ETV Bharat / state

ସାଂସଦଙ୍କ ପ୍ରତି ବିପଦ ଥିଲେ ବଢିବ ସୁରକ୍ଷା: କମିଶନର

author img

By ETV Bharat Odisha Team

Published : Dec 27, 2023, 7:16 PM IST

Aparajita Sarangi Security Issue: ସୁରକ୍ଷା ପ୍ରସଙ୍ଗ ନେଇ ସାଂସଦ ଅପରାଜିତା ଷଡଙ୍ଗୀ କ୍ଷୋଭ ପ୍ରକାଶ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । ଆବଶ୍ୟକସ୍ଥଳେ ସୁରକ୍ଷା ବ୍ୟବସ୍ଥାର ବୃଦ୍ଧି କରାଯିବା ନେଇ କହିଛନ୍ତି କମିଶନର । ଅଧିକ ପଢନ୍ତୁ

security issue
ସୁରକ୍ଷା ପ୍ରସଙ୍ଗ
ସୁରକ୍ଷା ପ୍ରସଙ୍ଗ

ଭୁବନେଶ୍ବର: ବୁଦ୍ଧେଶ୍ବରୀ କଲୋନିରେ‌ ସାଂସଦ ହଟହଟା ହେବା ପ୍ରସଙ୍ଗ। ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନରଙ୍କ ପ୍ରତିକ୍ରିୟା। ସାଂସଦଙ୍କ ପ୍ରତି ବିପଦ ଥିଲେ ଆହୁରି କଡା ସୁରକ୍ଷା ବ୍ୟବସ୍ଥା କରାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । ସୋମବାର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବୁଦ୍ଧେଶ୍ବରୀ କଲୋନିରେ ଘେରିଥିଲେ ଲୋକେ। ଦୁଇ ଘଣ୍ଟା ଧରି କାର୍ ଭିତରେ ସାଂସଦଙ୍କୁ ଅଟକ ସହ ଗାଡି ସାମ୍ନାରେ ହୋହଲ୍ଲା କରିଥିଲେ । ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ନେଇ କ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ। ଏହାପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ପରେ ପୋଲିସର ତତ୍ପରତା ପ୍ରକାଶ ପାଇଛି । ସୁରକ୍ଷା ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ କହିଛନ୍ତି, "ସାଂସଦଙ୍କ ପ୍ରତି ବିପଦ ବା ଥ୍ରେଟ୍ ଥିଲେ ବଢିବ ସୁରକ୍ଷା। ଏନେଇ ଆମର ଡିଆଇବି ରୀତିମତ ସାଂସଦଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗରେ ଅଛନ୍ତି। ତାଙ୍କ ଗସ୍ତ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଏଥିପାଇଁ ସାଂସଦଙ୍କୁ ପାଇଲଟି ଏସକର୍ଟ ଦିଆଯାଉଛି । ନିର୍ଦ୍ଦିଷ୍ଟ ମିଟିଂ ଥିଲେ ସ୍ଥାନୀୟ ଥାନା ଓ ପୋଲିସ ବନ୍ଦୋବସ୍ତ ମଧ୍ୟ ଦିଆଯାଉଛି । କିପରି ଗସ୍ତ ସୁରକ୍ଷିତ ହେବ ଆମର ଅଫିସର ଯୋଗାଯୋଗରେ ରହୁଛନ୍ତି। ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଅନୁସାରେ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଉଛି ।"

ଏହା ମଧ୍ୟ ପଢନ୍ତୁ...ସାଂସଦଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି, ସହି ପାରୁନି ଶାସକ ଦଳ: ବାବୁ ସିଂ

ଏହା ମଧ୍ୟ ପଢନ୍ତୁ...ବିରୋଧ ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସାଂସଦ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମାଗିଲେ ଜବାବ

କମିଶନର ଆହୁରି ମଧ୍ୟ କହିଛନ୍ତି, "କିଛି ଦିନ ହେବ ତାଙ୍କ ଗସ୍ତ ସମୟରେ‌ କିଛି ଲୋକ ସାଂସଦଙ୍କୁ ପ୍ରଶ୍ନ କରୁଛନ୍ତି। ବୁଦ୍ଧେଶ୍ବରୀ କଲୋନିର ସଭାକୁ ଯିବା ସମୟରେ ବିରୋଧ କରି କିଛି ଲୋକ ପ୍ରଶ୍ନ ପଚାରିଥିଲେ। ଯାହାକୁ ନେଇ ସେଠାରେ ଲୋକେ ହୋହଲ୍ଲା କରିବା ସହ ତାଙ୍କ ଗାଡି ଆଗରେ‌ ବସିଥିଲେ। ତେଣୁ ବିଳମ୍ବ ହୋଇଥିଲା । ସେନେଇ ସାଂସଦ କ୍ଷୋଭ ପ୍ରକାଶ କରିଥିଲେ । କିନ୍ତୁ ଆମ ଅଧିକାରୀଙ୍କ ତରଫରୁ ସାଂସଦଙ୍କୁ ସୁରକ୍ଷିତ ଭାବେ ନିଆଯାଇଥିଲା। ତେବେ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ କରିଥିବା ଅଭିଯୋଗ ବିଷୟରେ ଆମେ ଅବଗତ ଅଛୁ । ଯଦି ସାଂସଦଙ୍କ ପ୍ରତି ବିପଦ ରହିଛି, ଆମେ ସୁରକ୍ଷାର ଆହୁରି କଡ଼ା ବନ୍ଦୋବସ୍ତ କରିବୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.