ETV Bharat / state

ଅର୍ବାନ ଭୋଟ ହାତେଇବା ପାଇଁ ମେଟ୍ରୋ ପଲିଟିକ୍ସ: ଜୟଦେବ ଜେନା - ମେଟ୍ରୋ ପ୍ରକଳ୍ପକୁ ନେଇ ସରକାରୀସ୍ତରରେ ତତ୍ପରତା

ରାଜଧାନୀ ଭୁବନେଶ୍ବରରେ ମେଟ୍ରୋ ପ୍ରକଳ୍ପକୁ ନେଇ ସରକାରୀସ୍ତରରେ ବେଶ ତତ୍ପରତା ପ୍ରକାଶ ପାଇଛି । ତେବେ ନିର୍ବାଚନ ଆସୁଥିବାରୁ ଅର୍ବାନ ଭୋଟ ହାତେଇବା ପାଇଁ ସରକାରଙ୍କର ଏହି ଯୋଜନା ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଅଧିକ ପଢ଼ନ୍ତୁ

ଅର୍ବାନ ଭୋଟ ହାତେଇବା ପାଇଁ ମେଟ୍ରୋ ପଲିଟିକ୍ସ
ଅର୍ବାନ ଭୋଟ ହାତେଇବା ପାଇଁ ମେଟ୍ରୋ ପଲିଟିକ୍ସ
author img

By ETV Bharat Odisha Team

Published : Oct 7, 2023, 8:41 PM IST

ଅର୍ବାନ ଭୋଟ ହାତେଇବା ପାଇଁ ମେଟ୍ରୋ ପଲିଟିକ୍ସ

ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ବରରେ ମେଟ୍ରୋ ପ୍ରକଳ୍ପକୁ ନେଇ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମେଟ୍ରୋ ପ୍ରକଳ୍ପ ଅଗ୍ରଗତିକୁ ନେଇ ଆସନ୍ତା ୧୮ ତାରିଖରେ ଭୁବନେଶ୍ବରରେ ବସିବ ବୈଠକ । ମେଟ୍ରୋ ପ୍ରକଳ୍ପର ଡିପିଆର୍‌ ବା ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିବା ପରେ ମେଟ୍ରୋ ପ୍ରକଳ୍ପର କାର୍ଯ୍ୟାନ୍ଵୟନ ଆଶା ବୃଦ୍ଧି ପାଇଛି । ରାଜ୍ୟ ସରକାର ଏନେଇ ୨୧୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଖୁବ୍‌ଶୀଘ୍ର ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ । ତେବେ ମେଟ୍ରୋ ରେଳକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । କଂଗ୍ରେସ କହିଛି ନିର୍ବାଚନକୁ ଆଖି ଆଗରେ ରଖି ଭୋଟ ହାତେଇବା ପାଇଁ ଏଭଳି ଘୋଷଣା କରିଛନ୍ତି ସରକାର ।

ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "୨୪ ବର୍ଷ ପରେ ମେଟ୍ରୋ କଥା ସରକାରଙ୍କର ମନେ ପଡିଛି । ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଥିବାବେଳେ ଶୀଲା ଦୀକ୍ଷିତଙ୍କ ସରକାର କାଳରେ ଅନେକ ବର୍ଷ ପୂର୍ବରୁ ଦିଲ୍ଲୀରେ ମେଟ୍ରୋ ଚାଲିଛି । ମୁଖ୍ୟମନ୍ତ୍ରୀ ସେଠାରୁ କିଛି ଶିଖି ପାରିଲେ ନାହିଁ । ୨୪ ବର୍ଷ ହେବ ଯିଏ ଶିଖିପାରିଲେ ନାହିଁ କି ମେଟ୍ରୋ କାର୍ଯ୍ୟକାରୀ କରିପାରିଲେ ନାହିଁ, ସିଏ ନିର୍ବାଚନ ୨ ମାସ ମଧ୍ୟରେ କେଉଁଭଳି ଭାବରେ ମେଟ୍ରୋକୁ କାଯ୍ୟକାରୀ କରିବେ ? କେବଳ ଅର୍ବାନ ଭୋଟ ହାତେଇବା ପାଇଁ ଏହି ଯୋଜନାକୁ ସରକାର ଆରମ୍ଭ କରିବାକୁ ଯାଉଛନ୍ତି । ଏହା କାର୍ଯ୍ୟକାରୀ ହୋଇପାରିବ କି ନାହିଁ ତାହା ମଧ୍ୟ ଏକ ବଡ଼ ଆଶଙ୍କା ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ନୁହେଁ କଂଗ୍ରେସ ସରକାର ଆସିଲେ ଓଡିଶାରେ ଗଡିବ ମେଟ୍ରୋ

ସେପଟେ ମେଟ୍ରୋ ଟ୍ରେନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, "ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପକୁ ଆମେ ସ୍ବାଗତ କରୁଛୁ । ଦୀର୍ଘ ବର୍ଷ ହେବ ମୁଁ ବିଧାନସଭାରେ ମେଟ୍ରୋ ଚଲେଇବା ପାଇଁ ଦାବି କରି ଆସୁଥିଲି । ଶେଷରେ ସରକାର ଏ ବାବଦରେ ପଦକ୍ଷପ ନେଇଛନ୍ତି । ବଜେଟରେ ଟଙ୍କା ଦେବା ସହ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମୁଁ ସରକାରଙ୍କୁ ଧନ୍ୟବାଦ ଜଣାଉଛି ।" ପ୍ରକାଶଯୋଗ୍ୟ, ପୂର୍ବରୁ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ନେଇ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଥିଲା । ଭୁବନେଶ୍ବରରେ ଏକ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମେଟ୍ରୋ ଟ୍ରେନକୁ ନେଇ କଟାକ୍ଷ କରିଥିଲେ । ମେଟାଭର୍ସରେ ମେଟ୍ରୋ ଚାଲେନି, ଏଥିପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡେ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.