ETV Bharat / state

କମିଶନରେଟ ପୋଲିସକୁ ସଫଳତା: କମିଛି ଅପରାଧ, ବଢିଛି ଦଣ୍ଡବିଧାନ - ଦଣ୍ଡବିଧାନ

ଅପରାଧ ଦିଗରେ ଅଧିକ କ୍ରିୟାଶୀଳ ହେବାକୁ କମିଶନରେଟ ପୋଲିସର ସମୀକ୍ଷା ବୈଠକ । ଏହି ବୈଠକରେ ଅଧିକାରୀମାନଙ୍କୁ ପୋଲିସ କମିଶନର ଗୁରୁମନ୍ତ୍ର ଦେଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 25, 2023, 10:26 PM IST

କମିଛି ଅପରାଧ, ବଢିଛି ଦଣ୍ଡବିଧାନ

ଭୁବନେଶ୍ବର: ଦଣ୍ଡବିଧାନ କ୍ଷେତ୍ରରେ କମିଶନରେଟ ପୋଲିସକୁ ମିଳିଛି ସଫଳତା । ଦ୍ବୈତ ନଗରୀରେ ଅପରାଧ କମିଥିବା ବେଳେ ଦଣ୍ଡବିଧାନ ବଢିଛି । ତଥାପି ଅପରାଧ ଦିଗରେ ଅଧିକ କ୍ରିୟାଶୀଳ ହେବାକୁ କମିଶନରେଟ ପୋଲିସ ପକ୍ଷରୁ ହୋଇଥିବା ସମୀକ୍ଷା ବୈଠକରେ ଗୁରୁମନ୍ତ୍ର ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କେହି ଯେମିତି ପୋଲିସ ଷ୍ଟେସନରୁ ନିରାଶ ହୋଇ ନଫେରନ୍ତୁ ତା ଉପରେ ଗୁରୁତ୍ବ ଦେବା ଲାଗି ସେ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

ସାଇବର ଅପରାଧ, ଟ୍ରାଫିକ ସମସ୍ୟା, ପ୍ରପର୍ଟି ଅଫେନ୍ସ ଆଦି କ୍ଷେତ୍ରରେ ପୂର୍ବ ବର୍ଷ ତୁଳନାରେ ଏବର୍ଷ ସଫଳତା ପାଇଛି କମିଶନରେଟ ପୋଲିସ । ପ୍ରପର୍ଟି ଅଫେନ୍ସ ଓ NDPS କେସରେ ଗିରଫ ହେଉଛନ୍ତି ଅଭିଯୁକ୍ତ । ସେହିପରି ଥାନାକୁ ଆସୁଥିବା ପ୍ରତିଟି ଲୋକଙ୍କୁ ଭଲ ବ୍ୟବହାର କର ବୋଲି ପୋଲିସ କମିଶନର ଆହ୍ବାନ ଦେଇଛନ୍ତି । ସେଥିପାଇଁ ଆଚରଣରେ ପରିବର୍ତ୍ତନ ଆଣ ଓ ଅଭିଯୋଗକାରୀଙ୍କ କଥା ଶୁଣ ବୋଲି ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଯେଭଳି କୌଣସି ଅଭଯୋଗକାରୀ ଥାନାରୁ ନିରାଶ ହୋଇ ନଫେରନ୍ତୁ ଏବଂ ସେମାନଙ୍କ ପ୍ରତି ପୋଲିସ ଖରାପ ବ୍ୟବହାର କରିଛି ବୋଲି ଅଭିଯୋଗ ନଆସୁ ତା ଉପରେ ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ ପୋଲିସ କମିଶନର ପରାମର୍ଶ ଦେଇଛନ୍ତି ।

ଏହା ବି ପଢନ୍ତୁ-Tiger Skin Seized: ଚାଲିଥିଲା ଡିଲ୍, ମାଡିବସିଲା STF

କମିଶନରେଟ ପୋଲିସ ପକ୍ଷରୁ କମିଶନରଙ୍କ ଅଧ୍ୟକ୍ଷତାରେ ହୋଇଥିବା ତ୍ରୈମାସିକ ଅପରାଧ ସମୀକ୍ଷା ବୈଠକରେ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ପୋଲିସ କମିଶନର । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଥାନାରେ ମାମଲାରେ ଦଣ୍ଡ ବିଧାନକୁ ଗୁରୁତ୍ବ ଦିଆଯାଇଛି । ଉଚ୍ଚକୋଟିର ତଦନ୍ତ ଓ ତୁରନ୍ତ ଚାର୍ଜସିଟ ଦାଖଲ ଯୋଗୁଁ ଅପରାଧୀଙ୍କୁ ସଜ୍ଜା ଦିଆଯାଇପାରୁଛି ବୋଲି ସେ କହିଛନ୍ତି । ଯେଉଁଥି ପାଇଁ ଇରାନୀ ଗ୍ୟାଙ୍ଗ, ବାୱରିଆ ଗ୍ୟାଙ୍ଗ, ବାଉଁଶର ଗ୍ରୁପକୁ କାବୁ କରିବା ସହ ପ୍ରପର୍ଟି ଅଫେନ୍ସ କ୍ଷେତ୍ରରେ ପୋଲିସ ପାଇଛି ସଫଳତା । ଦୁଇ ସହରରେ ୧୮ଟି ଏହିଭଳି ମାମଲାର ସମାଧାନ କରିଛି କମିଶନରେଟ ପୋଲିସ ।

ସେହିପରି ଗୁରୁତ୍ବପୂର୍ଣ୍ଣ ମାମଲାଗୁଡ଼ିକର ସୁପରଭିଜନ କରିବା ପାଇଁ ମଧ୍ୟ ଜୋନାଲ୍ ଏସିପିମାନଙ୍କୁ କୁହାଯାଇଛି । ବିଭିନ୍ନ ଥାନା ଅଞ୍ଚଳରେ ହତ୍ୟା, ଲୁଟ, ରାହଜାନି ଭଳି ଯେଉଁ ପୁରୁଣା ମାମଲା ପଡ଼ି ରହିଛି, ସେଗୁଡ଼ିକର ତଦନ୍ତ ସାରିବା ପାଇଁ ମଧ୍ୟ ଥାନା IICମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର୍। ଏହି ସମୀକ୍ଷା ବୈଠକରେ ଅମାନିଆ ଚାଳକଙ୍କୁ ସାବାଡ଼ କରିବା ପାଇଁ ଟ୍ରାଫିକ ଏନଫୋର୍ସମେଣ୍ଟକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ବିଶେଷ କରି ଇ-ଚାଲାଣ ଫାଙ୍କୁଥିବା ଗାଡି ଚାଳକଙ୍କଠାରୁ ଫାଇନ ଆଦାୟ କରିବା ଲାଗି କୁହାଯାଇଛି । ସେହିପରି ସାଇବର ମାମଲା ରାଜଧାନୀରେ ବଢୁଛି । ଏହାକୁ ରୋକିବା ପାଇଁ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ ହେଉଛି ବୋଲି ଏଥିରେ କୁହାଯାଇଛି ।

ସେହିପରି ନିଶା କାରବାର ରୋକିବା ଓ ସରକାରୀ କ୍ବାର୍ଟରରେ ଚାଲିଥିବା ଦଖଲକୁ ରୋକିବା ପାଇଁ ଟିମ ଗଠନ ହୋଇଥିବା କହିଛନ୍ତି କମିଶନର । ରାତିରେ ଫେରୁଥିବା କର୍ମଜୀବୀ ମହିଳା, ପବ୍ଲିକ ଟ୍ରାନ୍ସପୋର୍ଟରେ ଯାତ୍ରୀଙ୍କ ସୁରକ୍ଷା, ହୋଟେଲକୁ ଆସୁଥିବା ଅତିଥୀଙ୍କ ସମ୍ପର୍କରେ ଧ୍ୟାନ ଦେବାକୁ ମଧ୍ୟ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର। ସେହିପରି ଭୁବନେଶ୍ବରରେ ଜନସାଧାରଙ୍କ ସଂଖ୍ୟା ବଢୁଥିବା ବେଳେ ନିଶା ସେବନ ମଧ୍ୟ ସହରରେ ବଢୁଛି । ଏହାକୁ ନେଇ ୨୦୨୦ରୁ ଏହାର ନିରାକରଣ ପାଇଁ ଓଡ଼ିଶା ପୋଲିସ ଓ କମିଶନରେଟ ପୋଲିସ ଏକ ଅଭିଯାନ ଆରମ୍ଭ କରାଯାଇଥିଲା । ଏହାକୁ ନେଇ ସଚେତନତା ରହି ଏଥିରୁ ନିବୃତ୍ତ ହେବା ପାଇଁ ଲୋକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ବୁଝାଉଥିବା ବେଳେ ବର୍ତ୍ତମାନ ନିଶା ସେବକଙ୍କୁ ବେଶୀ ଚିହ୍ନଟ ହେଉଛି ବୋଲି କହିଛନ୍ତି ।

ଏହି ଅପରାଧ ସମୀକ୍ଷା ବୈଠକରେ ୫ ବର୍ଷ ପୁରୁଣା ମାମଲାର ଓ ସମ୍ବେଦନଶୀଳ ମାମଲା ରହିଛି ତାହାର କିଭଳି ତୁରନ୍ତ ସମାଧାନ ହୋଇପାରିବ ସେନେଇ ଆଲୋଚନା ହୋଇଥିଲା । ଆଉ ଏହାର ସମାଧାନ ଦିଗରେ ଅଧିକ କ୍ରିୟାଶୀଳ ହେବ ସହ ସେନେଇ ସିପି ପରମର୍ଶ ଦେଇଛନ୍ତି । ସମୟ ସୀମା ଭିତରେ ମାମଲାର ସମାଧାନ ହେବା ସହ ଦଣ୍ଡବିଧାନ କ୍ଷେତ୍ରରେ କମିଶନରେଟ ପୋଲିସକୁ ସଫଳତା ଆଗକୁ ଜାରି ରହିବ ବୋଲି କହିଛନ୍ତି ପୋଲିସ କମିଶନର । ଜନସାଧାରଣଙ୍କୁ ସାଧାରଣତ ସଚେତନତା ରହିବା ସହ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଥିବା ବେଳେ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଜନସାଧାରଣଙ୍କ ସହଭାଗିତା ଲୋଡିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.