ETV Bharat / state

ସିବିଆଇ ରେଡ ଆଳରେ ଲୁଟିଥିଲେ ୨ କୋଟି, ଗିରଫ କରି କୋଟିଏ ଟଙ୍କା ଜବତ କଲା କମିଶନରେଟ ପୋଲିସ - ସିବିଆଇ ରେଡ ଆଳରେ ଲୁଟିନେଲେ ୨ କୋଟି

ନିଜକୁ ସିବିଆଇ ଅଧିକାରୀ ପରିଚୟ ଦେଇ ଘରେ ପଶିଥିଲେ । ଘର ଲୋକଙ୍କ ମୁହଁକୁ ବାନ୍ଧି ଲୁଟିଥିଲେ ୨ କୋଟି ଓ ଅଳଙ୍କାର । କମିଶନରେଟ ପୋଲିସ ହାତରେ ଧରାପଡ଼ିଲେ ଏହି ଦୁର୍ଦ୍ଦାନ୍ତ ଲୁଟେରା ଗ୍ୟାଙ୍ଗ୍‌ । ଅଧିକ ପଢ଼ନ୍ତୁ

lootera gang busted in Bhubaneswar
ଲୁଟେରା ଗ୍ୟାଙ୍ଗ ଗିରଫ
author img

By ETV Bharat Odisha Team

Published : Aug 27, 2023, 3:47 PM IST

Updated : Aug 27, 2023, 4:03 PM IST

ଲୁଟେରା ଗ୍ୟାଙ୍ଗ ଗିରଫ

ଭୁବନେଶ୍ବର: କମିଶନରେଟ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ । ୫ ଜଣ ଲୁଟେରାଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧ କୋଟି ୨ ଲକ୍ଷ ଟଙ୍କା ଜବତ କରିଛି । ଏଥିସହ ସୁନା ହାର ଓ ଚେନ ସମେତ ମୁଦି ଏବଂ ବନ୍ଧୁକ ଜବତ କରିଛି କମିଶନରେଟ ପୋଲିସ । ଗତ ୨ ତାରିଖରେ ଇନଫୋସିଟି ଥାନା ନନ୍ଦନ ବିହାର ଥାନା ଅଞ୍ଚଳରେ ଜଣଙ୍କ ଘରେ ସିବିଆଇ ରେଡ ଆଳରେ ପଶି ୨ କୋଟି ଟଙ୍କା ଲୁଟ କରିଥିଲେ । ଏହି ଘଟଣାରେ ଏବେ ବି ୪ ଅଭିଯୁକ୍ତ ଫେରାର ଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

ଲୁଟେରା ଗ୍ୟାଙ୍ଗ ଗିରଫ

ସୂଚନା ଅନୁଯାୟୀ, ୨ ତାରିଖରେ ଇନଫୋସିଟି ଥାନା ନନ୍ଦନ ବିହାର ଥାନା ଅଞ୍ଚଳର ନିବାରଣ ପାଣିଙ୍କ ଘରୁ ୨ କୋଟି ଲୁଟ ହୋଇଥିଲା । ଅଭିଯୁକ୍ତଙ୍କ ମଧ୍ୟରୁ ଫେରାର ଥିବା ବାଦଲ, ଲୁଟ ପଛର ମୁଖ୍ୟ ସୁତ୍ରଧର । କାରଣ ନିବାରଣ ପାଣିଙ୍କ ଘରେ ପୂର୍ବରୁ ସେ ଡ୍ରାଇଭର ଥିଲା । ସେହି ଆଧାରରେ ଅନ୍ୟ ୮ ଅଭିଯୁକ୍ତଙ୍କ ସହ ମିଶି ତାଙ୍କ ଘରୁ ଡକାୟତି କରିଥିଲା । ପ୍ରଥମେ ନିଜକୁ ସିବିଆଇ ଅଫିସର କହି ଘରେ ପଶିଥିଲେ, ପରେ ଘର ଲୋକଙ୍କ ମୁହଁକୁ ସେଲୋ ଟେପ୍‌ରେ ବାନ୍ଧି ଘରେ କଳାକନା ବୁଲାଇଥିଲେ । ଲୁଟ୍‌ ପରେ ସେମାନେ ଟଙ୍କା ଓ ଗହଣାକୁ ଭାଗ ବାଣ୍ଟି ଅଲଗା ହୋଇଗଲେ । ପୋଲିସ ଏହି ଘଟଣାର‌ ତଦନ୍ତ କରି ଦୀର୍ଘ ୨୫ଦିନ ପରେ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମଧ୍ୟରେ ଅନୁଗୋଳ ରେଙ୍ଗାଲିର ହେମନ୍ତ ଧୀର, ସନାତନ ନାହାକ, କେନ୍ଦ୍ରାପଡ଼ାର ଅରବାଜ ଖାନ, ଖୋର୍ଦ୍ଧାର ଆଉ ୨ଜଣଙ୍କୁ ଗିରଫ କରାଯାଇଛି । ତେବେ ହେମନ୍ତ ଧୀର ଅନ୍ୟ ଦୁଇ ସହଯୋଗୀ ସନା ଓ ବାଦଲ ତିନି ଜଣ ଅନୁଗୋଳର ବୋଲି ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ: ଅସଲି ପୋଲିସକୁ ଚୂନ ଲଗାଇଲା ନକଲି ପୋଲିସ, 4 ଗିରଫ

ହେମନ୍ତ ଧୀର ଅନୁଗୁଳର ଜଣେ ବିଧାୟକଙ୍କ ସହଯୋଗୀ ବୋଲି କୁହାଯାଉଛି । ଏସମ୍ପର୍କରେ ତଦନ୍ତ ଚାଲିଥିବା ଭୁବନେଶ୍ବର ଡିସିପି କହିଛନ୍ତି । ଅନ୍ୟପଟେ ଲୁଟ୍‌ ହୋଇଥିବା ଘରର ମାଲିକ ନିବାରଣ ପାଣି ପୂର୍ବତନ ସରକାରୀ କର୍ମଚାରୀ ଥିବା ବେଳେ ଏତେ ଟଙ୍କା କେଉଁଠୁ ଆଣିଲେ ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି ପୋଲିସ । ଏହି ଡକାୟତି ପଛରେ ଏକ ରାଜନୈତିକ କାରବାର ବା ଲିଙ୍କ୍‌ ରହିଛି । ବିଧାୟକ ଟିକେଟ ଆଶାୟୀ ପାଇଁ ଜଣେ ବ୍ୟକ୍ତି ଟଙ୍କା କାରବାର କରୁଥିବାର ଖବର ପାଇ ପ୍ରତିଦ୍ବନ୍ଦୀ ଗୋଷ୍ଠୀ ଡକାୟତି ପାଇଁ ସିବିଆଇ ଆଳରେ ଲୁଟ୍‌ କରିଥିବା ଚର୍ଚ୍ଚା ହେଉଛି । ଗିରଫ ଅଭିଯୁକ୍ତ କେଉଁ ବିଧାୟକଙ୍କ ଲିଙ୍କ୍‌ରେ ଥିଲେ ଏବଂ ବିଧାୟକଙ୍କ ଏଥିରେ ସମ୍ପୃକ୍ତି ରହିଛି କି ନାହିଁ ସେନେଇ ମଧ୍ୟ ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 27, 2023, 4:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.