ଭୁବନେଶ୍ବର: ଡାକ୍ତରଙ୍କ ପାଇଁ ଖୁସି ଖବର । ଏଥର ସମସ୍ତ ଡାକ୍ତରଙ୍କୁ ମିଳିବ ସି-ଅଫ୍ । ମେଡିକାଲ ଅଧିକାରୀଙ୍କ ଛୁଟି ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରୀ ଛୁଟି ଦିନରେ କାମ କଲେ ବିକଳ୍ପ ଭାବେ ମିଳିବ ଛୁଟି । ସେହି ମାସର ଯେକୌଣସି ଦିନ ଛୁଟି ନେଇପାରିବେ ମେଡିକାଲ ଅଧିକାରୀ । ଏନେଇ ମେଡିକାଲ ଅଧୀକ୍ଷକ ଓ ଇନ୍ ଚାର୍ଜ ରୋଷ୍ଟର ବ୍ୟବସ୍ଥା କରିବେ ।
ମେଡିକାଲ ଅଧିକାରୀଙ୍କ ଛୁଟି ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରୀ ଛୁଟି ଦିନରେ କାମ କଲେ ବିକଳ୍ପ ଭାବେ ଛୁଟି ମିଳିବ । ସେହି ମାସର ଯେକୌଣସି ଦିନ ମେଡିକାଲ ଅଧିକାରୀ ଏବଂ ଡାକ୍ତର ଛୁଟି ନେଇପାରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି । ଏନେଇ ମେଡିକାଲ ଅଧୀକ୍ଷକ ଓ ଇନ୍ ଚାର୍ଜ ରୋଷ୍ଟର ବ୍ୟବସ୍ଥା କରିବେ ବୋଲି ଦର୍ଶାଯିବା ସହ ମେଡିକାଲ ଅଧିକାରୀ ଏବଂ ଡାକ୍ତରଙ୍କୁ ଛୁଟି ଦିନ ପାଇଁ ଅନୁମତି ଦେବା ସମ୍ପର୍କରେ ନିର୍ଦ୍ଦେଶାବଳୀ ମଧ୍ୟ ଦିଆଯାଇଛି ।
ଲୋକମାନଙ୍କ ପାଇଁ ଉପଯୁକ୍ତ ତଥା ସୁଗମ ସ୍ୱାସ୍ଥ୍ୟସେବା ଦିଗରେ ଆଉ ଏକ ପଦକ୍ଷେପ ନେଇଛି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ । OHMS କ୍ୟାଡର ଅଧୀନରେ ଥିବା ଡାକ୍ତରୀ ଅଧିକାରୀଙ୍କ ମଧ୍ୟରେ ଛୁଟି ଆବଣ୍ଟନ ପାଇଁ ଏକ ସ୍ୱଚ୍ଛ ଏବଂ ସମାନ ବ୍ୟବସ୍ଥା ଆଣିଛନ୍ତି ସରକାର । ଏନେଇ ବିଭାଗୀୟ ସଚିବ ଶାଲିନୀ ପଣ୍ଡିତ ରାଉରକେଲା ସରକାରୀ ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲର ନିର୍ଦ୍ଦେଶକଙ୍କ ସମେତ ସମସ୍ତ ଜିଲ୍ଲା, ଉପ-ବିଭାଗ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ମେଡିକାଲ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଅଧୀକ୍ଷକଙ୍କୁ ଅବଗତ କରାଇଛନ୍ତି ।
ଏହା ବି ପଢନ୍ତୁ...'ସ୍କୁଟର' ଯୋଜନାର ଶୁଭାରମ୍ଭ, ପ୍ରଥମ ପର୍ଯ୍ୟାୟରେ ୧୫ ହଜାର ମହିଳା ପାଇଲେ ସ୍କୁଟର
ତେବେ ଗାଇଡ ଲାଇନରେ ଦର୍ଶାଯାଇଛି ଯେ, OHMS କ୍ୟାଡର ଅଧିକାରୀମାନେ ସରକାରଙ୍କ ଦ୍ଵାରା ସୂଚିତ ନିର୍ଦ୍ଦିଷ୍ଟ ଛୁଟି ଦିନରେ ଡ୍ୟୁଟିରେ ଯୋଗ ଦେଇଥିଲେ ସେମାନେ ସେହି ମାସରେ ସେମାନଙ୍କୁ ବିକଳ୍ପ ଛୁଟି ନେବାକୁ ଅନୁମତି ଦିଆଯିବ । ସମ୍ପୃକ୍ତ ସ୍ୱାସ୍ଥ୍ୟ ସୁବିଧା ସୁପରିଟେଣ୍ଡେଣ୍ଟ୍ କିମ୍ବା ମେଡିକାଲ ଅଫିସର ଏହାର ଦାୟିତ୍ୱରେ ରହି ସମସ୍ତ ବ୍ୟବସ୍ଥା କରିବେ । ତେବେ ସ୍ୱାସ୍ଥ୍ୟ ସଚିବ ସ୍ପଷ୍ଟ କରିଛନ୍ତି, "ବିକଳ୍ପ ଛୁଟି ଦିନ ଗୁଡିକ କୌଣସି ଛୁଟି ସହିତ ମିଶ୍ରଣ ହେବ ନାହିଁ । ଏକ ମାସ ମଧ୍ୟରେ ଗ୍ରହଣୀୟ ଛୁଟି ଦିନ ଗୁଡିକ ପରବର୍ତ୍ତୀ ମାସକୁ ନିଆଯିବ ନାହିଁ ।
ଇଟିଭି ଭାରତ, ଭୁବନେଶ୍ବର