ETV Bharat / state

ବିଦେଶୀ ଦେଖନ୍ତୁ ଚକାଆଖି କହିଲେ ରାଜ୍ୟପାଳ, ଏକମତ ନୁହଁନ୍ତି ରାଜନେତା - ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର

ବିଦେଶୀ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିବା ଉଚ୍ଚିତ ବୋଲି ମତ ରଖିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହାପରେ ରାଜନୈତିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସନାତନ ଧର୍ମ ଆଉ ଡିଫେନସିଭ ହେବାର ନାହିଁ ବୋଲି ବିରୋଧି ଦଳ ନେତା ମତ ରଖିଥିବା ବେଳେ ରାଜ୍ୟପାଳଙ୍କ କଥାରେ ଏକମତ ନୁହେଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିରରେ ବିଦେଶୀ ଭକ୍ତଙ୍କ ପ୍ରବେଶ ନେଇ ରାଜ୍ୟପାଳଙ୍କ ମତ ପରେ ରାଜନୈତିକ ମହଲରେ ପ୍ରତିକ୍ରିୟା

author img

By

Published : Jan 13, 2023, 10:58 PM IST

ବିଦେଶୀ ଦେଖନ୍ତୁ ଚକାଆଖି କହିଲେ ରାଜ୍ୟପାଳ

ଭୁବନେଶ୍ବର: ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଦେଶୀ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିବା ଉଚ୍ଚିତ ବୋଲି ମତ ରଖିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏନେଇ ଗଜପତି ମହାରାଜ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଏବଂ ସେବାୟତମାନେ ମିଶି ନିଷ୍ପତ୍ତି ନେବାକୁ ସେ ନିବେଦନ କରିଛନ୍ତି । ରାଜ୍ୟପାଳଙ୍କ ଏଭଳି ମନ୍ତବ୍ୟ ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନ ବାଜି । ସନାତନ ଧର୍ମ ଆଉ ଡିଫେନସିଭ ହେବାର ନାହିଁ ବୋଲି ବିରୋଧି ଦଳ ନେତା ମତ ରଖିଥିବା ବେଳେ ରାଜ୍ୟପାଳଙ୍କ କଥାରେ ଏକମତ ନୁହେଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

'ବିଦେଶୀ ଭକ୍ତଙ୍କୁ ଚକା ନୟନରେ ଆଖି ମିଶାଇବାକୁ ଅନୁମତି ମିଳିବା ଉଚିତ'- ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ, "ଯେତେବେଳେ ବିଦେଶୀ ଭକ୍ତଟିଏ ମହାପ୍ରଭୁଙ୍କ ପ୍ରମୁଖ ସେବକ ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ଓ ସେବାୟତଙ୍କୁ ଭେଟି ଦର୍ଶନ କରିପାରୁଛି, ସେତେବେଳେ ସେ କାହିଁକି ମହାପ୍ରଭୁଙ୍କ ନିକଟକୁ ଯାଇ ଦର୍ଶନ କରିପାରିବ ନାହିଁ ? ବିଦେଶୀ ଭକ୍ତଙ୍କୁ ମଧ୍ୟ ମହାପ୍ରଭୁଙ୍କ ଚକା ନୟନରେ ଆଖି ମିଶାଇବାକୁ ଅନୁମତି ମିଳିବା ଉଚିତ ।" ତେବେ ଏନେଇ ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ଓ ସେବାୟତ ମିଳିତ ଭାବେ ନିଷ୍ପତ୍ତି ନେବାକୁ ଅନୁରୋଧ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ରାଜ୍ୟପାଳଙ୍କ ଏହି ମତକୁ ନେଇ ଏବେ ଆରମ୍ଭ ହୋଇଯାଇଛି ବିଭିନ୍ନ ଚର୍ଚ୍ଚା ଓ ଆଲୋଚୋନା । ତେବେ ରାଜ୍ୟପାଳ କହିଛନ୍ତି ଏହା ତାଙ୍କର ବ୍ୟକ୍ତିଗତ ମତ । ସେପଟେ ରାଜ୍ୟପାଳଙ୍କର ଏହା ବ୍ୟକ୍ତିଗତ ମତ ହୋଇପାରେ, କିନ୍ତୁ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଏହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଶ୍ରୀମନ୍ଦିର ସେବାୟତ ତଥା ପରିଚାଳନା କମିଟି ସଦସ୍ୟ ।

'ସନାତନ ଧର୍ମ ଆଉ ଡିଫେନସିଭ ହେବାର ନାହିଁ'- ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, "ମୁକ୍ତି ମଣ୍ଡପ ନିଷ୍ପତ୍ତି ଉପରେ ଏହା ନିର୍ଭର କରେ । ମୁକ୍ତିମଣ୍ଡପ ଯାହା ନିଷ୍ପତ୍ତି ନେବ ଆମେ ତାକୁ ଗ୍ରହଣ କରୁଛୁ । ସନାତନ ଧର୍ମ ଆଉ ଡିଫେନସିଭ ହେବାର ନାହିଁ । ଆମେ ଆଗ୍ରେସିଭ ହେବାର ଆବଶ୍ୟକତା ଅଛି । ସମୟ ଥିଲା ମୁସଲମାନମାନେ ଅତ୍ୟାଚାର କରୁଥିଲେ । ଆମର ମନ୍ଦିର ଭାଙ୍ଗି ଦେଉଥିଲେ । ସେଥିପାଇଁ ଅଣ-ସନାତନ ଧର୍ମର ଲୋକଙ୍କୁ ମନ୍ଦିର ମନା ଥିଲା । ଭାରତୀୟ ଧର୍ମକୁ ମନ୍ଦିର ଯିବାକୁ ଅନୁମତି ରହିଛି । କିନ୍ତୁ ଥାଇଲାଣ୍ଡ ରାଣୀଙ୍କୁ ମନ୍ଦିର ଭିତରକୁ ଅନୁମତି ମିଳିଲା ନାହିଁ । ଆମର ସନାତନ ଧର୍ମ ସଙ୍କୁଚିତ ହେଉଛି । ବୈଦ୍ଧ ଧର୍ମ ଓ ହିନ୍ଦୁ ଧର୍ମ ସମାନ ।" ତେବେ ଭାରତର ବୌଦ୍ଧ ଧର୍ମର ଲୋକଙ୍କୁ ଯଦି ଅନୁମତି ମିଳୁଛି ତେବେ ଥାଇଲାଣ୍ଡ ରାଣୀଙ୍କୁ କାହିଁକି ଅନୁମତି ମିଳୁନି ବୋଲି ସେ ବୁଝିପାରୁନଥିବା କହିଛନ୍ତି ।

ରାଜ୍ୟପାଳଙ୍କ ମତରେ ଏକମତ ନୁହନ୍ତି ସୁର- କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ରାଜ୍ୟପାଳ ଭଲ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ଏହି ମତ ସହିତ ମୁଁ ଏକମତ ନୁହେଁ । ଆମର ଯେଉଁ ପରମ୍ପରା ରହିଛି ତାକୁ କ୍ଷୁର୍ଣ୍ଣ କରିବାକୁ ଦିଆଯିବନାହିଁ । ଜଗନ୍ନାଥ ମହାପ୍ରଭୁଙ୍କର ଜଣେ ଭକ୍ତ ହିସାବରେ ମୁଁ ଏହାକୁ ବିରୋଧ କରିବି । ସବୁ ଧର୍ମକୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ । ଯେତେବେଳେ ମହାପ୍ରଭୁ ରଥ ଯାତ୍ରାରେ ଯାଉଛନ୍ତି ସେ ସମୟରେ ଦର୍ଶନ କରନ୍ତୁ ବିଦେଶୀ । କିନ୍ତୁ ଶ୍ରୀମନ୍ଦିରକୁ ବିଦେଶୀ ପ୍ରବେଶ କରିବାକୁ ଦେବା ଠିକ ନୁହେଁ ।"

ଶ୍ରୀଜଗନ୍ନାଥ ବିଶ୍ବର ଆରାଧ୍ୟ ଦେବତା । ବିଦେଶୀମାନେ ବାହାରେ ଦର୍ଶନ କରିବା ପାଇଁ ପତିତପାବନ ଅଛନ୍ତି । ସ୍ବୟଂ ମହାପ୍ରଭୁ ରଥଯାତ୍ରାରେ ବାହାରକୁ ଆସୁଛନ୍ତି । ତେବେ କାହିଁକି ମନ୍ଦିରକୁ ପ୍ରବେଶ କରିବାକୁ ଦିଆଯିବ ବୋଲି ବଡ଼ ବିତର୍କ ଆରମ୍ଭ ହୋଇଯାଇଛି । ରାଜ୍ୟପାଳଙ୍କ ନିବେଦନ ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.