ETV Bharat / state

ବନ୍ୟ ପ୍ରାଣୀ ଆଇନକୁ ବେଖାତିର; ଖୁଲମଖୋଲା ଚାଲିଛି ଶୁଆ ଶିକାର ଏବଂ ଅତ୍ୟାଚାର ! - ଶୁଆ ସହ ଭିଡିଓ

ଶୁଆ କିପରି କଥା କହିବ, କିପରି କାମୁଡିବ ନାହିଁ ଏହାର ଭିଡିଓ ସେୟାର କରି ଫସିଲେ ଯୁବକ । ବନ୍ୟପ୍ରାଣୀ ଆଇନକୁ ବେଖାତିର ନେଇ ଅଭିଯୋଗ ଆଣିଲେ ଅବୈତନିକ ବନ୍ୟାପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 11, 2023, 8:37 PM IST

ବନ୍ୟ ପ୍ରାଣୀ ଆଇନକୁ ବେଖାତିର; ଖୁଲମଖୋଲା ଚାଲିଛି ଶୁଆ ଶୀକାର ଏବଂ ଅତ୍ୟାଚାର

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ ବନ୍ୟପ୍ରାଣୀ ଅପରାଧ ବଢିବାରେ ଲାଗିଛି । ଆଇନ କଡ଼ାକଡ଼ି ପାଳନ ହେଉଛି ବୋଲି ସରକାର କହୁଛନ୍ତି, ହେଲେ ବନ୍ୟପ୍ରାଣୀ ଅପରାଧ କମିବାର ନା ନେଉନାହିଁ । ଏହାର ପ୍ରମୁଖ କାରଣ ବନ ବିଭାଗର ଉଦାସୀନତା ବୋଲି ଅଭିଯୋଗ ହେଉଛି । ୨୦୨୩ ଏପ୍ରିଲ ୧ରୁ ସଂଶୋଧିତ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଲାଗୁ ହେବା ସତ୍ତ୍ବେ ବନ ବିଭାଗ କୋହଳ ଆଭିମୁଖ୍ୟ ପୋଷଣ କରୁଥିବାରୁ ଏହି ଅବସ୍ଥା ପହଞ୍ଚିଛି ।

ଶୁଆ କାନରେ ଭର୍ତ୍ତି କରୁଛନ୍ତି ସୋରିଷ ତେଲ
ଶୁଆ କାନରେ ଭର୍ତ୍ତି କରୁଛନ୍ତି ସୋରିଷ ତେଲ

ବନ୍ୟପ୍ରାଣୀ ଆଇନ ଉଲ୍ଲଙ୍ଘନର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ଗ୍ରାମର ଜଣେ ଯୁବକ ଚିନ୍ମୟ ମହାନ୍ତଙ୍କ ୟୁଟ୍ୟୁବ ଚ୍ୟାନେଲରେ । ଚିନ୍ମୟ ଭାଇ ନାମକ ଜଣେ ଯୁବକ ନିଜର ଏକ ୟୁଟ୍ୟୁବ ଚ୍ୟାନେଲରେ ଭାରତୀୟ ଶୁଆ (Alexandrine Parakeet ) ଆଲେକଜାଣ୍ଡ୍ରିନ ପାରାକିଟ୍ ସହିତ ଶତାଧିକ ଭିଡିଓ ପୋଷ୍ଟ କରି ଲୋକମାନଙ୍କୁ ଶୁଆ ଶିକାର କରିବା ପାଇଁ ଉତ୍ସାହିତ କରୁଛନ୍ତି । ଗୋଟିଏ ଭିଡିଓରେ ଚିନ୍ମୟ ଶୁଆଙ୍କୁ କଥା କହିବ ଶିଖେଇବା ପାଇଁ ଲୋକଙ୍କୁ ଶିଖାଉଛନ୍ତି ।

ଶୁଆକୁ ଲୁହା ଛଡ କାମୁଡାଉଛନ୍ତି ଯୁବକ
ଶୁଆକୁ ଲୁହା ଛଡ କାମୁଡାଉଛନ୍ତି ଯୁବକ

ସେହି ଭିଡିଓରେ ଶୁଆର ଉଭୟ ପଟ କାନପୁଡାରେ ସୋରିଷ ତେଲ ପକେଇବା ସହିତ ଲୋକଙ୍କୁ ସେଇଆ କରିବା ପାଇଁ ପରାମର୍ଶ ଦେଉଛନ୍ତି । ଏହା ବନ୍ୟ ପ୍ରାଣୀ ଆଇନର ଖୋଲାଖୋଲି ଉଲ୍ଲଘଂନ ବୋଲି ଅଭିଯୋଗ ଆଣିଛନ୍ତି ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ । ଜୀବ ନିଷ୍ଠୁରତା ନିରାକରଣ ଆଇନ, ୧୯୬୦ର ମଧ୍ୟ ଖୋଲା ଉଲ୍ଲଙ୍ଘନ ହେଉଛି । ଏପରି କରି ସେ ଶୁଆକୁ ଅତ୍ୟାଚାର କରୁଛନ୍ତି । ସେହିପରି ଅନ୍ୟ ଏକ ଭିଡିଓରେ ଶୁଆ କିପରି ମଣିଷଙ୍କୁ କାମୁଡିବ ନାହିଁ, ସେଇ ବିଷୟରେ ଲୋକଙ୍କୁ ଡେମୋ ଦେଖେଇବା ପାଇଁ ଯାଇ ଏକ ଲୁହା ଛଡକୁ କାମୁଡିବା ଦେଉଛନ୍ତି । ଲୁହା ଛଡକୁ କାମୁଡିବା ଦ୍ଵାରା ଶୁଆର ଥଣ୍ଟ ନିଶ୍ଚୟ କ୍ଷତିଗ୍ରସ୍ତ ହେବ । ଏଥିରେ ସନ୍ଦେହ ନାହିଁ ।

ଏହା ବି ପଢନ୍ତୁ- ଶୁଆ ପୋଷି ଜନ୍ମଦିନ କେକ କାଟିଲେ ପରିବାର, ଉଠିଲା କାର୍ଯ୍ୟାନୁଷ୍ଠାନ ସ୍ବର

ଆଉ ଏକ ଭିଡିଓରେ ଦୁଇଟି ଶୁଆଙ୍କୁ ଡାଲି ଭାତ ଖୁଆଇବା ମଧ୍ୟ ଶିଖାଯାଉଛନ୍ତି । ବନ୍ୟପ୍ରାଣୀଙ୍କ ସହିତ ଫଟୋ ବା ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ବେଆଇନ ବୋଲି ୨୦୧୪ରୁ ଘୋଷଣା କରାଯାଇଛି । ଏହା ସତ୍ତ୍ବେ ଓଡ଼ିଶାରେ ବନ ବିଭାଗ ଏହି ଦିଗକୁ ଆଖି ବୁଜି ଦେଇଛନ୍ତି । ତେବେ ୨୦୧୯ରେ ବରଗଡ଼ ଏବଂ ଅଗଷ୍ଟ ୨୦୨୨ ମସିହାରେ ସମ୍ବଲପୁରରେ ସୋସିଆଲ ମିଡିଆରେ ସାପ ସହିତ ଭିଡିଓ ପୋଷ୍ଟ କରିଥିବା ୨ ଜଣଙ୍କୁ ଗିରଫ କରାଯାଇଥିଲା ।

ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ସେହି ଭିଡିଓଗୁଡ଼ିକୁ ଭିତ୍ତି କରି ଚିନ୍ମୟ ମହାନ୍ତଙ୍କ ବିରୁଦ୍ଧରେ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କୁ ଇମେଲ ଜରିଆରେ ଚିଠି ଲେଖିଛନ୍ତି । ଏଇ ଚିଠିର ନକଲ ବନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, 5T ସଚିବ ଏବଂ ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ଅତିରିକ୍ତ ନିର୍ଦ୍ଦେଶକଙ୍କୁ ମଧ୍ୟ ଦେଇଛନ୍ତି ।

ଶୁଆଙ୍କୁ ସଂଶୋଧିତ ବନ୍ୟ ପ୍ରାଣୀ ସଂରକ୍ଷଣ ତାଲିକାରେ ତଫସିଲ ୨ ଅନ୍ତର୍ଭୁକ୍ତ କରାଯାଇଥିବା ସ୍ଥଳେ ଏହାର ଦଣ୍ଡ ପରିମାଣ ମଧ୍ୟ ବୃଦ୍ଧି କରାଯାଇଛି । ଶୁଆ ଶିକାର କରିବା ବା ଘରେ ପୋଷିଲେ ୭ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ଆର୍ଥିକ ଜୋରିମାନାକୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି କରାଯାଇଛି । ତେଣୁ ଚିନ୍ମୟ ମହାନ୍ତଙ୍କୁ ଗିରଫ କରିବା ସହିତ ଓଡ଼ିଶାରେ ଯେଉଁ ସବୁ ବ୍ୟକ୍ତିମାନେ ସାପ, ମାଙ୍କଡ, ଶୁଆ ଆଦି ବନ୍ୟପ୍ରାଣୀଙ୍କ ଭିଡିଓ ୟୁଟ୍ୟୁବରେ ପୋଷ୍ଟ କରୁଛନ୍ତି ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ସେଇ ମଧ୍ୟ ଗିରଫ କରିବା ନିହାତି ଜରୁରୀ ବୋଲି କହିଛନ୍ତି ଶୁଭେନ୍ଦୁ। ଖାଲି ସେତିକି ନୁହେଁ ୟୁଟ୍ୟୁବ କମ୍ପାନୀ ସେଇ ସବୁ ଚାନେଲକୁ ବନ୍ଦ କରିବା ପାଇଁ ମଧ୍ୟ ସରକାର ନିର୍ଦ୍ଦେଶ ଦେବା ଉଚିତ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.