ETV Bharat / state

ମୋକିମ ଓ ସୁରଙ୍କୁ କାରଣ ଦର୍ଶାଅ ନୋଟିସ, ଉଚିତ ଜବାବ ଦେବୁ କହିଲେ ଉଭୟ ବିଧାୟକ - ସୁର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ

ବାରମ୍ବାର ଦଳର ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବିଧାୟକ ସୁର ରାଉତରାୟ ଓ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା କଂଗ୍ରେସ ଶୃଙ୍ଖଳା କମିଟି । ୭ ଦିନ ଭିତରେ ଉତ୍ତର ରଖିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି । ଉଚିତ ଜବାବ ଦେବୁ କହିଲେ ଉଭୟ ବିଧାୟକ । ଅଧିକ ପଢ଼ନ୍ତୁ

ମୋକିମ ଓ ସୁରଙ୍କୁ କାରଣ ଦର୍ଶାଅ ନୋଟିସ
ମୋକିମ ଓ ସୁରଙ୍କୁ କାରଣ ଦର୍ଶାଅ ନୋଟିସ
author img

By

Published : Dec 21, 2022, 6:26 PM IST

ମୋକିମ ଓ ସୁରଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ବର/କଟକ: ପ୍ରଦେଶ କଂଗ୍ରେସରେ ବଢୁଛି ଆଭ୍ୟନ୍ତରୀଣ କନ୍ଦଳ । ବାରମ୍ବାର ଦଳର ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବରିଷ୍ଠ ବିଧାୟକ ସୁର ରାଉତରାୟ ଓ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା କଂଗ୍ରେସ ଶୃଙ୍ଖଳା କମିଟି । ୭ ଦିନ ଭିତରେ ଉତ୍ତର ରଖିବାକୁ ନୋଟିସରେ ଉଲ୍ଲେଖ ଥିବା ସୂଚନା ମିଳିଛି । ନୋଟିସର ଉଚିତ ଜବାବ ଦେବୁ କହିଲେ ଉଭୟ ବିଧାୟକ ।

ବାରମ୍ବାର ଦଳୀୟ ଅନୁଶାସନକୁ ଚ୍ୟାଲେଞ୍ଜ କରି ମନ୍ତବ୍ୟ ଦେଉଛନ୍ତି ମହମ୍ମଦ ମୋକିମ୍‌ ଓ ସୁରେଶ ରାଉତରାୟ । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଜଟଣୀ ବିଧାୟକ ସୁର ରାଉତରାୟଙ୍କୁ ଜାରି ହେଲା କାରଣ ଦର୍ଶାଅ ନୋଟିସ । ଦଳର ଶୃଙ୍ଖଳା ଭଙ୍ଗ ପାଇଁ ୭ ଦିନ ଭିତରେ ଉତ୍ତର ରଖିବାକୁ ନୋଟିସରେ ଉଲ୍ଲେଖ ରହିଛି । କଂଗ୍ରେସର ଶୃଙ୍ଖଳା କମିଟି ପକ୍ଷରୁ ନୋଟିସ ଜାରି କରାଯାଇଛି ବୋଲି ସୂଚନା ଦେଇଛନ୍ତି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ । ଗୋଟିଏ ପଟେ ଦୁଇ ଦୁଇଟି ଉପନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ, ଅନ୍ୟପଟେ ବରିଷ୍ଠ ନେତାଙ୍କ ଦଳ ବିରୋଧରେ ମନଇଚ୍ଛା ଟିପ୍ପଣୀ ଦେବାକୁ କଂଗ୍ରେସ ସହଜରେ ଗ୍ରହଣ କରି ପାରିନାହିଁ ।

ଏନେଇ କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ କହିଛନ୍ତି, "ଦଳୀୟ ଶୃଙ୍ଖଳା ରକ୍ଷା କରିବା ଏକାନ୍ତ ଆବଶ୍ୟକ । ତଥାପି ଯେଉଁମାନେ ଦଳୀୟ ଫୋରମ ବାହାରେ ନିଜର ମନ୍ତବ୍ୟ ଦେଉଛନ୍ତି ସେମାନଙ୍କ ନାମରେ ଅଭିଯୋଗ ଆସିଛି । ବିଧାୟକ ସୁର ରାଉତରାୟ ଏବଂ ମହମ୍ମଦ ମୋକିମଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସପ୍ତାହ ଭିତରେ ସେମାନେ ଉତ୍ତର ରଖିବା ପରେ ସେମାନଙ୍କ ଉପରେ ପଦକ୍ଷେପ ନେଇ ଆଲୋଚନା ହେବ ।"

ଗତ ୧୮ ତାରିଖରେ କଂଗ୍ରେସ ଭବନରେ ପ୍ରଭାରୀ ଚେଲ୍ଲାକୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଜିଲ୍ଲା ସଭାପତିମାନେ ମହମ୍ମଦ ମୋକିମଙ୍କ ନାଁରେ ଅଭିଯୋଗ ଆଣିଥିଲେ । ସେହିପରି ପଦ୍ମପୁରରେ କଂଗ୍ରେସ କାହିଁକି ହାରିଲା, ଭୋଟ ବିକ୍ରି, ଡିଲ, ଭୋଟ କିଣାବିକା ନେଇ ବିଧାୟକ ସୁର ରାଉତରାୟ ବାରମ୍ବାର ଟିପ୍ପଣୀ ଦେବା ସହ ଚେଲ୍ଲାକୁମାରଙ୍କୁ ଚ୍ୟାଲେଞ୍ଜ କରିଥିଲେ । ସେଥିପାଇଁ ସେମାନଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା କହିଛନ୍ତି ଶୃଙ୍ଖଳା କମିଟି ଅଧ୍ୟକ୍ଷ ।

ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, "ନୋଟିସ ମୁଁ ପାଇନାହିଁ । ପାଇବା ପରେ ନୋଟିସର ଉଚିତ ଜବାବ ଦେବି । ଯାହା ଦଣ୍ଡ ଦେବେ ଗ୍ରହଣ କରିବି । କଂଗ୍ରେସ ବିରୋଧରେ ବିନ୍ଦୁଏ କହିନି । ଭୋଟ ବିକ୍ରି କଥା ମୁଁ କହିନି । ୨୮ ହଜାର ଭୋଟ ଗଲା କୁଆଡ଼େ ବୋଲି ପ୍ରଶ୍ନ କରିଥିଲି । ଏହାର ତଦନ୍ତ ହେବା ଆବଶ୍ୟକ ବୋଲି କହିଥିଲି । କଂଗ୍ରେସର କୌଣସି ନେତା କିମ୍ବା ପ୍ରାର୍ଥୀଙ୍କ ନାଁ କହିନି । ଭୋଟ କିଣାବିକା ହୋଇଥିବା କଥା କହିଛି । ମୁଁ ଅପ୍ରିୟ ସତ କହିବି, ମୋତେ କେହି ରୋକି ପାରିବେନି ।" ତେବେ ଆଉ ସକ୍ରିୟ ରାଜନୀତିରେ ନରହି ବାହାରେ ଶେଷ ପର୍ଯ୍ୟନ୍ତ କଂଗ୍ରେସ ପାଇଁ କାମ କରିବେ ବୋଲି କହିଛନ୍ତି ସୁର ।

ସମାନ ଭାବରେ ପ୍ରତିକ୍ରିୟାରେ ନିଶ୍ଚୟ ଉତ୍ତର ରଖିବି ବୋଲି କହିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ସେ କହିଛନ୍ତି, " ନୋଟିସ ଏଯାବତ ହସ୍ତଗତ ହୋଇନାହିଁ । ପାଇଲା ପରେ ତାହାର ଉତ୍ତର ନିଶ୍ଚୟ କଂଗ୍ରେସ ହାଇକମାଣ୍ଡଙ୍କୁ ଜଣାଇବି । ପୂର୍ବରୁ ପାଇଥିବା କାରଣ ଦର୍ଶାଅ ନୋଟିସର ଜବାବ ଦେଇଥିଲେ ମଧ୍ୟ ତାର ପ୍ରତି ଜବାବ ମିଳିନାହିଁ । ବାରମ୍ବାର ଦଳ ପରାଜୟ ହେବା ପରେ ତାର ସମୀକ୍ଷା କରିବା ପାଇଁ ମୁଁ କହିଥିଲି । କଂଗ୍ରେସ ଦଳକୁ ବଞ୍ଚାଇବା ପାଇଁ ଆମେ ସମସ୍ତେ ପ୍ରୟାସ କରିବା ଆବଶ୍ୟକ । ମୁଁ କେବେବି ଦଳ ବିରୋଧରେ କୌଣସି ମନ୍ତବ୍ୟ ରଖିନି ।" ତେବେ କଂଗ୍ରେସ ଦଳ ପ୍ରତି ନିଷ୍ଠା ରହିଛି ଓ କଂଗ୍ରେସର ଝଣ୍ଡା ଧରି ଦଳକୁ ଏକ ନୂଆ ଦିଗ ଦେଖାଇଛୁ ବୋଲି କହିଛନ୍ତି ମୋକିମ ।

ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.