ETV Bharat / state

ମଣ୍ଡପରେ ନାହିଁ ଭିଡ, ସହଯୋଗ ପାଇଁ ରାଜଧାନୀବାସୀଙ୍କୁ ଧନ୍ୟବାଦ - commissionerate police

ପୂଜା ମଣ୍ଡପରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁନଥିବା ଯୋଗୁ ଭୁବନେଶ୍ବରବାସୀଙ୍କୁ ଧନ୍ୟବାଦ ଦେଇଛି କମିଶନରେଟ ପୋଲିସ । ଧନ୍ୟବାଦ ସହ ଆଗାମୀ ଦିନରେ ସହଯୋଗ ପାଇଁ ନିବେଦନ । ପଢନ୍ତୁ ଅଧିକ....

ସହଯୋଗ ପାଇଁ ରାଜଧାନୀବାସୀଙ୍କୁ ଧନ୍ୟବାଦ ଜଣାଇଲା କମିଶନରେଟ ପୋଲିସ

author img

By

Published : Oct 24, 2020, 7:13 PM IST

ଭୁବନେଶ୍ବର: ଚଳିତବର୍ଷ କୋଭିଡ କଟକଣାକୁ ଗୁରୁତ୍ବ ଦେଇ ପୂଜା ମଣ୍ଡପରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁନଥିବା ଯୋଗୁ ଭୁବନେଶ୍ବରବାସୀଙ୍କୁ ଧନ୍ୟବାଦ ଦେଇଛି କମିଶନରେଟ ପୋଲିସ । ଏନେଇ ଭୁବନେଶ୍ବର ଡିସିପିଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡଲରେ ରାଜଧାନୀବାସୀଙ୍କୁ ଧନ୍ୟବାଦ ଜଣାଯାଇଛି ।

ସହଯୋଗ ପାଇଁ ରାଜଧାନୀବାସୀଙ୍କୁ ଧନ୍ୟବାଦ ଜଣାଇଲା କମିଶନରେଟ ପୋଲିସ
ସହଯୋଗ ପାଇଁ ରାଜଧାନୀବାସୀଙ୍କୁ ଧନ୍ୟବାଦ ଜଣାଇଲା କମିଶନରେଟ ପୋଲିସ

କେବଳ ଏତିକି ନୁହେଁ, ଆସନ୍ତାକାଲି ପାର୍ବଣର ଶେଷ ଦିନ ଅର୍ଥାତ ଦଶହରା ଥିବା ଯୋଗୁ ପ୍ରଶାସନକୁ ଏହିପରି ସହଯୋଗ ଜାରି ରଖିବାକୁ ରାଜଧାନୀବାସୀଙ୍କୁ କମିଶନରେଟ ପୋଲିସ ପକ୍ଷରୁ ଅନୁରୋଧ ମଧ୍ୟ କରାଯାଇଛି । ତେବେ ପର୍ବଣର 2 ଦିନ ସମାପ୍ତ ହୋଇଥିଲେ ମଧ୍ୟ ରାଜଧାନୀର କୌଣସି ପୂଜା ମଣ୍ଡପରେ ସାଧାରଣ ଦର୍ଶନକୁ ଅନୁମତି ମିଳିନି । କେବଳ ବିଧି ରକ୍ଷା ପାଇଁ ମା ଙ୍କର ନୀତିକାନ୍ତି ଚାଳିଛି । ସେପଟେ ସାଧାରଣ ଶ୍ରଦ୍ଧାଳୁ ମଧ୍ୟ କରୋନା କଟକଣାକୁ ମାନି ମଣ୍ଡପ ଗୁଡିକରେ ଭିଡ କରୁନଥିବା ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.