ETV Bharat / state

ଚାଷୀଙ୍କ ପାଇଁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ

ଚାଷୀଙ୍କ ଉପରେ ଶୁଭଦୃଷ୍ଟି ପକାଇଛି କଂଗ୍ରେସ । କୃଷକଙ୍କ ଭୋଟ ବ୍ୟାଙ୍କରୁ କିଭଳି ଭୋଟ ପାଇହେବ ସେନେଇ ଭିନ୍ନଭିନ୍ନ ଦଳ ଆଣିଛନ୍ତି ସ୍କିମ

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Feb 21, 2019, 11:56 AM IST

ଭୁବନେଶ୍ୱର: ଚାଷୀଙ୍କ ଉପରେ ଶୁଭଦୃଷ୍ଟି ପକାଇଛି କଂଗ୍ରେସ । କୃଷକଙ୍କ ଭୋଟ ବ୍ୟାଙ୍କରୁ କିଭଳି ଭୋଟ ପାଇହେବ ସେନେଇ ଭିନ୍ନଭିନ୍ନ ଦଳ ଆଣିଛନ୍ତି ସ୍କିମ । ଚାଷୀଙ୍କ ପାଇଁ ଗ୍ୟାରେଣ୍ଟି କାର୍ଡ଼ ଲଞ୍ଚ କରିଛି କଂଗ୍ରେସ ।

ବିଶେଷ କରି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କୃଷକଙ୍କୁ ଆଧାର କରି କଂଗ୍ରେସ ଚଳିତ ବିଧାନସଭା ନିର୍ବାଚନରେ ବାଜିମାତ କରିଥିଲା । ଆଉ ଓଡ଼ିଶାରେ ଠିକ ସେହି ନୀତି ଆପଣାଇବାକୁ ଯୋଜନା କରିଛି କଂଗ୍ରେସ । ୪ଟି ଆକର୍ଷଣୀୟ ଯୋଜନା ସହ ଗ୍ୟାରେଣ୍ଟି କାର୍ଡ ଲଞ୍ଚ କରିଛି ।

ପ୍ରଥମ ପ୍ରତିଶୃତି ସ୍ୱରୂପ ସରକାର ଗଠନର ପ୍ରଥମ ଦିନରେ କୃଷି ଋଣ ଛାଡ କରିବାକୁ ଘୋଷଣା କରାଯାଇଛି । ସେହିପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ ଓ ଡାଲି ଜାତୀୟ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ସହ ବୋନସ ପ୍ରଦାନର ଗ୍ୟାରେଣ୍ଟି ଦିଆଯାଇଛି ।

ତୃତୀୟ ପଦକ୍ଷେପ ଭାବେ ୫ବର୍ଷ ପର୍ଯ୍ୟନ୍ତ ନିରନ୍ତର ଭାବେ ଆର୍ଥିକ ସହାୟତାର ପ୍ରତିଶୃତି ରହିଛି । ଚତୁର୍ଥରେ ରହିଛି କୃଷକଙ୍କୁ ମାଗଣାରେ ଯୋଗାଇ ଦିଆଯିବ ସୌରଚାଳିତ ପମ୍ପସେଟ । ଆଉ ଏହି ୪ଟି ପଏଣ୍ଟ ସହ ଫର୍ମ ପୂରଣ କରିବାକୁ ପଡିବ । ଚାଷୀଙ୍କ ନାମ ସହ ଫୋନ ନମ୍ବର, ବିଧାନସଭା କ୍ଷେତ୍ର ଓ ଗ୍ରାମ ପଂଚାୟତର ନାମ ଦାଖଲ କରିବାକୁ ପଡିବ ।

କିଛି ଦିନ ପୂର୍ବେ ରାଜ୍ୟ ସରକାର କାଳିଆ ଯୋଜନା ଘୋଷଣା କରି କୃଷକଙ୍କୁ ଆର୍ଥିକ ସହାୟତା ଦେବାକୁ ନିଷ୍ପତି ନେଇଥିଲା । ଆଉ ସେହିପରି ଏହାକୁ କାଉଣ୍ଟର କରିବା ପାଇଁ କେନ୍ଦ୍ର ସରକାର ମଧ୍ୟ ବଜେଟରେ ଚାଷୀଙ୍କ ପାଇଁ ଲୋଭନୀୟ ପ୍ରତିଶୃତି ଘୋଷଣା କରିଥିଲା ।
ନିର୍ବାଚନକୁ ଆଖି ଆଗରେ ରଖି ତିନି ଦଳ ଏବେ ଜୋରସୋରରେ କସରତ ଚାଲିଥିବାବେଳେ ଚାଷୀଙ୍କ ଭୋଟ କାହାକୁ ମିଳିବ ତାହା ତ ନିର୍ବାଚନ ପରେ ଜଣାପଡିବ ।

undefined

Intro:Body:

ବଦଳିଲା କୁମ୍ଭୀରଙ୍କ ଠିକଣା

ଗାନ୍ଧୀନଗର: ପର୍ଯ୍ୟଟକଙ୍କ ପାଇଁ ବଦଳିଲା କୁମ୍ଭୀରଙ୍କ ଠିକଣା । ଗୁଜୁରାଟର ନର୍ମଦାରେ ନିର୍ମିତ ହୋଇଛି ଷ୍ଟାଚ୍ୟୁ ଅଫ୍ ୟୁନିଟି । ଏହାକୁ ଦେଖିବାକୁ ପ୍ରତ୍ୟେକ ଦିନ 15ହଜାରରୁ ଅଧିକ ଲୋକ ଆସୁଛନ୍ତି । ଏବେ ଏହା ପର୍ଯ୍ୟଟକଙ୍କ ନୂଆ ଠିକଣା ପାଲଟିଛି । ଦିନକୁ ଦିନ ବଢିବାରେ ଲାଗିଛି ଭିଡ । ଅନ୍ୟପଟେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ବିଶେଷ ଯୋଜନା ପ୍ରସ୍ତୁତ କରାଯାଉଛି । 

ଏଠାରେ ଆକାଶ ମାର୍ଗ ସହ ଜଳ ମାର୍ଗରେ ବି ବହୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ଅଧିକାରୀଙ୍କ କହିବା କଥା କି ନର୍ମଦା ଜିଲ୍ଲାସ୍ଥିତ ପ୍ରସିଦ୍ଧ ଷ୍ଟାଚ୍ୟୁ ଅଫ୍ ୟୁନିଟ ପାଖରେ ଦୁଇଟି ପୋଖରୀ ଅଛି । ଯେଉଁଠାରେ କୁମ୍ଭୀରଙ୍କ ବ୍ୟାପକ ଭାବେ ପ୍ରଭାବ ବିସ୍ତାର ରହିଛି । ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି ସେମାନଙ୍କୁ ସ୍ଥାନାନ୍ତରିତ କରାଯାଉଛି ।  

ଏଠାରେ ପର୍ଯ୍ୟଟକଙ୍କ ପାଇଁ ପ୍ରଥମରୁ ହେଲିକ୍ୟାପ୍ଟରର ସୁବିଧା ରହିଛି । ଯେଉଁଥିରେ ପର୍ଯ୍ୟଟକମାନେ ବହୁ ଆନନ୍ଦରେ ମଜା ନେଉଛନ୍ତି । ଏହାଦ୍ବାରା ଷ୍ଟାଚ୍ୟୁ ସମ୍ମୁଖରୁ ନୁହେଁ ପୁରା ଆକାଶରୁ ଦେଖିବାକୁ ମିଳୁଛି।  ଏବେ ଜଳମାର୍ଗର ସୁବିଧା ପାଇଁ ସି ପ୍ଲେନ ପ୍ରକଳ୍ପର ପ୍ରସ୍ତୁତ କରାଯାଉଛି । ଏଠାରେ ସି ପ୍ଲେନ 3ନଂ ପୋଖରୀରେ ଓହ୍ଲାଯିବ । କିନ୍ତୁ ଏଠାରେ 300ରୁ ଅଧିକ କୁମ୍ଭୀର ରହିଥିବା ନଜିର ରହିଛି । ଯାହାକୁ ଏଠାରୁ ସ୍ଥାନାନ୍ତର କରିବା ଜରୁରୀ ହୋଇପଡିଛି ।

ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନର୍ମଦା ବନ ବିଭାଗ ପକ୍ଷରୁ କୁମ୍ଭୀରଙ୍କୁ ଧରିବା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି । ଏଥିପାଇଁ ପୋଖରୀ ନିକଟରେ କୁମ୍ଭୀର ଧରିବାକୁ ପିଞ୍ଜରା ରଖିଛନ୍ତି । ଏବେ ପର୍ଯ୍ୟନ୍ତ 10ରୁ ଅଧିକ କୁମ୍ଭୀର ପିଞ୍ଜରରାରେ ଧରାପଡିଛନ୍ତି । ବନ ବିଭାଗ ଦ୍ବାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

https://zeenews.india.com/hindi/photo-gallery/gujarat-keeping-tourists-safety-in-mind-crocodiles-near-statue-of-unity-to-be-relocated-12-caught-so-far/493396

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.