ETV Bharat / state

ଓଡ଼ିଶା ବିଜେପି ନେତାଙ୍କ ମୁହଁରେ କଳା ବୋଲି ଚାଲିଗଲେ ଶାହ: କଂଗ୍ରେସ

author img

By

Published : Aug 8, 2023, 8:08 PM IST

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୁଦ୍ଧଦ୍ବାର ବୈଠକକୁ ନେଇ ପ୍ରଶ୍ନ ଉଠଇଛି କଂଗ୍ରେସ । ଦୁଇ ଦଳ ଭିତରେ ତଥା କଥିତ "ସମଦୂରତା" ପରିବର୍ତ୍ତେ ସମଭାଗିତାର କେଉଁ କେଉଁ ଦିଗ ଉପରେ ଆଲୋଚନା ହୋଇଥିଲା ବୋଲି ପଚାରିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଅଧିକ ପଢ଼ନ୍ତୁ

ନବୀନ ଓ ଶାହ ବୈଠକକୁ କଂଗ୍ରେସର ଟାର୍ଗେଟ
ନବୀନ ଓ ଶାହ ବୈଠକକୁ କଂଗ୍ରେସର ଟାର୍ଗେଟ

ନବୀନ ଓ ଶାହ ବୈଠକକୁ କଂଗ୍ରେସର ଟାର୍ଗେଟ

ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଥିଲେ । ଯାହାକୁ ନେଇ କଂଗ୍ରେସ ଉଭୟ ଦଳ ମଧ୍ୟରେ ଡିଲ୍‌ ହୋଇଥିବା ନେଇ କରୁଥିବା ଭିଯୋଗକୁ ଆହୁରି ଶାଣିତ କରିଛି । ତେବେ ଶାହଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ କଣ ଥିଲା, ତାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଆଜି ଭୁବନେଶ୍ବର କଂଗ୍ରେସ ଭବନରେ ବିଜେଡି ଓ ବିଜେପି ମଧ୍ୟରେ ଭିତିରି ସମ୍ପର୍କକୁ ଏକ ସାମ୍ବାଦିକ ସମ୍ମିଳନୀରେ ଏକ୍ସପୋଜ କରିବାକୁ ଚେଷ୍ଟା କରିଛି କଂଗ୍ରେସ । ଶାହାଙ୍କ ଏହି ଗସ୍ତକୁ ନେଇ ୧୦ଟି ପ୍ରଶ୍ନ ପଚାରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

ପଞ୍ଚାନନ ପଚାରିଛନ୍ତି, "ଅମିତ ଶାହ କେନ୍ଦ୍ର ରାଜକୋଷରୁ ଏତେ ଟଙ୍କା ଖର୍ଚ୍ଚ କରି କଣ ଏତେ ଛୋଟ କାମ ପାଇଁ ଭୁବନେଶ୍ବର ଆସିଥିଲେ, ନା ଆଉ କିଛି କାରଣ ଥିଲା ? ଓଡିଶାବାସୀ ଭୁଲିନାହାନ୍ତି, ଅମିତ ଶାହ ଓଡିଶାର ନବୀନ ସରକାରଙ୍କୁ ପୋଡା ଟ୍ରାନ୍ସଫର କହିଥିଲେ । ତେବେ ଏହା କେବେ ଓ କିଏ ମରାମତି କରିବାରୁ ଅମିତି ଶାହ ଓଡିଶା ଆସିଲେ, ତାର ଉତ୍ତର ରଖୁ ବିଜେଡି । ଏକ ନିର୍ବାଚନ ସଭାରେ ୨୦୧୪ ମସିହା ପୂର୍ବରୁ ଶାହ କହିଥିଲେ, ତାଙ୍କ ଦଳ ସରକାରକୁ ଆସିଲେ ଓଡିଶା ସରକାରଙ୍କ ଦୁର୍ନୀତିର ସିବିଆଇ ତଦନ୍ତ ହେବ । ୯ ବର୍ଷ ଶାସନ ହେଲାଣି । କଣ ହେଲା ସେ କଥା ? ନା ତା ବଦଳରେ ସବୁ ଅପକର୍ମ ପାଇଁ ବିଜେଡି ଦଳର ସମର୍ଥନ ହାତେଇଲେ ? ଭାରତର ସୌରାଷ୍ଟ୍ର ଭୁବନେଶ୍ବର ଆସିଲେ, ସେ ଯେଉଁ ହୋଟେଲରେ ରହୁଥିଲେ ସେଠାରେ ଓଡ଼ିଶାରେ ଚର୍ଚ୍ଚିତ 5T ସଚିବଙ୍କୁ ଭେଟି ୩୫ ମିନିଟ ଧରି କଣ ଆଲୋଚନା କଲେ ?" ଏପରିକି ସେହି ନିବୃତ କୋଠରୀ ଆଲୋଚନା ସମୟରେ ବିଜେପିର ୪ ଜଣ ପ୍ରମୁଖ ନେତା (ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ସମ୍ବିତ ପାତ୍ର, ମନମୋହନ ସାମଲ)ଙ୍କୁ ବାହାରକୁ ଯିବା ପାଇଁ କେଉଁ ଉଦ୍ଦେଶ୍ୟରେ କୁହାଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଏହା ମଧ୍ୟ ପଢ଼ନ୍ତୁ...ନିଜର ସ୍ଥିତି ବଞ୍ଚାଇବାକୁ ବିବେକ ଜଳାଞ୍ଜଳି ଦେଲେ ନବୀନ: କଂଗ୍ରେସ

ଏହି ଆଲୋଚନାରେ କୌଣସି ଅଲ୍ଲିଖିତ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା କି ବୋଲି ପଞ୍ଚାନନ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, "5T ସଚିବଙ୍କ ଉଦ୍ଦେଶ୍ୟରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଆସିଥିବା ଚିଠି ଉପରେ ଗୁରୁତ୍ବ ଦିଆଯିବ ନାହିଁ ଓ ରାଜ୍ୟର ଶାସନ ପରିଚାଳନାରେ ଗୁରୁତ୍ବଲାଭ କରିଥିବା ଏହି ଅଣଓଡ଼ିଆ ଅଫିସରଙ୍କ ସହ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ଓ ବିଜେପି ଭିତରେ ହୋଇଥିବା ବୁଝାମଣା ପ୍ରସଙ୍ଗ ଥିଲା କି ? ଗତ ଜୁଲାଇ ୧୯ ତାରିଖରେ ବିଜେଡି ପ୍ରଚାରିତ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ସମ୍ପର୍କରେ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ଉଠାଇଥିଲେ କି ? ଏବଂ ଏହାର ଉତ୍ତରରେ ଶାହ କଣ କହିଥିଲେ ନା ମୁଖ୍ୟମନ୍ତ୍ରୀଙ୍କୁ କିଛି ବ୍ୟକ୍ତିଗତ ସୁବିଧାର ବାର୍ତ୍ତା ଦେଇଗଲେ ? ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ କେବଳ ଶାହ ଆଉ ମୁଖ୍ୟମନ୍ତ୍ରୀ ଥାଇ ଆଲୋଚନା ହୋଇଥିଲା ନା ଅଫିସର ଉପସ୍ଥିତ ଥିଲେ ? ଶାହା ବିଜେପି ପାଇଁ ବିଜେଡି ସମର୍ଥନ ହାତେଇଲା ବେଳେ ପ୍ରତିବଦଳରେ ରାଜ୍ୟ ବା ନବୀନଙ୍କ ସ୍ବାର୍ଥ ପାଇଁ କଣ ସବୁ ପ୍ରତିଶୃତି ଦେଇଥିଲେ ସେସବୁ ଜାଣିବାକୁ ରାଜ୍ୟବାସୀ ଚାହାନ୍ତି । ଦୁଇ ଦଳ ଭିତରେ ତଥା କଥିତ "ସମଦୂରତା" ପରିବର୍ତ୍ତେ ସମଭାଗିତାର କେଉଁ କେଉଁ ଦିଗ ଉପରେ ଆଲୋଚନା ହୋଇଥିଲା ? ପାର୍ଲାମେଣ୍ଟ ସିଟ୍‌ ବା ବିଧାନସଭା ସିଟ୍‌ ବଣ୍ଟନ ପ୍ରକିୟାର ସୂତ୍ର ଓ ଆଧାର ନିର୍ଣ୍ଣୟ ହୋଇଥିଲା କି ? ସେସବୁ ତ ଭୋଟ ବେଳେ ଜଣା ପଡିବ, ଏବେ ଯାହା ଜଣା ପଡୁଛି, ନବୀନ ସରକାର ବିରୋଧରେ ବିଜେପି ଆଉ ଅଭିଯୋଗ ଫର୍ଦ୍ଦ ନଆଣି ଚୁପଚାପ ରହିବ ।" ତେବେ ଶାହ ଏତେ ତୁମ୍ବିତୋଫାନ କରୁଥିବା ବିଜେପି ନେତାଙ୍କ ପାଟି ଚୁପ କରିଦେଲେ ଓ ସେମାନଙ୍କ ମୁହଁରେ କଳା ବୋଲି ଲଜ୍ୟାଜନକ ସ୍ଥିତିକୁ ଠେଲି ଦେଲେ ବୋଲି କଂଗ୍ରେସ କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.