ETV Bharat / state

ଗୌହାଟୀ ବୈଠକକୁ ବିଜେଡି ଓ କଂଗ୍ରେସର କଟାକ୍ଷ, ଜବାବ ରଖିଲା ବିଜେପି

author img

By

Published : Jul 7, 2023, 8:32 PM IST

ବିଜେପିର ଗୌହାଟୀ ରଣନୀତିକୁ କଟାକ୍ଷ କରିଛନ୍ତି ବିଜେଡି ଓ କଂଗ୍ରେସ । ଏହା କେବଳ ଦଳର ପ୍ରଚାର ଓ କର୍ମୀଙ୍କ ମହଲରେ ଉତ୍ସାହ ଭରିବା ପାଇଁ ବୋଲି କହିଛି ବିଜେଡି । ସେପଟେ ଉଭୟ ଦଳକୁ ଜବାବ ରଖିଛି ବିଜେପି । ଅଧିକ ପଢ଼ନ୍ତୁ

ବିଜେପିର ଗୌହାଟୀ ବୈଠକକୁ ବିଜେଡି ଓ କଂଗ୍ରେସର କଟାକ୍ଷ

ଭୁବନେଶ୍ବର: ୨୦୨୪ ନିର୍ବାଚନରେ ଓଡ଼ିଶାରେ ସରକାର କରିବା ଲାଗି ବିଜେପି ସ୍ବତନ୍ତ୍ର ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ଗୌହାଟୀରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ନେଇ ବସିଥିବା ବୈଠକରୁ ଏହି ସୂଚନା ମିଳିଛି । ତେବେ ଏହାକୁ କଟାକ୍ଷ କରିଛନ୍ତି ବିଜେଡି ଓ କଂଗ୍ରେସ । କେବଳ ଦଳର ପ୍ରଚାର ଓ କର୍ମୀଙ୍କ ମହଲରେ ଉତ୍ସାହ ଭରିବା ପାଇଁ ଏହି କାର୍ଯ୍ୟକ୍ରମ ହେଉଛି ବୋଲି ବିଜେଡି କହିଛି । ବୈଠକରୁ ବିଜେପିକୁ କିଛି ଲାଭ ମିଳିବ ନାହିଁ ବୋଲି କଂଗ୍ରେସ କହିଛି । ସେପଟେ ଉଭୟ ଦଳକୁ ଜବାବ ରଖିଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ...ଦରଦାମ ନିୟନ୍ତ୍ରଣରେ ସରକାର ଫେଲ: କଂଗ୍ରେସ

କଟାକ୍ଷ କଲେ ବିଜେଡି ଓ କଂଗ୍ରେସ: ବିଜେପିର ଗୌହାଟୀ ରଣନୀତି ନେଇ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, "ବିଜେପି ଯେତେ ରଣନୀତି କଲେ ବି ଓଡ଼ିଶା ପରିପ୍ରେକ୍ଷୀରେ ତାଙ୍କର ପ୍ରାସଙ୍ଗିକତା ଗ୍ରହଣୀୟ ହେଉନାହିଁ । କେବଳ ପ୍ରଚାର କରିବା, କର୍ମୀଙ୍କ ମହଲରେ ଉତ୍ସାହ ଭରିବା ପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ । ଓଡିଶାରେ ଆଜି ଗ୍ରାଉଣ୍ଡ ରିଅଲିଟି ହେଉଛି ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ଲୋକଙ୍କ ସମର୍ଥନ, ଭରସା ରହିଛି । କାର୍ଯ୍ୟକ୍ରମ ମଧ୍ୟ ହେଉଛି ।" ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ରାଜ୍ୟବସୀ ବିଜେପି ଓ ବିଜେଡି ସରକାର ଦେଖିଛନ୍ତି । ଲୋକେ ଆମକୁ ଭରସା କରିବେ । ଗୌହାଟୀର କୌଣସି ରଣନୀତି କାମ ଦେବନାହିଁ । କଂଗ୍ରେସ ସରକାର ଗଢ଼ିବ ।"

୨୦୨୪ରେ ବିଜେପିର ଟାର୍ଗେଟ ୧୨୦: ସେପଟେ ଉଭୟ ବିଜେପି ଓ କଂଗ୍ରେସକୁ ଜବାବ ରଖିଛନ୍ତି ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସୁବାସ କହିଛନ୍ତି, "ଆଗାମୀ ୨୦୨୪ ନିର୍ବାଚନ ଜିତି ବିଜେପି ସୁନିଶ୍ଚିତ ସରକାର କରିବ । ସେ ହିସାବରେ ଗୌହାଟୀରେ ଯୋଜନା ହୋଇଛି । ବର୍ତ୍ତମାନ ତୃଣମୂଳସ୍ତରରେ କାର୍ଯ୍ୟକ୍ରମ ଜାରି ରହିଛି । ତଳସ୍ତରର କାର୍ଯ୍ୟକ୍ରମ ଠିକଠାକ କରିବା ପାଇଁ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ପଦାଧିକାରୀ ଅଣ୍ଟା ଭିଡିଛନ୍ତି । ଲୋକ ସମ୍ପର୍କ ବଢ଼ାଇବା ସହ ସରକାରକୁ ଆସିବା ପାଇଁ ଯୋଜନା ହୋଇଛି । ୨୦୨୪ରେ ୧୨୦ ଟାର୍ଗେଟକୁ ନେଇ ଆଗକୁ ବଢ଼ୁଛୁ । ୧୨୦ ତଳକୁ ଖସିନାହିଁ ।"

"ସାରା ରାଜ୍ୟରେ ପରିବର୍ତ୍ତନର ସ୍ବର ଉଠୁଛି": ସେ ଆହୁରି ମଧ୍ୟ କହିଛନ୍ତି, "ପଶ୍ଚିମ ଓଡିଶାରେ ସ୍ଥିତି ଭଲ ଅଛି । ଉପନିର୍ବାଚନ ହାରିଲେ ବି ଫରକ ପଡିବନାହିଁ । ବିଜେଡି ଟଙ୍କା ଖର୍ଚ୍ଚ କରି ଲୋକଙ୍କୁ ଭକୁଆ ବନାଉଛି । ସରକାର ତାଙ୍କର ଅଛି, ତେଣୁ ଲୋକେ ପଇସା ନେଇ ଚଳି ଯାଉଛନ୍ତି । ପଶ୍ଚିମ ଓଡିଶା ନୁହେଁ, ସାରା ରାଜ୍ୟରେ ପରିବର୍ତ୍ତନର ସ୍ବର ଉଠୁଛି । ସୁନିଶ୍ଚିତ ଭାବେ ଓଡିଶାରେ ପରିବର୍ତ୍ତନ ହେବ । ଓଡିଶାରେ ଲୋକସଭା ଆସନ ସହ ବିଧାନସଭା ଆସନ ଉପରେ ନଜର ଅଛି । ଯେହେତୁ ବିଧାନସଭା ଆସନ ଜିତିଲେ ଲୋକସଭା ଆସନ ବିଜୟ ସହଜ ହେବ । ବିଧାୟକ ଜିତିଲେ, ସାଂସଦ ଜିତନ୍ତି । ତେଣୁ ବର୍ତ୍ତମାନ କେନ୍ଦ୍ରର ଦୃଷ୍ଟି ଓଡିଶା ଉପରେ ରହିଛି । ଓଡିଶାରେ ସରକାର ଗଢିବୁ ଓ ଗତଥର ଅପେକ୍ଷା ଅଧିକ ଲୋକସଭା ସିଟ୍‌ ହାସଲ କରିବୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.