ଖୋର୍ଦ୍ଧ: ମୋ ସରକାର ଓ 5ଟି କାର୍ଯ୍ୟକାରୀ ହେବା ପରେ ଏହାକୁ ନେଇ ରାଜ୍ୟରେ ଏବେ ଯୋରଦାର ଚର୍ଚ୍ଚା । ଏବେ 5ଟିର ଏକ ଜବରଦସ୍ତ ପ୍ରଭାବ ଦେଖିବାକୁ ମିଳିଛି ଖୋର୍ଦ୍ଧାରେ । ଆଜି ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଜଣେ ଲାଞ୍ଚଖୋର ପୋଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ଯାହା ଆଜି ନିଜେ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଅବସର ଦିଆଯାଇଥିବା ଅଧିକାରୀ ଜଣକ ହେଉଛନ୍ତି ବନମାଳୀ ନାୟକ। ସେ ପୁରୀ ଏବଂ ଜଙ୍କିଆ ଥାନାରେ କାର୍ଯ୍ୟରତ ଥିବା ସମୟରେ ଲାଞ୍ଚ ମାଗି ଭିଜିଲାନ୍ସ ହାତରେ ଧରାପଡିଥିଲେ । ବାଧ୍ୟତାମୂଳକ ଅବସର ବେଳକୁ ଏହି ଅଧିକାରୀ ଜଣଙ୍କ ଖୋର୍ଦ୍ଧା ଏସପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ