ETV Bharat / state

କଂଗ୍ରେସର ଅତୀତ ଓ ବିଜେପି-ବିଜେଡିର ବର୍ତ୍ତମାନର ପ୍ରଦର୍ଶନକୁ ତୁଳନା କରନ୍ତୁ ଯୁବପୀଢ଼ି: ପଞ୍ଚାନନ ଦାଶ - ପଞ୍ଚାନନ ଦାଶଙ୍କ ସାମ୍ବାଦିକ ସମ୍ମିଳନୀ

ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା କଂଗ୍ରେସ ନେତା ପଞ୍ଚାନନ ଦାଶଙ୍କ ସାମ୍ବାଦିକ ସମ୍ମିଳନୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ । କଂଗ୍ରେସର ଅତୀତ ଓ ବିଜେପି- ବିଜେଡିର ବର୍ତ୍ତମାନ ପ୍ରଦର୍ଶନକୁ ତୁଳନା କରିବାକୁ ଯୁବପୀଢ଼ିଙ୍କୁ ଆହ୍ବାନ । ଅଧିକ ପଢ଼ନ୍ତୁ

ପଞ୍ଚାନନ ଦାଶଙ୍କ ସାମ୍ବାଦିକ ସମ୍ମିଳନୀ
ପଞ୍ଚାନନ ଦାଶଙ୍କ ସାମ୍ବାଦିକ ସମ୍ମିଳନୀ
author img

By ETV Bharat Odisha Team

Published : Aug 29, 2023, 10:31 PM IST

ଭୁବନେଶ୍ବର: ପୁଣି 5T ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ଟାର୍ଗେଟ କଲା କଂଗ୍ରେସ । ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ପଞ୍ଚାନନ ଦାଶ ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ଓ 5T ସଚିବ ଭିକେ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି । ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ୫ଟି ସଚିବ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ବନ୍ଦ କରନ୍ତୁ ବୋଲି ସେ ପ୍ରଶ୍ନ କରିଛନ୍ତି । 5T ସଚିବ ଅଖଣ୍ଡ କ୍ଷମତାର ଅଧିକାରୀ ହୋଇ ବିଭିନ୍ନ ସ୍ଥାନକୁ ରାଜ୍ୟ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ହେଲିକପ୍ଟରରେ ଗସ୍ତ କରି ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା କଲେଜ ପିଲା ବିଶେଷ କରି ଯୁବପୀଢ଼ିଙ୍କୁ ଶାସକ ଦଳକୁ ଆକୃଷ୍ଟ କରିବାକୁ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ଯୋଗ ନଦେବା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ କିଭଳି ଓ କାହିଁକି 5T ସଚିବ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଉଲଙ୍ଘନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ପଞ୍ଚାନନ ଦାଶ ।

ସେ କହିଛନ୍ତି, "ଆଗରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସଚିବ ଥିଲେ । ସେମାନେ ନିୟମାନୁସାରେ କାମ କରୁଥିଲେ । ମୁଖ୍ୟମନ୍ତ୍ରୀ କେବେ କୌଣସି ଗାଁ ଗଣ୍ଡା ବୁଲି ଲୋକଙ୍କ ସମସ୍ୟା ବୁଝିନାହାନ୍ତି । ନିର୍ବାଚିତ ପ୍ରତିନିଧି ମାନେ ଲୋକଙ୍କ ସମସ୍ୟା ବୁଝୁଥିଲେ । ଏବେ ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ସାଜି ସଂଜୟ (ପାଣ୍ଡିଆନ)ଙ୍କ ମାଧ୍ୟମରେ ଓଡ଼ିଶା ଦେଖିବାକୁ ଚେଷ୍ଟା କରୁଛନ୍ତି । ଯଦି ଓଡ଼ିଶା ଲୋକ ସତର୍କ ନହୋଇ ବାହାର ଲୋକଙ୍କୁ ଏମିତି ପ୍ରଶ୍ରୟ ଦେବେ, ତେବେ କୌରବ ଅବସ୍ଥା ଓଡ଼ିଶାବାସୀଙ୍କୁ ଭୋଗିବାକୁ ପଡ଼ିବ । ତେଣୁ 'ନବୀନ ହଟାଅ, ଓଡ଼ିଶା ବଞ୍ଚାଅ' ସବୁ ଓଡ଼ିଆ ମୁହଁରୁ ବାହାରିବା ଦରକାର । ବିଜେଡି ସରକାର ୨୪ ବର୍ଷର ଶାସନରେ ଓଡ଼ିଶାକୁ କେତେ ବିକଶିତ କରିଛି, ଯୁବ ପୀଢ଼ିଙ୍କର ଓଡ଼ିଶାରେ ସ୍ଥିତି କ’ଣ ଏବଂ ଓଡ଼ିଶାର ଅର୍ଥନୈତିକ ଅବସ୍ଥା କଣ ଏସବୁ ଯଦି ଦେଖିବାକୁ ଯିବା ତେବେ ଜଣାପଡ଼ିବ ଯେ ଓଡ଼ିଶା ଦିନକୁ ଦିନ ଦୃତ ନିମ୍ନଗାମୀ ହେଉଛି । କୌଣସି ରାଜ୍ୟରେ ଗୋଟିଏ ଦଳ ଦୀର୍ଘଦିନ ଧରି ଶାସନ କଲେ ସେ ରାଜ୍ୟର ବିକାଶ ହୁଏ ନାହିଁ । ଯେଉଁ ରାଜ୍ୟରେ ନିୟମିତ ବ୍ୟବଧାନରେ ସରକାର ପରିବର୍ତ୍ତନ ହୋଇଛି, ସେ ରାଜ୍ୟଗୁଡ଼ିକ ବିକଶିତ ହୋଇଛନ୍ତି ।"

ସେ ଆହୁରି କହିଛନ୍ତି, "ବିଜେଡି ପରି ବିଜେପି ମଧ୍ୟ ଜନସାଧାରଣଙ୍କୁ ବିଭିନ୍ନ ରଙ୍ଗିନ ସ୍ଵପ୍ନ ଦେଖାଇ କଂଗ୍ରେସକୁ ବଦନାମ କରିବାର ଭରପୂର ଚେଷ୍ଟା କରି କ୍ଷମତାକୁ ଆସିଛନ୍ତି । କ୍ଷମତାକୁ ଆସିଲାପରେ ଯାହା ସ୍ଵପ୍ନ ଦେଖାଇଥିଲେ ତାହାକୁ ତ ସାକାର କଲେ ନାହିଁ, ବରଂ ଜାତି, ଧର୍ମ ଉପରେ ବେଶି ଧ୍ୟାନ ଦେଇ ସମାଜକୁ ବିଭ୍ରାନ୍ତ କଲେ । ଆଜି ଯେତେସବୁ ଯୋଜନା ଦେଖୁଛନ୍ତି ସବୁ କଂଗ୍ରେସର ଦାନ । ୟୁପିଏ ସରକାର କାର୍ଯ୍ୟକାଳ ସମୟରେ କାର୍ଯ୍ୟକାରୀ ହୋଇଥିବା ପ୍ରମୁଖ ଯୋଜନା ଯଥା ମନରେଗା, ଖାଦ୍ୟସୁରକ୍ଷା ଯୋଜନା, ଜମି ଅଧିଗ୍ରହଣ ଓ ଆଧାର କାର୍ଡ ଇତ୍ୟାଦିର ସମକକ୍ଷ ବିଜେପିର ୯ ବର୍ଷ ଶାସନରେ ହୋଇପାରି ନାହିଁ କିମ୍ବା ନୂଆ ଯୋଜନା ମଧ୍ୟ କରାଯାଇନାହିଁ । ଅଥଚ କଂଗ୍ରେସ ପ୍ରଣୟନ କରିଥିବା ଅନେକ ଯୋଜନାର ନାମ ପରିବର୍ତ୍ତନ କରି ତାର ଶ୍ରେୟ ବିଜେପି ନିଜେ ନେବାକୁ ଚେଷ୍ଟା କରୁଛି । ଯେପରି ଇନ୍ଦିରା ଆବାସ ଯୋଜନାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ କରଣ କରିବା ଏକ ଉଦାହରଣ ।"

ବୃଦ୍ଧି ପାଉଥିବା ବେକାରୀ ସମସ୍ୟା ନେଇ ସେ କହିଛନ୍ତି, "ବର୍ତ୍ତମାନ ବେରୋଜଗାରୀ ଚରମସୀମାରେ । କେନ୍ଦ୍ର ସରକାର ବର୍ଷକୁ ଦୁଇ କୋଟି ଓ ରାଜ୍ୟ ସରକାର ବର୍ଷକୁ ୨ ଲକ୍ଷ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାର ସ୍ଵପ୍ନ ଦେଖାଇ କ୍ଷମତାକୁ ଆସିଥିଲେ । ଏବେବି ବହୁ ପଦ ପଦବୀ ଖାଲିପଡ଼ିଥିବା ବେଳେ ତାର ପୂରଣ କରିବା ଦିଗରେ କୌଣସି ଆଖୁଦୃଶିଆ ପଦକ୍ଷେପ ନିଆଯାଉ ନାହିଁ । ପୂର୍ବରୁ କଂଗ୍ରେସ ସରକାରର ବହୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଯଥା ଇନ୍ଦିରା ଗାନ୍ଧୀ, ମନମୋହନ ସିଂହ, ଜାନକୀ ବଲ୍ଲଭ ପଟ୍ଟନାୟକ ବେକାର ଯୁବକଯୁବତୀଙ୍କ ପାଇଁ ବହୁ ସଂଖ୍ୟାରେ ପଦପଦବୀ ସୃଷ୍ଟିକରି ନିଯୁକ୍ତି ଦେଇଥିଲେ ମଧ୍ୟ ନିଯୁକ୍ତି ପତ୍ର ବାଣ୍ଟିବା ଭଳି ଲୋକଦେଖାଣିଆ କାର୍ଯ୍ୟ କରିନଥିଲେ । ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓଡ଼ିଶାରେ ଯୁବପୀଢ଼ିଙ୍କର ନିଯୁକ୍ତି ଉପରେ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ ମଧ୍ୟ ତାଙ୍କର କଥାକୁ ଏହି ଅହଂକାରୀ ସରକାର କର୍ଣ୍ଣପାତ ନକରିବା କ୍ଷୋଭର ବିଷୟ ।" ସେ ଯୁବ ପୀଢ଼ିଙ୍କୁ ଆହ୍ବାନ ଦେଇ କହିଥିଲେ ଯେ, ସେମାନେ କଂଗ୍ରେସ ଦଳର ପୂର୍ବ ପ୍ରଦର୍ଶନ ଏବଂ ବିଜେପି ଓ ବିଜେଡିର ବର୍ତ୍ତମାନର ପ୍ରଦର୍ଶନକୁ ତୁଳନା କଲେ ଏହି ସିଦ୍ଧାନ୍ତରେ ନିଶ୍ଚୟ ପହଞ୍ଚିବେ ଯେ ଦେଶର ସୁରକ୍ଷା, ଲୋକମାନଙ୍କ ଭିତରେ ସୁସମ୍ପର୍କ ଓ ଯୁବପୀଢ଼ିଙ୍କୁ ସମୃଦ୍ଧ କରିବାରେ ଅତିତରେ କଂଗ୍ରେସ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ଭବିଷ୍ୟତ ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.