ETV Bharat / state

ବିଜେଡି-ବିଜେପି ଉପରେ ବର୍ଷିଲା କଂଗ୍ରେସ; ମୁଣ୍ଡପିଛା ଆୟ, ଶିଳ୍ପ ଅଭିବୃଦ୍ଧିରେ ଓଡ଼ିଶା ବହୁ ପଛରେ

author img

By ETV Bharat Odisha Team

Published : Nov 12, 2023, 9:34 AM IST

ସାମ୍ବାଦିକ ସମ୍ମିଳନୀରେ ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ କଂଗ୍ରେସ ନେତା ପଞ୍ଚାନନ ଦାସ । ବିଜେଡ଼ି ଓ ବିଜେପି ମିଳିତ ଶାସନ କରୁଥିଲେ ହେଁ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ପଛୁଆ ଥିବା କହିଲେ । ଅଧିକ ପଢନ୍ତୁ

କଂଗ୍ରେସ ନେତା ପଞ୍ଚାନନ ଦାସଙ୍କ ପ୍ରେସମିଟ
କଂଗ୍ରେସ ନେତା ପଞ୍ଚାନନ ଦାସଙ୍କ ପ୍ରେସମିଟ

ଭୁବନେଶ୍ବର: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ସମରସଜ୍ଜା । ବିଭିନ୍ନ ମୁଦ୍ଦା ନେଇ ଜନସାଧାରଣଙ୍କ ନିକଟତର ହେବାକୁ ଉଦ୍ୟମ କଲେଣ ନେତାମାନେ । ଆରୋପ, ପ୍ରତ୍ୟାରୋପ, ସମାଲୋଚନା ତୀବ୍ର ହେଲାଣି । ପ୍ରଦେଶ କଂଗ୍ରେସ ମଧ୍ୟ ରାଜ୍ୟରେ ନିର୍ବାଚନ ବୈତରଣୀ ପାର୍ ହେବାକୁ ଜୋରଦାର ପ୍ରସ୍ତୁତି କରୁଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି କଂଗ୍ରେସ । ଏହାରି ମଧ୍ଯରେ ଶନିବାର କଂଗ୍ରେସ ନେତା ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଞ୍ଚାନନ ଦାସ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ୨୪ ବର୍ଷର ବିଜେଡି ଶାସନ ଓ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

କଂଗ୍ରେସ ନେତା କରିଛନ୍ତି ଯେ, ଗଜପତି ଜିଲ୍ଲାର ପଳାଶପଦର ପଞ୍ଚାୟତ ଅନ୍ତର୍ଗତ ଡିମ୍ବିରି ପଙ୍କାଳ ଗାଁରେ କୁନି କୁନି ସ୍କୁଲ ଛାତ୍ରଛାତ୍ରୀ ନାଳରେ ବାସନ ଧୋଇବା ଏବଂ ନାଳର ଦୂଷିତ ପାଣି ପିଇବାର ହୃଦୟ ବିଦାରକ ଚିତ୍ର ଗତ ନଭେମ୍ବର ୬ ତାରିଖରେ ଏକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରସାରିତ ହୋଇଥିଲା । ଏହି ଦୃଶ୍ୟ ଓଡ଼ିଶାରେ ଶାସନ କରୁଥିବା ଏକ ବିଫଳ ଜନବିରୋଧି, ଅପାରଗ ଓ ବିକଳାଙ୍ଗ ଶାସନ ବ୍ୟବସ୍ଥାର ବାସ୍ତବ ଚିତ୍ର । ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ଅପାରଗତାର ଏଭଳି ଅନେକ ପ୍ରମାଣ ରହିଛି । ଜନତାଙ୍କୁ ମୌଳିକ ସୁବିଧା ଯୋଗାଇ ପାରୁନଥିବା ଏହି ଅପାରଗ ସରକାର ମିଛ ବିଜ୍ଞାପନରେ ନିଜକୁ ଏକ ନମ୍ବର କରିଛି ।

ନବୀନଙ୍କ ନେତୃତ୍ୱରେ ବିଗତ ୨୪ ବର୍ଷରୁ ୯ ବର୍ଷର ଖୋଲାଖୋଲି ବିଜେଡ଼ି ଓ ବିଜେପି ମିଳିତ ଶାସନ ଏବଂ ପରେ ଲୁଚିଛପି ମିଳିତ ଶାସନ କରୁଥିଲେ ମଧ୍ୟ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ପଛୁଆ ରହିଛି । ନବୀନ ପଟ୍ଟନାୟକଙ୍କ ଶାସନ କାଳାରେ ଓଡ଼ିଆଙ୍କ ସ୍ୱାଭିମାନ ଭଙ୍ଗ ହୋଇ ପ୍ରଶାସନିକଠାରୁ ବେପାର ବଣିଜ ଯାଏଁ ଅଣ ଓଡ଼ିଆଙ୍କର ପ୍ରାଧାନ୍ୟ ବଢ଼ିଛି । ବିଜେଡ଼ି ବିଜେପି ମିଳିତ ଭାବେ ଓଡ଼ିଶାରେ ଅଣଓଡ଼ିଆଙ୍କର ଉତ୍‌ଥାନ କରିବାରେ ଲାଗିଛନ୍ତି । ବର୍ତ୍ତମାନ ରାଜ୍ୟବାସୀ ଏହାର ଜବାବ ଦେବାର ସମୟ ଆସିଛି ।
ଏହାମଧ୍ୟ ପଢନ୍ତୁ: ସିଏମସି ଜମି ଦୁର୍ନୀତି ଘଟଣା, ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ମାର୍ଚ୍ଚ ୨୦୨୩ରେ ପ୍ରକାଶିତ ଏନଏସଏସର ୭୮ ତମ ରିପୋର୍ଟ ଅନୁସାରେ, ଭାରତ ବର୍ଷରେ ୩୯.୧% ରହିବା ଆବାସ ଭିତରେ ପିଇବା ପାଣିର ସୁବିଧା ଥିବାବେଳେ ୨୭.୧% ଘର ବାହାରେ ରହିଛି । ୩୩.୭% ଲୋକ ଘର ବାହାରକୁ ଯାଇ ପିଇବା ପାଣି ସଂଗ୍ରହ କରୁଛନ୍ତି । ଓଡି଼ଶାରେ ୩୦% ଲୋକଙ୍କ ଘର ପରିସରରେ ପାନୀୟ ଜଳର ଉନ୍ନତ ଉତ୍ସ ଥିବାବେଳେ ଜାତୀୟ ସ୍ତରରେ ଏହା ୬୬% ରହିଛି । ଏହି ରିପୋର୍ଟ ଅନୁସାରେ ପାଇପ ଯୋଗେ ପାଣି ସୁବିଧା ମାତ୍ର ୧୩% ଲୋକଙ୍କ ପାଖରେ ଅଛି ଏବଂ ୩୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ମଧ୍ୟରୁ ଓଡିଶା ୩୧ ତମ ସ୍ଥାନରେ ।

ସାରା ଭାରତରେ ମାତ୍ର ୩୨.୯% ଲୋକ ପାଇପ ଯୋଗେ ପାଣି ସୁବିଧା ପାଆନ୍ତି । ପିଇବା ପାଣି କ୍ଷେତ୍ରରେ ଆଦିବାସୀ ପରିବାର ସବୁଠାରୁ ପଛରେ । ତା' ପରେ ଦଳିତ ପଛୁଆ ବର୍ଗ ତା' ପରେ ଅନ୍ୟମାନେ । ସର୍ବଭାରତୀୟ ସ୍ତରରେ ୩୩.୭% ଆଦିବାସୀ, ୫୬.୬% ଦଳିତ, ୬୪.୪% ପଛୁଆବର୍ଗ ଏବଂ ୭୩.୧% ଅନ୍ୟମାନଙ୍କ ଘର ପରିସରରେ ବର୍ଷସାରା ଯଥେଷ୍ଟ ଉପଲବ୍ଧ ପାନୀୟ ଜଳର ଉନ୍ନତ ଉତ୍ସ ଅବସ୍ଥିତ । ନଳ ଯୋଗେ ୧୯.୫% ଆଦିବାସୀ, ୨୭.୪% ଦଳିତ, ୩୨.୨% ପଛୁଆବର୍ଗ ଏବଂ ଅନ୍ୟମାନେ ୪୪.୧% ବର୍ଷସାରା ଯଥେଷ୍ଟ ଉପଲବ୍ଧ ପିଇବା ପାଣିର ସୁବିଧି ଥିବାରୁ ତଥ୍ୟ ଉପସ୍ଥାପନ କରାଯାଇଛି । ଘରେ ଘରେ ପାଇପ ଦ୍ୱାରା ପିଇବା ପାଣିର ଯୋଗାଣ ସୁବିଧାକୁ ଅନ୍ୟ ରାଜ୍ୟ ସାଙ୍ଗରେ ତୁଳନା କଲେ ଆମ ରାଜ୍ୟ ସବୁଠୁ ନିମ୍ନରେ ବୋଲି କଂଗ୍ରେସ ନେତା ପ୍ରକାଶ କରିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ ଦାସ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାକୁ ମଧ୍ୟ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଉଜ୍ଜଳା ଯୋଜନାର ବହୁ ପ୍ରଚାର କରାଯାଇଥିବା ବେଳେ ରାଜ୍ୟରେ କେବଳ ୩୧.୪ % ପରିବାର ରନ୍ଧନ ଗ୍ୟାସ ଯୋଗେ ରୋଷେଇ କରୁଛନ୍ତି । ସର୍ବଭାରତୀୟ ସ୍ତରରେ ଏହା ୬୨% ରହିଛି । ବିହାରରେ ୫୩.୯% ଓ କେରଳରେ ୬୭.୧% ରନ୍ଧନ ଗ୍ୟାସରେ ରୋଷେଇ କରନ୍ତି । ଏବେ ବି ବହୁ ମହିଳାଙ୍କ ପାଖରେ ରନ୍ଧନ ଗ୍ୟାସ ଅପହଞ୍ଚ । ଆମ ରାଜ୍ୟରେ ୬୭.୩% ପରିବାର କାଠ, ଚିପ୍ସ ଇତ୍ୟାଦି ଧୂଆଁ ନିର୍ଗତ କରୁଥିବା ଜାଳେଣୀରେ ରୋଷେଇ କରୁଛନ୍ତି ।

ଓଡ଼ିଶାରେ ୫୮.୯% ପରିବାରଙ୍କ ପାଖରେ ନିଜସ୍ବ ପାଇଖାନା ଥିବାବେଳେ ଜାତୀୟ ସ୍ତରରେ ଏହା ୭୨% । ଓଡ଼ିଶାରେ ୩୩.୬% ପରିବାର ପାଖରେ ପାଇଖାନା ନଥିବା ବେଳେ ସାରା ଭାରତରେ ୧୫.୪% ପରିବାରଙ୍କ ପାଖରେ ଏହି ସୁବିଧା ନଥିବାର ତଥ୍ୟ ରିପୋର୍ଟରେ ଉପସ୍ଥାପନ କରାଯାଇଛି । ମୁଣ୍ଡପିଛା ଆୟ, ପିଇବା ପାଣି, ଗ୍ୟାସରେ ରନ୍ଧନ, ଶିଳ୍ପ ଅଭିବୃଦ୍ଧି ଇତ୍ୟାଦିରେ ଓଡ଼ିଶା ବହୁତ ପଛରେ । ହେଲେ ମଦ ସେବନ, ନାରୀ ଅପରାଧ ହାର, ଗଞ୍ଜେଇ ସେବନ, ଶିଶୁ ମୃତ୍ୟୁ ହାର ଇତ୍ୟାଦି କ୍ଷେତ୍ରରେ ବହୁ ଆଗୁଆ ରହିଛି ।

ଏବେ ସାରା ଦେଶରେ ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ, ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ନେତୃତ୍ୱରେ ବିଭିନ୍ନ ପ୍ରସଙ୍ଗ ନେଇ କଂଗ୍ରେସ ନିର୍ବାଚନ ମଇଦାନକୁ ଓହ୍ଲାଇଛି । ଓଡ଼ିଶାରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସମାନ ମୁଦ୍ଦା ରଖି ଯେମିତିକି ଜାତିଗତ ଜନଗଣନା, ଜାତି ଆଧାରରେ ବିକାଶ ଲାଭ ପହଁଚିବା, ଯୁବପିଢ଼ିଙ୍କ ପାଇଁ କର୍ମ ସୃଷ୍ଟି କରିବା, ମହିଳା ଆଦିବାସୀ ଏବଂ ଦଳିତଙ୍କ ଉପରେ ଅପରାଧ ମୁକ୍ତ କରେଇବା, ସେମାନଙ୍କର ଆର୍ଥିକ ଉନ୍ନତି ଏବଂ ଚାଷୀଙ୍କୁ ଉନ୍ନତ ଜ୍ଞାନ କୌଶଳରେ ସୁସଜ୍ଜିତ କରି ତାଙ୍କୁ ସ୍ୱାଭିମାନର ସହ ଜୀବନ ଜୀଇଁବାର ସୁଯୋଗ ସୃଷ୍ଟି କରିବା ସହିତ ଓଡ଼ିଆଙ୍କର ସ୍ୱାଭିମାନ ବଜାୟ ରଖିବା ଇତ୍ୟାଦି ଜନତାଙ୍କ ହୃଦୟକୁ ଛୁଇଁଲା ପରି ପ୍ରସଙ୍ଗକୁ ନେଇ ରାଜ୍ୟରେ ଆଗାମୀ ନିର୍ବାଚନ ଲଢ଼ିବ ବୋଲି ଦଳ ପ୍ରକାଶ କରିଛି ।
ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.