ETV Bharat / state

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ବିଚାର ବିଭାଗୀୟ ତଦନ୍ତ ଦାବି କଲା କଂଗ୍ରେସ

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା । ସାମ୍ବାଦିକ ସମ୍ମିଳନୀ କରି ବିଚାର ବିଭାଗୀୟ ତଦନ୍ତ ଦାବି କଲା କଂଗ୍ରେସ । ଅଧିକ ପଢନ୍ତୁ

author img

By

Published : Aug 7, 2023, 10:40 PM IST

Etv Bharat
Etv Bharat
ବିଚାର ବିଭାଗୀୟ ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ପୋଲିସ ଉପରେ ଗ୍ରାମବାସୀ ଆକ୍ରମଣ କରିବା ପ୍ରସଙ୍ଗରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା । କଂଗ୍ରେସ ସାମ୍ବାଦିକ କରି ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି କହିଛି । ଏହି ଘଟଣାରେ ନିରୀହ, ଆଦିବାସୀ, ଦଳିତଙ୍କ ଉପରେ ପୋଲିସ ଅମାନୁଷିକ ଅତ୍ୟାଚାର କରିଥିବା ଅଭିଯୋଗ ଆଣିବା ସହ ଏହାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି ।

ଏନେଇ କଂଗ୍ରେସ ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି, " ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡି ଯାଇଛି । ସରକାର ଅଛି ବୋଲି ଜଣାପଡ଼ୁନାହିଁ । ମୁଖ୍ୟମନ୍ତ୍ରୀଙ୍କ ପିଏସଓ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଧରି ବିଭିନ୍ନ କାର୍ଯ୍ୟ କରାଉଛନ୍ତି । ଚିନ୍ତା କରିବାର କଥା କି ମୁଖ୍ୟମନ୍ତ୍ରୀ ଏବେ କେଉଁଭଳି ଅବସ୍ଥାରେ ଅଛନ୍ତି । ସେଥିପାଇଁ ରାଜ୍ୟରେ ଏଭଳି ସ୍ଥିତି ଉପୁଜିଛି । ଫିରିଙ୍ଗିଆ ଘଟଣା ପୂର୍ବରୁ ପୋଲିସ ବିଭାଗର ଇଣ୍ଟଲିଜେନ୍ସି କଣ କରୁଥିଲା ? କାହିଁକି ତାଙ୍କ ପାଖରେ ଖବର ନଥିଲା ? ଏବେ କଲ୍ୟାଣସିଂପୁରାରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳୁଛି । ଏହାର ଅର୍ଥ ସାଧାରଣ ଜନତାଙ୍କ ଉପରେ ଅତ୍ୟାଚାର ହେଉଛି ।"

ଏହା ବି ପଢନ୍ତୁ- ପୋଲିସ ଉପରେ ଜନତାଙ୍କ ଆକ୍ରୋଶ; ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ସେ ଆହୁରି କହିଛନ୍ତି, " ରାଜ୍ୟ ସରକାର ଏଭଳି ଘଟଣାକୁ ଗୁରୁତର ସହ ନିଅନ୍ତୁ । ରାଜ୍ୟରେ ଗଣତନ୍ତ୍ରକୁ ରକ୍ଷା କରନ୍ତୁ । ନହେଲେ ଏଭଳି ସମୟ ଆସିବ ରାସ୍ତା ଉପରେ ମନ୍ତ୍ରୀ ଏବଂ 5ଟି ସଚିବଙ୍କୁ ଅବହେଳିତ ଜନତା ଆକ୍ରମଣ କରିବେ । ଏବେ ସୂଚନା ମିଳୁଛି ଫିରିଙ୍ଗିଆରେ ସାଧାରଣ ନିରୀହ ଜନତାଙ୍କ ଉପରେ ଆକ୍ରମଣ କରୁଛି ପୋଲିସ । ଆମେ ତାକୁ ଦୃଢ ନିନ୍ଦା କରୁଛୁ ।" ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ ନାମରେ ପୋଲିସ ଆତଙ୍କରାଜ ସୃଷ୍ଟି କରିଥିବା କହିଛି କଂଗ୍ରେସ । କଲ୍ୟାଣ ସିଂପୁରର ଡଙ୍ଗରିଆ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ନିନ୍ଦା କରାଯାଇଛି।

ସୂଚନା ଥାଉ କି ଜଣେ ଗଞ୍ଜେଇ ବେପାରୀ ଗଞ୍ଜେଇ କିଣିବା ପାଇଁ ଗତ ୩ ତାରିଖ ରାତିରେ ବୁଢ଼ାକାମ୍ବା ଗାଁକୁ ଯାଇଥିଲା । ପୋଲିସ ଏକ ବୋଲେରୋରେ ସେଠାକୁ ଗଞ୍ଜେଇ ନେଇଥିଲା । ସେହି ସମୟରେ ସେହି ବୋଲେରୋକୁ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ପୂର୍ବତନ ସରପଞ୍ଚ ବିଶ୍ଵରଞ୍ଜନ କହଁର ଏବଂ ଗ୍ରାମବାସୀ ଅଟକ ରଖି ଏହାର ଭିଡିଓ ଉତ୍ତୋଳନ କରିଥିଲେ । ପରେ ସେମାନେ ସେହି ଭିଡିଓକୁ କନ୍ଧମାଳ ଏସପିଙ୍କ ପାଖକୁ ପଠାଇ ଥାନା ଆଇଆଇସି ଏବଂ ତାଙ୍କର ସହଯୋଗୀଙ୍କ ବିରୋଧରେ ଗଞ୍ଜେଇ ଚୋରାଚାଲାଣ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଏହି ଘଟଣାରେ କାହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଆଜି ଫିରିଙ୍ଗିଆ ଅଞ୍ଚଳବାସୀ ରାସ୍ତା ଅବରୋଧ କରିବା ପରେ ଥାନାରେ ଲଗାଇଥିଲେ ନିଆଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.