ETV Bharat / state

ସରଗରମ ଝାରସୁଗୁଡା ରାଜନୀତି, ଜୋରଦାର ପ୍ରଚାର କରିବ କଂଗ୍ରେସ - 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କର ନାମାଙ୍କନ ଦାଖଲ ପରେ ପ୍ରଚାର ମୁଁହା ବିଜେଡି, ବିଜେପି ଏବଂ କଂଗ୍ରେସ । ଅଧିକ ପଢନ୍ତୁ

jharsuguda by poll
jharsuguda by poll
author img

By

Published : Apr 20, 2023, 10:20 PM IST

ଜୋରଦାର ପ୍ରଚାର କରିବ କଂଗ୍ରେସ

ଭୁବନେଶ୍ବର: ପ୍ରଚାର ପାଇଁ କଂଗ୍ରେସ ପ୍ରସ୍ତୁତ । ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କର ନାମାଙ୍କନ ଦାଖଲ ପରେ ପ୍ରଚାର ମୁଁହା ବିଜେଡି, ବିଜେପି ଏବଂ କଂଗ୍ରେସ । ପ୍ରଥମେ କଂଗ୍ରେସ ପକ୍ଷରୁ 40 ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା ଘୋଷଣା କରାଯାଇଛି । ତରୁଣଙ୍କ ପାଇଁ କେନ୍ଦ୍ରରୁ ପ୍ରଚାର କରିବେ ରାଜ୍ୟ ପ୍ରଭାରୀ ଚେଲା କୁମାର, କହ୍ନେୟା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ ସମେତ ପ୍ରଚାର କରିବେ । ସେହିପରି ଆସନ୍ତା 3 ତାରିଖରୁ ପ୍ରଚାର କରିବା ପାଇଁ ଝାରସୁଗୁଡା ଯିବେ ବିଧାୟକ ସୁର ରାଉତରାୟ ।

ଅନ୍ୟପଟେ ବିଜେଡି ଯଦିଓ ପର୍ଯ୍ୟବେକ୍ଷକଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କୁ ୱାର୍ଡରେ ଦାୟିତ୍ୱ ଦେଇଛି କିନ୍ତୁ ଏପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇନାହିଁ । ଏନେଇ ବିଜେଡି ଷ୍ଟାର୍‌ ପ୍ରଚାରକ ନବୀନ ପ୍ରଚାର ମୈଦାନକୁ ଓହ୍ଲାଇବେ କି ନାହିଁ ତାହା ତାଲିକା ପ୍ରକାଶ ପାଇଲେ ସ୍ପଷ୍ଟ ହେବ । ବିଜେପି ମଧ୍ୟ କେନ୍ଦ୍ରମନ୍ତ୍ରୀମାନଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବା ନେଇ ପ୍ରସ୍ତୁତି ହେଉଛି ବୋଲି ଦଳୀୟ ମହଲରୁ ଶୁଣିବାକୁ ମିଳୁଛି ।

ସେହିପରି ଝାରସୁଗୁଡାରେ କଂଗ୍ରେସ ଆଜିଠାରୁ କର୍ମୀଙ୍କୁ ନେଇ ବୈଠକ ଆରମ୍ଭ କରିଛି । ଝାରସୁଗୁଡା ବ୍ଲକ ଏବଂ ଝାରସୁଗୁଡା ମୁନିସିପାଲଟିର 24ଟି ୱାର୍ଡରେ କର୍ମୀଙ୍କୁ ଏକାଠି କରି ଦଳ ଏକ ଶକ୍ତ ରଣନୀତି ପ୍ରସ୍ତୁତ କରୁଛି । ପ୍ରତି ବ୍ଲକରେ 1ରୁ 2 ହଜାର କର୍ମୀଙ୍କୁ ନେଇ ପ୍ରଚାର ପ୍ରସାର ଆରମ୍ଭ କରିଛି ଦଳ । ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନ୍‌ରେ ଜଣେ ଲେଖାଏଁ ବିଧାୟକ ଦାୟିତ୍ବରେ ରହିଥିବା ବେଳେ 6 ଜଣ ବିଧାୟକ 6ଟି ଜିଲ୍ଲା ପରିଷଦରେ ନିର୍ବାଚନ ପରିଚାଳନା କରିବେ ।

ଏନେଇ ଝାରସୁଗୁଡାବାସୀଙ୍କ ଏକ ଭାବନା ଏବେ ଜାଗ୍ରତ ହୋଇଛି । ସ୍ଥାନୀୟ ବାସିନ୍ଦା ଙ୍କ ପାଇଁ ଲୋକଙ୍କ ସମବେଦନା ଜାଗ୍ରତ ହୋଇଛି । ନବ ଦାସ ଏବଂ ବିଜେପି ପ୍ରାର୍ଥୀ ବାହାର ଜିଲ୍ଲାର ପ୍ରାର୍ଥୀ ହୋଇଥିବାରୁ ସ୍ଥାନୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ସଂକଳ୍ପବଦ୍ଧ ଝାରସୁଗୁଡାବାସୀ । ଯୁବକ ଯୁବତୀମାନେ ଏବେ କଂଗ୍ରେସ ପ୍ରାର୍ଥୀକୁ ଭରଷା କରୁଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖକୁ ନେବ କଂଗ୍ରେସ । ଦରଦାମ ବୃଦ୍ଧି, ଆଇନ ଶୃଙ୍ଖଳା ପରିସ୍ଥିତି, ବାୟୁ ପ୍ରଦୂଷଣ, ନିଯୁକ୍ତି କ୍ଷେତ୍ରରେ ବିଫଳ ହୋଇଛନ୍ତି ବିଜେଡି ଏବଂ ବିଜେପି ସରକାର । ଦେଶରେ ଚାଷୀ ଆଜି ହତାଶ, ଗଣତନ୍ତ୍ର ଏବେ ବିପଦରେ ତେଣୁ କଂଗ୍ରେସ ଜୋରଦାର ପ୍ରଚାର କରିବା ସହ କଂଗ୍ରେସ ପ୍ରାର୍ଥୀ ଜିତିବେ ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.