ETV Bharat / state

ମାଙ୍କଡ ନାଚକୁ ନେଇ ଅଡୁଆରେ ଯାଜପୁରର ଭଦ୍ରା ଦମ୍ପତି, କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

author img

By

Published : Mar 19, 2023, 12:01 PM IST

Updated : Mar 19, 2023, 12:21 PM IST

ମାଙ୍କଡ ନାଚକୁ ନେଇ ଅଡୁଆରେ ଯାଜପୁରର ଭଦ୍ରା ଦମ୍ପତି । କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ତତ୍ୱାବଧାରକଙ୍କୁ ଚିଠି ଲେଖିଲେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ । ଅଧିକ ପଢନ୍ତୁ

ଅଡୁଆରେ ଯାଜପୁରର ଭଦ୍ରା ଦମ୍ପତ୍ତି
ଅଡୁଆରେ ଯାଜପୁରର ଭଦ୍ରା ଦମ୍ପତ୍ତି
ଅଡୁଆରେ ଯାଜପୁରର ଭଦ୍ରା ଦମ୍ପତ୍ତି

ଭୁବନେଶ୍ବର: ହନୁ ମାଙ୍କଡ଼କୁ ନେଇ ଅଡୁଆରେ ଯାଜପୁରର ଭଦ୍ରା ଦମ୍ପତି । ଦମ୍ପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଅଭିଯୋଗ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ । ଦମ୍ପତିଙ୍କ ପକ୍ଷରୁ ସୋସିଆଲ ମିଡ଼ିଆରେ ଜାରି କରିଥିବା ଭିଡିଓକୁ ଭିତ୍ତି କରି ଭଦ୍ରା ଦମ୍ପତିଙ୍କ ବିରୋଧରେ ବନ୍ୟ ପ୍ରାଣୀ ଆଇନ ୧୯୭୨ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଶୁଭେନ୍ଦୁ । ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ତତ୍ୱାବଧାରକଙ୍କୁ ଇମେଲ ଜରିଆରେ ଚିଠି ଲେଖିଛନ୍ତି ଶୁଭେନ୍ଦୁ । ଚିଠିର ନକଲ ବନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଏବଂ ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ଅତିରିକ୍ତ ନିର୍ଦ୍ଦେଶକଙ୍କୁ ମଧ୍ୟ ଦେଇଛନ୍ତି ।

ଶୁଭେନ୍ଦୁଙ୍କ ଅଭିଯୋଗ ଅନୁସାରେ, "ହନୁ ମାଙ୍କଡ ବନ୍ୟ ପ୍ରାଣୀ ଆଇନରେ ସଂରକ୍ଷିତ ପ୍ରାଣୀ । ହନୁ ମାଙ୍କଡଙ୍କୁ ଧରିବା, ଘରେ ପୋଷିବା ଆଦି ବେଆଇନ କାମ । ବନ୍ୟ ପ୍ରାଣୀ ଆଇନ ହେତୁ ମାଙ୍କଡ ନାଚ ବନ୍ଦ ହେବା ଯୋଗୁଁ ମାଙ୍କଡିଆ କେଳାମାନେ ଜୀବିକା ହରେଇଲେ । ହେଲେ ଯାଜପୁରର ଭଦ୍ର ଦମ୍ପତି ମାଙ୍କଡ ମାନଙ୍କୁ ଛୁଆ ବେଳୁ ମାଆ ପାଖରୁ ଛଡେଇ ଆଣୁଛନ୍ତି । ବଦ୍ରୀ ନାରାୟଣ ଭଦ୍ରା ଓ ମୋନାଲିସା ଭଦ୍ରା ସେମାନଙ୍କ ସହ ଭିଡିଓ ସୁଟିଂ କରି ସୋସିଆଲ ମିଡ଼ିଆରେ ଛାଡ଼ୁଛନ୍ତି । ଅଧିକ ଲାଇକ ଓ ଭିୟର୍ସ କିପରି ପାଇବେ ସେଇ କାମରେ ସଦା ସର୍ବଦା ଲିପ୍ତ ରହୁଛନ୍ତି । ସୋସିଆଲ ମିଡିଆରୁ ମୋଟା ଅଙ୍କର ଟଙ୍କା ମିଳୁଥିବାରୁ ଦେଶର ଆଇନକୁ ଜଳାଞ୍ଜଳି ଦେବାକୁ ପଛାଉନାହାନ୍ତି ଭଦ୍ର ଦମ୍ପତି ।"

ସୂଚନାଅନୁସାରେ, ଗତ କିଛିଦିନ ତଳେ ଦମ୍ପତି ୩ଟି ହନୁ ମାଙ୍କଡଙ୍କୁ ଧରି ମଧ୍ୟପ୍ରଦେଶ ଯାଇଥିଲେ । ବାଗେଶ୍ଵର ଧାମରେ ବୁଲା ବୁଲି କରି ଭିଡିଓ କରି ଉଭୟ ଫେସବୁକ ଏବଂ ୟୁଟ୍ୟୁବରେ ପୋଷ୍ଟ କରିଛନ୍ତି । ଯେକୌଣସି ବନ୍ୟ ପ୍ରାଣୀଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ନେବାକୁ ହେଲେ ଉଭୟ ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ୱାବଧାରକଙ୍କର ଅନୁମତି ଆବଶ୍ୟକ ପଡିଥାଏ । କିନ୍ତୁ ଭଦ୍ରା ଦମ୍ପତି ପିସିସିଏଫଙ୍କ ବିନା ଅନୁମତିରେ ଓଡିଶାରୁ ୩ଟି ମାଙ୍କଡ ନେଇ ମଧ୍ୟପ୍ରଦେଶ ଯାଇଥିଲେ । ଯାହା ଏକ ଗୁରୁତର ବନ୍ୟ ପ୍ରାଣୀ ଅପରାଧ । ବିନା ପରିଶ୍ରମରେ ବନ୍ୟ ପ୍ରାଣୀଙ୍କୁ ବ୍ୟବହାର କରି ସୋସିଆଲ ମିଡିଆରୁ ଟଙ୍କା ରୋଜଗାରର ସହଜ ପନ୍ଥା ଆପଣେଇଥିବା ନେଇ ଶୁଭେନ୍ଦୁ ଅଭିଯୋଗ କରିଛନ୍ତି ।

ପୂର୍ବରୁ ମଧ୍ୟ ଉଭୟ ମାଙ୍କଡ ନାଚ, ନାଗ ସାପ ଦାନ୍ତ ଭାଙ୍ଗି, ସାପକୁ ବେକରେ ପକେଇ ନାଗିନ ଡ୍ୟାନ୍ସ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରୁ ମୋଟା ଅଙ୍କର ଅର୍ଥ ଉପାର୍ଜନ କରିଛନ୍ତି । ରାଜ୍ୟର ବନ ବିଭାଗ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ସେ ଏଇଭଳି କାମ କରିବାକୁ ସାହସ ପାଉଛନ୍ତି ବୋଲି ଶୁଭେନ୍ଦୁ କହିଛନ୍ତି । ଭଦ୍ରା ଦମ୍ପତିଙ୍କ ଖୁଲମଖୁଲା ବେଆଇନ କାମ ଯୋଗୁଁ ଅନ୍ୟମାନେ ମଧ୍ୟ ବନ୍ୟ ପ୍ରାଣୀଙ୍କ ସହିତ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ ପ୍ରୋତ୍ସାହନ ପାଉଛନ୍ତି ବୋଲି ଶୁଭେନ୍ଦୁ ଚିଠିରେ ଉଲ୍ଲେଖ କରିଛନ୍ତି । ତେଣୁ ତାଙ୍କର ବେଆଇନ ରୋଜଗାର ଅର୍ଥ ବା ସମ୍ପତ୍ତିକୁ ଜବତ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେବା ଉଚିତ ବୋଲି ଶୁଭେନ୍ଦୁ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 19, 2023, 12:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.