ETV Bharat / state

ନବ ଦାସଙ୍କୁ ହତ୍ୟା: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସହ ବିଚାର ବିଭାଗୀୟ ତଦନ୍ତ ଦାବି କଲା କଂଗ୍ରେସ, ଜବାବ ରଖିଲା ବିଜେଡି

author img

By

Published : Jan 30, 2023, 8:02 PM IST

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପଛର କାରଣ ନେଇ ବିଭିନ୍ନ ଆଲୋଚନା ଲାଗି ରହିଛି । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ଗୃହ ବିଭାଗକୁ ଦାୟୀ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ସେପଟେ ବିରୋଧି ଖାଲି ଅଭିଯୋଗ ନକରି କଣ କଲେ ଭଲ ହେବ ପ୍ରସ୍ତାବ ଦିଅନ୍ତୁ ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ଅଧିକ ପଢ଼ନ୍ତୁ

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣା ବର୍ତ୍ତମାନ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ହତ୍ୟା ପଛର କାରଣ ନେଇ ନାନା ଚର୍ଚ୍ଚା ହେଉଛି । ତେବେ ହତ୍ୟା ପଛରେ ଷଡ଼ଯନ୍ତ୍ର ଥିବା ଆଶଙ୍କା କରୁଛି କଂଗ୍ରେସ । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦ୍ବିପ୍ରହରେ ଗୁଳି କରି ହତ୍ୟା କରାଯିବା ଘଟଣାରେ ଗୃହ ବିଭାଗକୁ ଦାୟୀ କରି ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛି କଂଗ୍ରେସ । ଏଭଳି ସମ୍ବେଦନଶୀଳ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ନବଙ୍କ ରାଜନୈତିକ ସହଯୋଗୀ ତଥା କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ସୁର ରାଉତରାୟ । ଜବାବରେ ବିରୋଧି ଖାଲି ଅଭିଯୋଗ ନକରି କଣ କଲେ ଭଲ ହେବ ପ୍ରସ୍ତାବ ଦିଅନ୍ତୁ ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର ।

କଂଗ୍ରେସ ବିଧାୟକ ସାଲୁଜା କହିଛନ୍ତି, "ରାଜ୍ୟ ସରକାର ଗୃହ ବିଭାଗକୁ କିପରି ଭାବେ ପରିଚାଳନା କରୁଛନ୍ତି ତାହା ଜଣାପଡୁନାହିଁ । ମନ୍ତ୍ରୀଙ୍କ ଗସ୍ତ ସମୟରେ ଏସଓପି ପାଳନ ହେଉନାହିଁ । ମନ୍ତ୍ରୀଙ୍କ ଗସ୍ତ ନେଇ ପୋଲିସ ଓ ଗୁଇନ୍ଦା ସୂଚନା ରହୁନାହିଁ । ଅନେକ ସମୟରେ ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ, ଅଣ୍ଡାମାଡ଼ ମଧ୍ୟ ହେଉଛି । ଅପ୍ରୀତିକର ଘଟଣା ବାବଦରେ କେହି ଅବଗତ ହେଉନାହାନ୍ତି । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରୁଛି । ତାହାଲେ ରାଜ୍ୟରେ ଆଇନ ଶୃଙ୍ଖଳା କେଉଁଠି ରହିଲା । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଜେଲ ଭିତରେ ହତ୍ୟା କରାଯାଉଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ପରିସ୍ଥିତି ସମ୍ପୂର୍ଣ୍ଣ ଜଟିଳ ହେଲାଣି । ରାଜ୍ୟରେ କେହି ହେଲେ ସୁରକ୍ଷିତ ନୁହଁନ୍ତି । ସେଥିପାଇଁ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ନବ ଦାସଙ୍କ ହତ୍ୟା ପଛରେ ଷଡଯନ୍ତ୍ର ଥିବା ସନ୍ଦେହ ହେଉଛି । ଏହାର ବିଚାର ବିଭାଗୀୟ ତଦନ୍ତ ହେବା କଥା । ମନ୍ତ୍ରୀଙ୍କୁ ଖାକି ପୋଷାକଧାରୀ ନିର୍ମମ ହତ୍ୟା କରିଛି । ଆଉ ଏହାର ତଦନ୍ତ ଆଉ ଜଣେ ଖାକି କରୁଛି । ପୋଲିସର ତଦନ୍ତ ପୋଲିସ କଲେ ସତ ବାହାରକୁ ନଆସିବାର ଆଶଙ୍କା ରହିଛି । ତେଣୁ ବିଚାର ବିଭାଗୀୟ ତଦନ୍ତର ଆବଶ୍ୟକତା ରହିଛି ।" ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ ହେବା ଦରକାର ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ସେହିଭଳି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ । ନବଙ୍କ ବିୟୋଗରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି । ରାଜ୍ୟ ପାଇଁ ଏହା ଏକ ଦାରୁଣ ଦୁଃଖ । ମୁଁ କାଲି ରାତି ସାର ଅନିଦ୍ରା । ନବ ଦାସଙ୍କ ହସ ହସ ମୁହଁ ମୋତେ ଶୁଆଇ ଦେଇନି । ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡି ଗଲାଣି । ଏହି ହତ୍ୟାର ବିଚାର ବିଭାଗୀୟ ତଦନ୍ତ ହେଉ । ମନ୍ତ୍ରୀଙ୍କ ମୃତୁରେ ରାଜ୍ୟବ୍ୟାପୀ ଶୋକକୁ କଂଗ୍ରେସ ମଧ୍ୟ ସମର୍ଥନ କରିଛି । ମୋର ଆଜି ବିଭିନ୍ନ କାର୍ଯ୍ୟକ୍ରମ ଥିଲା । ମୁଁ ମଧ୍ୟ ସବୁ ବାତିଲ କରିଛି ।" ସେପଟେ କଂଗ୍ରେସ ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ଦେବୀ କହିଛନ୍ତି, "ବିରୋଧୀ ଖାଲି ଅଭିଯୋଗ କଲେ ହେବନାହିଁ । କଣ କଲେ ଭଲ ହେବ ପ୍ରସ୍ତାବ ଦିଅନ୍ତୁ । କ୍ରାଇମବ୍ରାଞ୍ଚ ତଦନ୍ତକୁ ଲକ୍ଷ୍ୟ କରିବାକୁ ପଡିବ । ଲୋକଙ୍କ ଆଶା ବଢ଼ିବା ସହ ମାନସିକ ଅବସ୍ଥା ଖରାପ ହେଉଛି । ତଦନ୍ତ ପରେ ସବୁ ତଥ୍ୟ ସମ୍ନାକୁ ଆସିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.