ETV Bharat / state

ଗର୍ଜିଲେ କଂଗ୍ରେସ ନେତା ଗଣେଶ୍ବର: କହିଲେ ରାଜ୍ୟ ସରକାର ଆଦିବାସୀ ସ୍ବାର୍ଥ ବିରୋଧୀ

author img

By ETV Bharat Odisha Team

Published : Nov 23, 2023, 7:50 PM IST

Congress targets State govt: ଆଦିବାସୀଙ୍କ ଜମି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲା କଂଗ୍ରେସ । ରାଜ୍ୟ ସରକାରଙ୍କୁ ଆଦିବାସୀ ବିରୋଧୀ କହିଲେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା । ଅଧିକ ପଢ଼ନ୍ତୁ,

ଗର୍ଜିଲେ କଂଗ୍ରେସ ନେତା ଗଣେଶ୍ବର : କହିଲେ 'ରାଜ୍ୟ ସରକାର ଆଦିବାସୀ ସ୍ବାର୍ଥ ବିରୋଧୀ '

ଭୁବନେଶ୍ବର: "ରାଜ୍ୟ ସରକାର ଆଦିବାସୀ ସ୍ବାର୍ଥ ବିରୋଧୀ" । କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ବର ବେହେରା । ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ବିଜେଡ଼ି ସରକାର ଆଦିବାସୀ ସ୍ବାର୍ଥର ପରିପନ୍ଥୀ । ଓଡ଼ିଶା ଅନୁସୂଚିତ ଅଞ୍ଚଳର ଅସ୍ଥାବର ସମ୍ପତ୍ତି ହସ୍ତାନ୍ତର ନିୟମ-୧୯୫୬ (ଓସାଟିପ)ର ସଂଶୋଧନ ଏହାର ସଦ୍ୟତମ ଉଦାହରଣ । ଲୋକସଂଖ୍ୟା ଅନୁପାତରେ ସରକାରୀ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଆଦିବାସୀ ଓ ଦଳିତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ନାମ ଲେଖାରେ ସୁଯୋଗ ଦିଆଯାଉନାହିଁ ।

ଗଣେଶ୍ବର କହିଛନ୍ତି ଯେ, ନଭେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏପରି ଏକ ଦୁର୍ଭାଗ୍ୟଜନକ ନିଷ୍ପତ୍ତି ନିଆଗଲା ଏବଂ ଦୁଇ ଦିନ ଯାଇନି, ନଭେମ୍ବର ୧୬ରେ କ୍ୟାବିନେଟର ଏପରି ନିଷ୍ପତ୍ତିର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରାଗଲା । ଏହା ସ୍ପଷ୍ଟ ପ୍ରମାଣ କରେ ଯେ, ବିନା ବୁଝି ବିଚାରି ସରକାର ନିଷ୍ପତ୍ତି, ସରକାର ଗ୍ରହଣ କରୁଛନ୍ତି । ଆଦିବାସୀଙ୍କ ଜମି ଅଧିକାରର ସୁରକ୍ଷା ପ୍ରଥମେ ୧୯୫୬ ରେ ଓସାଟିପ ନିୟମ, ୨୦୦୬ରେ ଜଙ୍ଗଲ ଜମି ଅଧିକାର ଆଇନ ଓ ୨୦୧୩ ଜମି ଅଧିଗ୍ରହଣ ଓ ପୁନର୍ବସତି ଆଇନରେ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ, ରାଜ୍ୟରେ ବିଜେଡି ସରକାରଙ୍କର ଏହି ନିଷ୍ପତ୍ତି ଅଭିସନ୍ଧିମୂଳକ ।

ଏହା ମଧ୍ୟ ପଢ଼ନ୍ତୁ: ଶୀତ ଅଧିବେଶନ ସରଗରମ: ଆଦିବାସୀ ଜମି ପ୍ରସଙ୍ଗରେ ହଙ୍ଗାମା, ୪ଟା ପରେ ଗୃହକାର୍ଯ୍ୟ ସ୍ବାଭାବିକ

ଆଦିବାସୀ ଜମି ଅଣଆଦିବାସୀଙ୍କୁ ହସ୍ତାନ୍ତର ପାଇଁ ନଭେମ୍ବର ୧୪ ରେ କ୍ୟାବିଟେର ନିଷ୍ପତ୍ତି ଆଦିବାସୀ ପରାମର୍ଶ ଦାତା ପରିଷଦ (ଟିଏସି)ର ସୁପାରିଶ କ୍ରମେ ନିଆଯାଇଛି ବୋଲି ସରକାର କହୁଛନ୍ତି । କିନ୍ତୁ ବାସ୍ତବରେ ଟିଏସି ବୈଠକରେ ଆଦିବାସୀ ଜମି ଅଣଆଦିବାସୀଙ୍କୁ ହସ୍ତାନ୍ତର କୌଣସି ନିଷ୍ପତ୍ତି ନିଆଯାଇ ନଥିଲା । ସରକାର ଚଞ୍ଚକତା କରି ଅଣଆଦିବାସୀ, ଶିଳ୍ପପତି ଓ ପୁଞ୍ଜିପତିଙ୍କ ସ୍ବାର୍ଥ ସାଧନ ପାଇଁ ଏପରି ହେରଫେର କରିବା ଅକ୍ଷମଣୀୟ ।

୨୦୧୦ରେ ରାଜ୍ୟ ସରକାରଙ୍କର ଅନୁରୂପ ଉଦ୍ୟମ ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଥିଲା । ସୁତରାଂ ଯେତେବେଳେ ୨୦୧୦ରେ ରାଷ୍ଟ୍ରପତି ଓସାଟିପର ସଂଶୋଧନକୁ ଅନୁମୋଦନ କରିବାକୁ ମନା କରିଦେଇଥିଲେ ଏବଂ ଯେତେବେଳେ ସିଏଜି ରିପୋର୍ଟ ଅନୁସାରେ ଆଦିବାସୀଙ୍କର ଜମି ମାଲିକାନା ୨୦୦୫-୦୬ରୁ ୨୦୧୫-୧୬ ମଧ୍ୟରେ ୧୨ ଶତାଂଶ ହ୍ରାସ ପାଇଛି, ସେତେବେଳେ ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଆଦିବାସୀ ବିରୋଧୀ ନୁହେଁତ ଆଉ କ’ଣ ବୋଲି ପ୍ରଶ୍ନ କରିଛନ୍ତି ଗଣେଶ୍ବର ବେହେରା ।

ଏହା ମଧ୍ୟ ପଢ଼ନ୍ତୁ: ତେଜିଲା ଆଦିବାସୀ ଜମି ପ୍ରସଙ୍ଗ: ବିଧାନସଭାରେ ସରକାରଙ୍କୁ ହଲାପଟା କଲେ ବିରୋଧୀ, ଗୃହ କାଲିଯାଏଁ ମୁଲତବି

ଏହା ମଧ୍ୟ ପଢ଼ନ୍ତୁ:ଆଜି ବି ଚାଲି ପାରିଲାନି ବିଧାନସଭା: କଂଗ୍ରେସର ଚେତାବନୀ 'ଆଦିବାସୀଙ୍କ ସ୍ବାର୍ଥ ପାଇଁ ନିଆଁ ଜଳିବ'

ଏହା ମଧ୍ୟ ପଢ଼ନ୍ତୁ: ବିଧାନସଭା ଅଚଳାବସ୍ଥା ଜାରି: ବିଜେଡି କହିଲା 'ବିରୋଧୀଙ୍କ ଆଚରଣ ବରଦାସ୍ତ କରିବେନି ରାଜ୍ଯବାସୀ'

ଏହି ଓସାଟିପ ସଂଶୋଧନର ତୁରନ୍ତ ପ୍ରତ୍ୟାହାର ନିମନ୍ତେ ଦାବି କରିବା ସହ ସରକାର ଉଦାସୀନ ରହିଲେ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ କଂଗ୍ରେସ ପାର୍ଟି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ସତର୍କ କରାଇ ଦେଇଛନ୍ତି ଗଣେଶ୍ବର । ଯଦି ଏପରି ଏକ ଆଦିବାସୀ ସ୍ବାର୍ଥ ବିରୋଧୀ ଆଇନର ପ୍ରତ୍ୟାହାର ନିମନ୍ତେ ରାଜ୍ୟ ଆଦିବାସୀ ବିଧାୟକ ଓ ସାଂସଦମାନେ ପ୍ରତିଜ୍ଞାବୋଧ ଉଦ୍ୟମ ନକରନ୍ତି ତାହାହେଲେ ଭବିଷ୍ୟତ ତାଙ୍କୁ କେବେ କ୍ଷମା ଦେବନାହିଁ । ୧୯୯୬ ରେ କଂଗ୍ରେସ ସରକାର ଅମଳରେ ପ୍ରଣିତ ପେଶା ଆଇନ କାର୍ଯ୍ୟକାରୀ କରିବା ନିମନ୍ତେ ନିୟମାବଳୀ ପ୍ରସ୍ତୁତ କରିବାରେ ରାଜ୍ୟ ସରକାରଙ୍କ ହେୟଜ୍ଞାନର ଘୋର ପ୍ରତିବାଦ କରିବା ସହ ତୁରନ୍ତ ନିୟମାବଳୀ ପ୍ରଣୟନ କରିବାକୁ ଆହ୍ବାନ ଦେଇଥିଲେ ।

ସାମ୍ବାଦିକ ସମ୍ମିଳନୀରେ ସାମିଲ ପ୍ରଦେଶ କଂଗ୍ରେସ ଆଦିବାସୀ ନେତା ତଥା ଅନୁସୂଚିତ ଜନଜାତି ବିଭାଗ ଅଧ୍ୟକ୍ଷ ଭୁଜବଳ ମାଝୀ କହିଛନ୍ତି ଯେ, ଉଭୟ ବିଜେଡି ଏବଂ ବିଜେପି ଆଦିବାସୀଙ୍କ ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି । ସେ ଉଦାହରଣ ଦେଇ କହିଥିଲେ ଯେ, ତାଳଚେରରେ ମହାନଦୀ କୋଲଫିଲ୍ଡ ଲିମିଟେଡ ତରଫରୁ ପ୍ରତିଷ୍ଠିତ ମେଡିକାଲ କଲେଜରେ ବିଭିନ୍ନ ପଦ ପଦବୀରେ ସଂରକ୍ଷଣ ଆଇନକୁ କାର୍ଯ୍ୟକାରୀ ନକରିବା ଉଦ୍ଦେଶ୍ୟରେ ଆଉଟ ସୋର୍ସିଂ ଦ୍ବାରା ବେସରକାରୀ ସଂସ୍ଥାମାନଙ୍କ ମାଧ୍ୟମରେ ନିଯୁକ୍ତି ଦିଆଯାଉଛି । ଏମସିଏଲ ଏକ ସରକାରୀ ସଂସ୍ଥା ହୋଇଥିବାରୁ ଏହାର ପ୍ରତ୍ୟେକ ନିଯୁକ୍ତିରେ ସଂରକ୍ଷଣ ଲାଗୁ କରିବା ଆଇନତଃ ଅପରିହାର୍ଯ୍ୟ । କିନ୍ତୁ କଂଗ୍ରେସର ପ୍ରତିବାଦ ସତ୍ତ୍ବେ ଏମସିଏଲର ଆଉଟ ସୋର୍ସିଂ ନିଷ୍ପତ୍ତି ପ୍ରମାଣ କରେ ଯେ କେନ୍ଦ୍ରରେ ମୋଦି ସରକାର ଏବଂ ଭାରତୀୟ ଜନତା ପାର୍ଟି ଉଭୟ ଆଦିବାସୀ ମାନଙ୍କୁ ନିଯୁକ୍ତି ସୁଯୋଗରୁ ବଞ୍ଚିତ କରୁଛନ୍ତି । ସେ ଆଉ ଏକ ଅଭିଯୋଗ ଆଣିଛନ୍ତି ଯେ, ଲୋକସଂଖ୍ୟା ଅନୁପାତରେ ସରକାରୀ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଆଦିବାସୀ ଓ ଦଳିତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ନାମ ଲେଖାରେ ସୁଯୋଗ ଦିଆଯାଉନାହିଁ । ଅତଏବ, ରାଜ୍ୟ ସରକାର ଯେ ଆଦିବାସୀ ଓ ଦଳିତ ବିରୋଧୀ ଏହା ଅଧିକ କହିବାର ଆବଶ୍ୟକତା ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.