟଣାରେ କଡା ବିରୋଧର ସମ୍ମୁଖୀନ ହେଲେ । ତାହା ମଧ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ଜନ ଅସନ୍ତୋଷ ନା ପ୍ରାୟୋଜିତ ତାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ବରରେ ଏକ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଶଶିକଳା ସିଣ୍ଡ୍ରୋମ ବୋଲି କଟାକ୍ଷ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 28, 2023, 9:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.