ETV Bharat / state

ଦୁଇ ବିଜେଡି ନେତାଙ୍କ ନାଁରେ ବଧୂ ନିର୍ଯାତନା ଅଭିଯୋଗ; ସମାଲୋଚନା କଲା କଂଗ୍ରେସ - କଂଗ୍ରେସ ବିଧାୟକ ସୁର ରାଉତରାୟ

ବଲାଙ୍ଗୀର ରାଜ ପରିବାର ପରେ ଏବେ ବିଧାୟକ ଶଶିଭୂଷଣ ବେହେରାଙ୍କ ନାଁରେ ବଧୂ ନିର୍ଯାତନା ଅଭିଯୋଗ । ଦୁଇ ଦୁଇ ବିଜେଡି ନେତାଙ୍କ ନାଁରେ ଯୌତୁକଜନିତ ନିର୍ଯାତନା ଅଭିଯୋଗକୁ ନେଇ କଡ଼ା ସମାଲୋଚନା କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ବିଜେଡି ନେତାଙ୍କ ନାଁରେ ବଧୂ ନିର୍ଯାତନା ଅଭିଯୋଗକୁ ସମାଲୋଚନା କଲା କଂଗ୍ରେସ

author img

By

Published : May 16, 2023, 9:10 PM IST

Updated : May 16, 2023, 10:06 PM IST

ବିଜେଡି ନେତାଙ୍କ ନାଁରେ ବଧୂ ନିର୍ଯାତନା ଅଭିଯୋଗକୁ ସମାଲୋଚନା କଲା କଂଗ୍ରେସ

ଭୁବନେଶ୍ବର: ଯୌତୁକ ଏକ ସାମାଜିକ ବ୍ୟାଧି । ଯୌତୁକ ନିର୍ଯାତନା ଏକ ବିକୃତ ମାନସିକତା । ତେବେ ଯୌତୁକ ପାଇଁ ବୋହୂକୁ ଅତ୍ୟାଚାର ନେଇ ଏବେ ଦୁଇ ଦୁଇ ଜଣ ବିଜେଡି ନେତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଛି । ବଲାଙ୍ଗୀର ରାଜ ପରିବାର ବଧୁ ନିର୍ଯାତନା ମାମଲା ସହ ଏବେ ବିଜେଡିର ଆଉ ଜଣେ ହାଇ ପ୍ରୋଫାଇଲ ବିଧାୟକଙ୍କ ନାଁରେ ମାମଲା ସାମ୍ନାକୁ ଆସିଛି । ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନାଁରେ ଏତଲା ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ । ଶଶିଭୂଷଣ, ତାଙ୍କ ପୁଅ ଓ ପତ୍ନୀଙ୍କ ନାଁରେ ବାଙ୍କୀ ଥାନାରେ ବୋହୂ ଏତଲା ଦେଇଛନ୍ତି । ଯାହାକୁ ନେଇ ଶାସକ ଦଳ ବିଜେଡି ଓ ଏହାର ନେତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ।

ଯୌତୁକ ନିର୍ଯାତନା ସହ ମାରପିଟ ନେଇ ଥାନାର ଦ୍ବାରସ୍ତ ହୋଇଛନ୍ତି ଶଶିଙ୍କ ବୋହୂ । ବାହାଘର ପରେ ଶାଶୁଘର ଲୋକେ ୪୦ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗ ଆଣିଛନ୍ତି । ତେବେ ବୋହୂଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ଶଶିଭୂଷଣ । ବୋହୂଙ୍କ ଅଭିଯୋଗ ନେଇ ଶଶିଭୂଷଣ କହିଛନ୍ତି, "ମୋ ନାଁରେ ଆସିଥିବା ଅଭିଯୋଗ ଭିତ୍ତିହୀନ । ପୁଅ-ବୋହୂ ଭିତରର କଥା, ମନୋମାଳିନ୍ୟ ଥାଇପାରେ । ଆମ ଘରେ ମାସେ ୧୧ ଦିନ ରହିବା ପରେ ବୋହୂ ତାଙ୍କ ଘରକୁ ଯାଇଛି । ଅର୍ଥ ଓ ଯୌତୁକ ନେଇ ମୋର ଆଚରଣ କଣ ସମସ୍ତେ ଜାଣନ୍ତି । ନିମନ୍ତ୍ରଣ କାର୍ଡରେ ମଧ୍ୟ କିଛି ଗିଫ୍ଟ ନଆଣିବାକୁ ମୁଁ ଲେଖିଥିଲି ।" ସେହିପରି ବିଜେଡି ନେତା ଅର୍କେଶ ସିଂହଦେଓଙ୍କ ନାଁରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ।

ତେବେ ବିଜେଡିର ଦୁଇ ବରିଷ୍ଠ ନେତାଙ୍କ ନାଁରେ ବଧୁ ନିର୍ଯାତନା ଅଭିଯୋଗକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଏଭଳି ପାୱାରଫୁଲ ଏବଂ ଆଗ ଧାଡ଼ିର ନେତା ମାନେ ଯଦି ଏମିତି ହେବେ, ତାହେଲେ ସମାଜର କଣ ହେବ । ଏନେଇ ଘରେ ବସି ଉଭୟ ପକ୍ଷ ଆପୋଷ ଆଲୋଚନା କରି ସମାଧାନ କରିବାର ଆବଶ୍ୟକତା ରହିଛି ।"

ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରତିକ୍ରିୟା ଦେଇ କହିଛନ୍ତି, "ବିଜେଡି ଆଗେ ନିଜେ ମହିଳା ମାନଙ୍କୁ ସମ୍ମାନ ଦେଉ, ପରେ ବିରୋଧୀଙ୍କୁ ଆକ୍ଷେପ କରିବ । ବିଜେଡିର ଅନେକ ନେତା ମନ୍ତ୍ରୀଙ୍କ ନାଁରେ ନାରୀ ନିର୍ଯାତନା ମାମଲା ରହିଛି । ଏବେ ପୁଣି ଦୁଇ ଦୁଇ ଜଣ ବିଜେଡି ନେତାଙ୍କ ନାଁରେ ବଧୁ ନିର୍ଯାତନା ଅଭିଯୋଗ ଆସୁଛି । ଜଣେ ବଲାଙ୍ଗୀର ଓ ଜଣେ କେନ୍ଦ୍ରାପଡା ଜିଲ୍ଲାର ବିଜେଡି ନେତା । ତାଙ୍କ ଦଳର ନେତା, ମନ୍ତ୍ରୀ ଓ କର୍ମୀ ମାନେ କେତେ ମାଆ ମାନଙ୍କୁ ସମ୍ମାନ ଦେଉଛନ୍ତି, ମୁଖ୍ୟମନ୍ତ୍ରୀ ଏହାକୁ ଦେଖନ୍ତୁ । ମୁଖ୍ୟମନ୍ତ୍ରୀ ଏଥିରେ ସିଧାସଳଖ ହସ୍ତକ୍ଷେପ କରିବା ଦରକାର ଏବଂ ନିଜ ଦଳ ହିସାବରେ ସେମାନଙ୍କୁ ଡାକି ତାର ମିମାଂସା କରିବା ଉଚିତ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : May 16, 2023, 10:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.