ଭୁବନେଶ୍ବର: ୨୦୨୩-୨୪ ଶିକ୍ଷା ବର୍ଷରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ୨୪ ତାରିଖରୁ ଆରମ୍ଭ ହୋଇଛି । ଏହି ଏକକ ପରୀକ୍ଷା ଜୁଲାଇ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କେବଳ ଜୁନ ୨୮ ତାରିଖ ଓ ୩୦ ତାରିଖରେ ପ୍ରବେଶିକା ପରୀକ୍ଷା ହେବ ନାହିଁ । ଯେହେତୁ ରାଜ୍ୟ ସରକାର ୨୯ ତାରିଖରେ ସରକାରୀ ଛୁଟି ଘୋଷଣା କରିଛନ୍ତି ତେବେ ଏହି ଦିନରେ ମଧ୍ୟ ଏକକ ପରୀକ୍ଷା କରାଯିବ ।
ପୂର୍ବ ସୂଚୀ ଅନୁଯାୟୀ, ଆସନ୍ତାକାଲି (ଗୁରୁବାର) ପରୀକ୍ଷା କରାଯିବ । ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଗତ ୧ ତାରିଖରୁ ଆବେଦନ ଆରମ୍ଭ ହୋଇଥିଲା । ମୋଟ ୧୦୬ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୭ ହଜାର ୩୮୩ ଆସନ ଥିବା ବେଳେ ପ୍ରବେଶିକା ପରୀକ୍ଷା ନିମନ୍ତେ ୫୩ ହଜାର ୬୪୧ ଜଣ ଛାତ୍ରଛାତ୍ରୀ ସାମ୍ସ ଜରିଆରେ ଅନଲାଇନ ଆବେଦନ କରିଛନ୍ତି । ତେବେ ଏହି ପରୀକ୍ଷା ଏସଏସବି ଦ୍ୱାରା ପରୀକ୍ଷା ପରିଚାଳିତ ହେଉଛି । ପ୍ରବେଶିକା ପରୀକ୍ଷାର ୮୦ ପ୍ରତିଶତ ଓ ୨୦ ପ୍ରତିଶତ କ୍ୟାରିୟର ମାର୍କକୁ ଭିତ୍ତି କରି ପିଲାଙ୍କୁ ସିଟ ଆବଣ୍ଟନ କରାଯିବ । ରାଜ୍ୟରେ ୨୧ଟି ସରକାରୀ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଏହି ପ୍ରବେଶିକା ପରୀକ୍ଷା କରାଯାଉଛି ।
ଏହା ମଧ୍ୟ ପଢ଼ନ୍ତୁ : CPET EXAM 2023: କାଲି ଏକକ ପିଜି ପରୀକ୍ଷା, ୩ଟି ସିଫ୍ଟରେ ହେବ ପରୀକ୍ଷା
ସୂଚନା ଅନୁଯାୟୀ, ଗତ ୨୪ ତାରିଖରୁ ପରୀକ୍ଷା ଆରମ୍ଭ ହୋଇଛି । ଦିନକୁ ୩ଟି ସିଫ୍ଟରେ ପରୀକ୍ଷା ହେବ । ପ୍ରଥମ ସଫ୍ଟ ସମୟରୁ ୧୦ଟା ରୁ ୧୧ ଟା, ଦିତୀୟ ସିଫ୍ଟି ୧୨ଟା ୩୦ ରୁ ୧ଟା ୩୦ ଓ ତୃତୀୟ ସିଫ୍ଟ ୩ଟା ରୁ ୪ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । । ଆସନ୍ତାକାଲି( ୨୯ ତାରିଖରେ) ପବ୍ଲିକ ଆଡମିନଷ୍ଟ୍ରେଶନ, କମ୍ପ୍ୟୁଟର ସାଇନ୍ସ, ସୋସିଓଲୋଜି, ପଲଟିକାଲ ସାଇନ୍ସ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଜୁଲାଇ ୧ ତାରିଖରେ ଏଜୁକେସନ, ଲିନ୍ୟୁଷ୍ଟିକ, କେମେଷ୍ଟ୍ରୀ, ଫିଜିକାଲ ଏଜୁକେସନ ପରୀକ୍ଷା ହେବାର ସୂଚନା ରହିଛି । ଜୁଲାଇ ୨ ତାରିଖରେ ସାମ୍ବାଦିକ ଓ ଗଣଯୋଗାଯୋଗ ଏବଂ ୩ ତାରିଖରେ ବାୟୋ ଟେକ୍ନୋଲଜି, ଅର୍ଥନୀତି ଗଣିତ, ଏମବିଏ, ବଟାନି ରହିଛି । ଆସନ୍ତା ୪ ତାରିଖରେ ସୋସିଆଲ ୱାର୍କ, ସାଇକୋଲୋଜି, ସାନ୍ତାଳୀ, ସଂସ୍କୃତ, ଉର୍ଦ୍ଧ୍ବ, ମାଟରିଆଲ ସାଇନ୍ସ ଆଦି ବିଭାଗର ପରୀକ୍ଷା ହେବ ।
ଇଟିଭି ଭାରତ, ଭୁବନେଶ୍ବର