ETV Bharat / state

5T ସଚିବଙ୍କୁ କାଳିମାଡ଼ ଶାସକ ଦଳର ପ୍ରାୟୋଜିତ: କଂଗ୍ରେସ - ଭିକେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼

5T ସଚିବ ଭିକେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ପରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପ ପର୍ବ । କଂଗ୍ରେସ ଏହି ଘଟଣାକୁ ଶାସକ ବିଜେଡିର ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କହିଛି । ଅଧିକ ପଢ଼ନ୍ତୁ

5T ସଚିବଙ୍କୁ କାଳିମାଡ଼ ଶାସକ ଦଳର ପ୍ରାୟୋଜିତ କହିଲା କଂଗ୍ରେସ

author img

By

Published : Aug 19, 2023, 9:39 PM IST

5T ସଚିବଙ୍କୁ କାଳିମାଡ଼ ଶାସକ ଦଳର ପ୍ରାୟୋଜିତ କହିଲା କଂଗ୍ରେସ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଉପରକୁ କାଳିମାଡ଼ ପରେ ଜୋର ଧରିଛି ରାଜନୀତି । ଏହି ଘଟଣାରେ ବିଜେଡି ସିଧାସଳଖ ବିଜେପିକୁ ଦାୟୀ କରିଛି । ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ପାଇଁ ଏହା ବିଜେପିର ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ସେପଟେ କିନ୍ତୁ କଂଗ୍ରେସ ଏହାକୁ ଶାସକ ଦଳର ପ୍ରାୟୋଜିତ ଘଟଣା ବୋଲି କହିଛି । କାରଣ ପୋଲିସ ଉପସ୍ଥିତିରେ 5T ସଚିବଙ୍କୁ କାଳି ମାଡ଼ ହୋଇଛି । ପାଖରେ ଏତେ ପୋଲିସ ଥିବା ସତ୍ତ୍ବେ ଏହା କେମିତି ସମ୍ଭବ । ନବ ଦାସ ହତ୍ୟା ଘଟଣା ପରେ ସିକ୍ୟୁରିଟି ପୁରା ଦିଆଯାଇଛି 5T ସଚିବଙ୍କୁ । ଆଗକୁ ନିର୍ବାଚନ ଆସୁଥିବାରୁ କ୍ରେଡିଟ୍‌ ନେବା ପାଇଁ ଶାସକ ଦଳର ଏହା ଏକ ଚାଲ୍‌ ବୋଲି କହିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

ତେବେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ପୂର୍ବରୁ ବିରୋଧୀ ମାନେ ଭିନ୍ନ ଭିନ୍ନ ଉପାୟରେ ବିରୋଧ କରୁଥିଲେ । କେତେବେଳେ କଳା ପୋଷାକ ପିନ୍ଧି କଳା ବେଲୁନ ଉଡ଼ାଇ ବିରୋଧ କରାଯାଉଥିଲା ତ କେତେବେଳେ ଅଣ୍ଡାମାଡ଼ କରୁଥିଲେ ବିରୋଧୀ । ହେଲେ ପ୍ରଥମ ଥର ପାଇଁ ତାଙ୍କ ସଭାରେ କଡା ସୁରକ୍ଷାବଳୟ ମଧ୍ୟରେ ମଧ୍ୟ 5T ସଚିବଙ୍କ ଉପରକୁ କାଳିମାଡ଼ ହୋଇଛି । ତେବେ ସମ୍ପୃକ୍ତ ବ୍ୟକ୍ତି କାହିଁକି କାଳିମାଡ଼ କଲେ ଓ ସେ କେଉଁ ଦଳର ପ୍ରଶ୍ନ ଉଠିଥିବା ବେଳେ ବିଜେଡି ଏହି ଘଟଣାରେ ବିଜେପିକୁ କାଠଗଡ଼ାକୁ ଆଣିଛି । ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ପାଇଁ ଏହା ବିଜେପିର ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ବିଧାୟକଙ୍କର ଏପରି ଅଭିଯୋଗକୁ ବିଜେପି ଖଣ୍ଡନ କରିଥିବା ବେଳେ କଂଗ୍ରେସ କହିଛି ସେ ବିଜେଡିର ଲୋକ । ପଞ୍ଚାନନ କହିଛନ୍ତି, "ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରସଙ୍ଗକୁ ଏଡ଼ାଇବା ପାଇଁ ଏପରି କରିଛି ବିଜେଡି । କାରଣ ସୌମ୍ୟ ପଟ୍ଟନାୟକ ନିଜ ଦଳକୁ ସମାଲୋଚନା କରିଥିଲେ । ଏହି ଘଟଣା ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଏହାକୁ ଏଡ଼ାଇବା ପାଇଁ, ଲୋକଙ୍କ ମନରୁ ଦୂର କରିବା ପାଇଁ ଏପରି କାଣ୍ଡ ଖୋଦ ବିଜେଡି ଭିଆଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ପୁରୀ ସତ୍ୟବାଦୀରେ 5T ସଚିବ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼, ଅଭିଯୁକ୍ତ ଗିରଫ

ସୂଚନା ଥାଉକି, ଆଜି ପୁରୀ ଜିଲ୍ଲା ସତ୍ୟବାଦୀ ୟୁଜିଏସ୍‌ କଲେଜ ସଭାରେ ଯୋଗ ଦେବାବେଳେ 5T ସଚିବ ଭିକେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ହୋଇଥିଲା । ପାଣ୍ଡିଆନଙ୍କ ସହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ମଧ୍ୟ କାଳି ପଡ଼ିଛି । କାଳିମାଡ଼ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ଯୁବକ ଜଣକ ହେଉଛନ୍ତି କଣାସ ଅଞ୍ଚଳର ଭାସ୍କର ସାହୁ । 5T ସଚିବଙ୍କୁ କାଳିମାଡ କରିବା ପରେ ଭାସ୍କରଙ୍କୁ ପୋଲିସ କାବୁ କରିବା ସହ ନିଜ ହେପାଜତରେ ରଖିଛି । ତେବେ ଏହି ଘଟଣା ନେଇ ଏବେ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.