ETV Bharat / state

CPET EXAM 2023: କାଲି ଏକକ ପିଜି ପରୀକ୍ଷା, ୩ଟି ସିଫ୍ଟରେ ହେବ ପରୀକ୍ଷା

author img

By

Published : Jun 22, 2023, 4:38 PM IST

Updated : Jun 22, 2023, 5:37 PM IST

ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଏକକ ପିଜି ପରୀକ୍ଷା । ୧୦୬ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୭ ହଜାର ୩୮୩ ଆସନ ପାଇଁ ହେବ ପ୍ରବେଶିକା ପରୀକ୍ଷା । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଆସନ୍ତାକାଲି (ଶୁକ୍ରବାର)ଠାରୁ ଏକକ ପିଜି ପରୀକ୍ଷା । ଏହି ପରୀକ୍ଷା ଶୁକ୍ରବାରଠୁ ଆରମ୍ଭ ହୋଇ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ତିନୋଟି ସିଫ୍ଟରେ ହେବ ପରୀକ୍ଷା । ମୋଟ ୧୦୬ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୭ ହଜାର ୩୮୩ ଆସନ ପାଇଁ ହେବ ପ୍ରବେଶିକା ପରୀକ୍ଷା । ଏହି ପ୍ରବେଶିକା ପରୀକ୍ଷା ଲାଗି ୫୩ ହଜାର ୬୪୧ ଜଣ ଛାତ୍ରଛାତ୍ରୀ ସାମ୍ସ ଜରିଆରେ ଅନଲାଇନ ଆବେଦନ କରିଛନ୍ତି ।

୨୦୨୩-୨୪ ଶିକ୍ଷାବର୍ଷରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି)- ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଏହି ଏକକ ପରୀକ୍ଷା ଜୁଲାଇ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କେବଳ ଜୁନ ୨୮ ତାରିଖ ଓ ୩୦ ତାରିଖରେ ପ୍ରବେଶିକା ପରୀକ୍ଷା ହେବନି। ପ୍ରବେଶିକା ପାଇଁ ଗତ ୧ ତାରିଖରୁ ଆବେଦନ ଆରମ୍ଭ ହୋଇଥିଲା। ମୋଟ ୧୦୬ ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୭ ହଜାର ୩୮୩ ଆସନ ଥିବାବେଳେ ପ୍ରବେଶିକା ପରୀକ୍ଷା ଲାଗି ୫୩ ହଜାର ୬୪୧ ଜଣ ଛାତ୍ରଛାତ୍ରୀ ସାମ୍ସ ଜରିଆରେ ଅନଲାଇନ ଆବେଦନ କରିଛନ୍ତି ।

ଏହା ବି ପଢନ୍ତୁ- Weather Update: ଓଡିଶା ଛୁଇଁଲା ମୌସୁମୀ, ପ୍ରବଳ ବର୍ଷାରେ ଜଳାର୍ଣ୍ଣବ ରାଜଧାନୀ

ତେବେ ଏହି ପରୀକ୍ଷା ଏସଏସବି ଦ୍ବାରା ପରୀକ୍ଷା ପରିଚାଳନା ହେବାକୁ ଥିବାବେଳେ ୧୬ ଜୁଲାଇ ସୁଦ୍ଧା ଓକାକ୍ ପିଲାଙ୍କ ପରୀକ୍ଷା ମାର୍କ ଏସଏସବି ନିକଟରେ ଦାଖଲ କରିବ। ସେହିପରି ଜୁଲାଇ ୮ ତାରିଖରୁ ୧୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସ୍ନାତକ ମାର୍କ ଅପଲୋଡ ହେବ। ପ୍ରବେଶିକା ପରୀକ୍ଷାର ୮୦ ପ୍ରତିଶତ ଓ ୨୦ ପ୍ରତିଶତ କ୍ୟାରିୟର ମାର୍କକୁ ଭିତ୍ତି କରି ପିଲାଙ୍କୁ ସିଟ ଆବଣ୍ଟନ କରାଯିବ। ରାଜ୍ୟର ୨୧ଟି ସରକାରୀ ମହାବିଦ୍ୟାଳୟରେ ଏହି ପ୍ରବେଶିକା କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଏହି ପରୀକ୍ଷା ଦିନକୁ ୩ଟି ସିଫ୍ଟରେ ହେବ । ପ୍ରଥମ ସିଫ୍ଟ୍ ୧୦ଟାରୁ ୧୧ଟା, ଦ୍ବିତୀୟ ସିଫ୍ଟ ୧୨ଟା ୩୦ରୁ ୧ଟା ୩୦ ଓ ତୃତୀୟ ସିଫ୍ଟ ୩ଟାରୁ ୪ଟା ପର୍ଯ୍ୟନ୍ତ ହେବ ପରୀକ୍ଷା । ତେବେ ୨୩ ତାରିଖରେ ଆନ୍ଥପୋଲୋଜି, ଭୂଗୋଳ, ହିନ୍ଦୀ, ଏମବିଏ ପାଠ୍ୟକ୍ରମରେ ହେବ ପରୀକ୍ଷା ।

୨୪ ତାରିଖରେ ଫିଜିକ୍ସ, ପପୁଲେସନ ଷ୍ଟଡି, ଆଇନ, ପରିସଂଖ୍ୟାନ, ବାଣିଜ୍ୟ ବିଭାଗରେ ହେବ ପରୀକ୍ଷା । ସେହିପରି ଭାବରେ ୨୫ ତାରିଖରେ ମାଇକ୍ରୋ ବାୟୋଲୋଜି, ଇଂରାଜୀ, ପିଏମଆଇଆେର, ଜିଲୋଜି । ୨୬ ତାରିଖରେ ପରିବେଶ ବିଜ୍ଞାନ, ଓଡ଼ିଆ, ଫୁଡ୍ ସାଇନ୍ସ, ଫିଲୋସୋଫି ବିଭାଗରେ ହେବ ପରୀକ୍ଷା । ୨୭ ତାରିଖରେ ହୋମ ସାଇନ୍ସ, ଜିୟୋଲୋଜି, ଇତିହାସ, ରୁରାଲ ଡେଭଲମେଣ୍ଟ । ୨୯ ତାରିଖରେ ପବ୍ଲିକ ଆଡମିନଷ୍ଟ୍ରେଶନ, କମ୍ପ୍ୟୁଟର ସାଇନ୍ସ, ସୋସିଓଲୋଜି, ପଲଟିକାଲ ସାଇନ୍ସ । ଜୁଲାଇ ୧ ତାରିଖରେ ଏଜ୍ୟୁକେସନ, ଲିନ୍ୟୁଷ୍ଟିକ, କେମେଷ୍ଟ୍ରି, ଫିଜିକାଲ୍ ଏଜୁକେଶନ । ଜୁଲାଇ ୨ ତାରିଖରେ ସାମ୍ବାଦିକ ଓ ଗଣଯୋଗାଯୋଗ । ୩ ତାରିଖରେ ବାୟୋ ଟେକ୍ନୋଲଜି, ଅର୍ଥନୀତି ଗଣିତ, ଏମବିଏ, ବଟାନି ଏବଂ ୪ ତାରିଖରେ ସୋସିଆଲ ୱାର୍କ, ସାଇକୋଲୋଜି, ସାନ୍ତାଳୀ, ସଂସ୍କୃତ, ଊର୍ଦ୍ଦୁ, ମ୍ୟାଟେରିଆଲ ସାଇନ୍ସ ଆଦି ବିଭାଗର ହେବ ପରୀକ୍ଷା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 22, 2023, 5:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.