ETV Bharat / state

ଜାତୀୟ କଂଗ୍ରେସ ହାଇକମାଣ୍ଡଙ୍କ ପ୍ରଶଂସାରେ ଶତମୁଖ ସୁର - ଖଡ୍‌ଗେଙ୍କୁ ନେଇ ସୁରଙ୍କ ପ୍ରତିକ୍ରିୟା

କଂଗ୍ରେସର ହାଇକମାଣ୍ଡ ଭାବରେ ନିର୍ବାଚିତ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡ୍‌ଗେ । କଂଗ୍ରେସ ସଭାପତି ନିର୍ବାଚନରେ ଖଡ୍‌ଗେ ବାଜିମାତ୍ କରିଛନ୍ତି । ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

Congress leader Sura Routray praised national congress president Mallikarjun Kharge
ଜାତୀୟ କଂଗ୍ରେସ ହାଇକମାଣ୍ଡଙ୍କ ପ୍ରଶଂସାରେ ଶତମୁଖ ସୁର
author img

By

Published : Oct 20, 2022, 10:18 PM IST

ଭୁବନେଶ୍ବର: କଂଗ୍ରେସର ହାଇକମାଣ୍ଡ ଭାବରେ ନିର୍ବାଚିତ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡ୍‌ଗେ । କଂଗ୍ରେସ ସଭାପତି ନିର୍ବାଚନରେ ଖଡ୍‌ଗେ ବାଜିମାତ୍ କରିଛନ୍ତି । ମୋଟ ୯,୩୮୫ ଭୋଟରୁ ୭,୮୯୭ ଖଣ୍ଡ ଭୋଟ ସହ ସେ ପ୍ରତିଦ୍ବନ୍ଦୀ ଶଶି ଥରୁରଙ୍କ ହରାଇ ନିର୍ବାଚନ ଜିତିଛନ୍ତି । ଥରୁରଙ୍କୁ ମାତ୍ର ୧,୦୭୨ ଭୋଟ ମିଳିଛି । ବାକି ୪୧୬ ଭୋଟ ନାକଚ ହୋଇଯାଇଥିଲା । ଏହାସହିତ ପ୍ରାୟ ୨୪ ବର୍ଷ ପରେ ଦେଶର ସର୍ବପୁରାତନ ଜାତୀୟ ଦଳକୁ ଅଣଗାନ୍ଧୀ ସଭାପତି ମିଳିଛି । କଂଗ୍ରେସ ନେତା ପ୍ରମୋଦ ତିୱାରୀଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସଭାପତି ନିର୍ବାଚନ ଫଳାଫଳ ଘୋଷଣା ପରେ ଦିଲ୍ଲୀ ସ୍ଥିତି AICC କାର୍ଯ୍ୟାଳୟରେ ଉତ୍ସବର ମାହୋଲ ରହିଥିଲା । ଖଡ୍‌ଗେ ହାଇକମାଣ୍ଡ ନିର୍ବାଚିତ ହେବାପରେ ପ୍ରଦେଶ କଂଗ୍ରେସରେ ନୂଆ ଜୋଶ ଦେଖିବାକୁ ମିଲିଛି । ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଜାତୀୟ କଂଗ୍ରେସ ହାଇକମାଣ୍ଡଙ୍କ ପ୍ରଶଂସାରେ ଶତମୁଖ ସୁର

ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, "ବ୍ଲକ ସ୍ତରରୁ କଂଗ୍ରେସର ସଭାପତି ଦାୟିତ୍ବ ନେବା ପରେ 9 ଥର ସେ ନିର୍ବାଚନରେ ବିଜୟୀ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ । ଦୁଇଥର କର୍ଣ୍ଣାଟକ ପ୍ରଦେଶ କଂଗ୍ରେସର ସଭାପତି ଦାୟିତ୍ବରେ ମଧ୍ୟ ରହିଥିଲେ । ଦୁଇଥର ସେ ଲୋକସଭାରେ ବିରୋଧୀ ଦଳର ନେତା ଦାୟିତ୍ବରେ ଥିଲେ । କାଲି ଜିତୁଜିତୁ ସାରା ଦେଶ କମ୍ପିଛି । ସେ ଜଣେ ସୁସଂଗଠକ । ଏଥିପାଇଁ ସେ ନିର୍ବାଚିତ ହୋଇଛନ୍ତି । ପ୍ରତ୍ୟେକ ପ୍ରଦେଶ କଂଗ୍ରେସରେ ଏହାକୁ ନେଇ ଉତ୍ସାହର ମାହୋଲ ରହିଥିଲା ।"

ଗାନ୍ଧୀ ପରିବାରର ଏଥର କେହି ସଭାପତି ହେବେ ନାହିଁ ବୋଲି ରାହୁଲ ଗାନ୍ଧୀ ସ୍ପଷ୍ଟ କରିବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କଂଗ୍ରେସ ସଭାପତି ପଦ ପାଇଁ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ଶଶି ଥରୁର ପ୍ରତିଦ୍ବନ୍ଦିତା କରିଥିଲେ । ଗତ ସୋମବାର ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସାରା ଦେଶରେ ୩୬ଟି ପୋଲିଂ ଷ୍ଟେସନରେ ୬୭ଟି ବୁଥରେ ଭୋଟ ଗ୍ରହଣ ହୋଇଥିଲା ।

ଏଥିରେ ୯୬ ପ୍ରତିଶତ ମତଦାନ ହୋଇଥିଲା । ଦଳର ମୋଟ ୯୫୦୦ ଜଣ ପ୍ରତିନିଧି ଭୋଟ ଦେଇଥିଲେ । ଏଆସିସି ହେଡକ୍ବାର୍ଟରରେ ସୋନିଆ ଗାନ୍ଧୀଙ୍କ ସମେତ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ସାଂସଦ ପି ଚିଦାମ୍ବରମ, ଜୟରାମ ରମେଶଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ନିଜ ନିଜର ମତସାବ୍ୟସ୍ତ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.