ETV Bharat / state

ଭୁବନେଶ୍ବରରେ ଉପରମୁହାଁ ଅପରାଧୀ, ବ୍ରେକ ଲଗାଇବାକୁ ପୋଲିସର ଜେଲ୍‌ ପରେଡ

author img

By

Published : May 7, 2023, 7:52 PM IST

ଝାରପଡ଼ା ଜେଲରେ କମିଶନରେଟ ପୋଲିସର ଜେଲ ପରେଡ। ଏଥିରେ ସାମିଲ ହୋଇ ପୁରୁଣା ଦାଗୀ ଅପରାଧୀଙ୍କୁ ଚିହ୍ନିଲେ ନବନିଯୁକ୍ତ ପୋଲିସ ଅଧିକାରୀ। ଅଧିକ ପଢନ୍ତୁ

Jail parade
Jail parade
ଭୁବନେଶ୍ବରରେ ଉପରମୁହାଁ ଅପରାଧୀ

ଭୁବନେଶ୍ବର: ଅପରାଧୀଙ୍କ ଗତିବିଧି ଉପରେ ଲାଗୁନି ବ୍ରେକ । ନୂଆ ନୂଆ ଢଙ୍ଗରେ ଅପରାଧୀ ରଚୁଛନ୍ତି ଆତଙ୍କ । ସହରରେ ଅପରାଧରେ ବ୍ରେକ ଲଗାଇବା ମୁସ୍କିଲ ହୋଇପଡୁଥିବା ବେଳେ ଅପରାଧୀଙ୍କୁ ସାବାଡ କରିବା ଲାଗି ପୋଲିସ ଜେଲ ପରେଡ। ପୁରୁଣା ଦାଗୀ ଅପରାଧୀଙ୍କୁ ଚିହ୍ନିବା ଲାଗି ଝାରପଡ଼ା ଜେଲରେ ପହଞ୍ଚିଛନ୍ତି କମିଶନରେଟ ପୋଲିସର 40ରୁ ଊର୍ଦ୍ଧ୍ବ ଅଫିସର।

ରାଜ୍ୟ ବାହାରର ଅପରାଧୀ କେତେ ରହିଛନ୍ତି ? ସେମାନଙ୍କର ନେଟୱର୍କ କିପରି ଅପରେଟ ହେଉଥିଲା ? ସେମାନଙ୍କ ନାଁରେ ଆଉ କେଉଁ ଅପରାଧୀ ତାଲିକା ରହିଛି । ଏହା ସହିତ ବିଶେଷ କରି ପ୍ରପର୍ଟି ଅଫେନ୍ସ ବା ଚୋରି ଛିନତାଇ, ଡକାୟତି ଭଳି ମାମଲାର ଗିରଫ ଅପରାଧୀଙ୍କ କିଛି ଲିଙ୍କ୍‌ ଅନ୍ୟ ଅପରାଧୀଙ୍କ ସହ ରହିଛି କି ? କେତେ ଅପରଧୀ ପ୍ରଥମ ଅପରାଧ କରି ନୂଆ କରି ଜେଲ ଆସିଛନ୍ତି ? ଏଥିସହ କେଉଁ କ୍ରିମିନାଲ ଜେଲ୍‌ରୁ ବାହାରି ପୁଣି କମ ବ୍ୟବଧାନରେ ଅପରାଧୀ କରି ପୁଣି ଜେଲ୍‌ ଆସିଛନ୍ତି । ଏ ସମସ୍ତ ଦିଗକୁ ନେଇ ଅପରାଧୀଙ୍କ ଗତିବିଧି ଉପରେ ପୁରା ଡାଟା ତିଆରି କରିବା ସହ ନୂଆ କରି ଯୋଗ ଦେଇଥିବା SIମାନଙ୍କୁ ଅପରାଧୀଙ୍କ ସମ୍ପର୍କରେ ଅବଗତ କରାଇଛନ୍ତି ।

ଏହା ବି ପଢନ୍ତୁ- Jail Parade: ଜେଲରେ ଅପରାଧୀଙ୍କୁ ଚିହ୍ନିଲେ ୩୦ ନୂଆ SI, କ୍ରିମିନାଲ ଟ୍ରାକ ପାଇଁ ନୂଆ ରଣନୀତି

ଭୁବନେଶ୍ବର ଡିସିପି ପ୍ରପର୍ଟି ଅଫେନ୍ସ ପ୍ରପର୍ଟି ଡିଟେକ୍ସନ ଟିମରେ ପରିବର୍ତ୍ତନ କରାଯାଇଥିବା ବେଳେ ଏହି ଦାୟିତ୍ବ ନୂଆ SIଙ୍କୁ ମିଳଛି । ଏଥିଲାଗି ସେମାନଙ୍କୁ ଅପରାଧୀ ଚିହ୍ନଟ ପ୍ରକ୍ରିୟାରେ ସାମିଲ କରାଯାଇଛି । ଏହି ପ୍ରକ୍ରିୟା ଦ୍ବାରା ନବନିଯୁକ୍ତ ପୋଲିସ ଅଧିକାରୀମାନେ ଅପରାଧୀଙ୍କ ବିଷୟରେ ଜାଣିପାରିବେ ବୋଲି କହିଛନ୍ତି ଅତିରିକ୍ତ ଡିସିପି ପ୍ରକାଶ ପାଲ । ଏନେଇ ନିୟମିତ ବ୍ୟବଧାନରେ ଜେଲ୍‌ ପରେଡ ଆରମ୍ଭ ହୋଇଛି । ଅପରାଧୀଙ୍କ ବିଷୟରେ‌ ଜାଣିବାକୁ ନୂଆ ଅଫିସରଙ୍କୁ ଏନେଇ ଅବଗତ କରାଯାଉଛି । କମିଶନରେଟ ପୋଲିସର ଭୁବନେଶ୍ବର ୟୁପିଡିରେ ଯୋଗଦେଇଥିବା ୩୯ଜଣ ଏସଆଇଙ୍କୁ ମଧ୍ୟରୁ ମଧ୍ୟ ନୂଆ ଅଫିସର ଜେଲ ପରେଡ ବିଷୟରେ ଜାଣିଛନ୍ତି ।

ଏବେ କ୍ରାଇମ୍‌ କ୍ରିମିନାଲ ଟ୍ରାକ କରିବାରେ କିପରି ସହାୟକ ହେବ ଏନେଇ ଅଫିସରଙ୍କୁ ଅବଗତ କରାଯାଇଛି । ପୁରା ଟିମ୍ ଲିଡ୍‌ କରିଛନ୍ତି ବୋଲି କହିଛନ୍ତି ଏସିପି କେସି ପଲେଇ । ଏହାସହ ଅନ୍ୟ ଏସିପି ମାନସ ଗଡ଼ନାୟକ, ଏସଏନ ମୁଦୁଲି ସହ ବିଭିନ୍ନ ଥାନାର ଇନସ୍ପେକ୍ଟର ମଧ୍ୟ ଜେଲ ପରେଡରେ ଯୋଗ ଦେଇଥିଲେ‌ । ପୂର୍ବରୁ ଗତ ଏପ୍ରିଲ ୯ ତାରିଖରେ ଜେଲ୍‌ ପରେଡ ହୋଇଥିଲା । ତେବେ ଏପ୍ରିଲ୍‌ ମାସରେ ପ୍ରତି ମାସ ଭଳି ଅଧିକ ଅପରାଧୀ ଜେଲ୍‌କୁ ଆସିଛନ୍ତି ।

ଏଥର ଅଧିକାଂଶ ଏନଡିପିଏସ ଅପରାଧୀ ବା ନିଶା ବେପାରୀ ରହିଛନ୍ତି । ଗଞ୍ଜେଇ କାରବାରଠାରୁ ଆରମ୍ଭ କରି ବ୍ରାଉନସୁଗାର ଓ ମଦ କାରବାର ଆଦି ମାମଲାରେ ଅନେକ ଅପରାଧୀ ଜେଲ୍‌ ଆସିଛନ୍ତି । ଅନ୍ୟପଟେ ଜେଲ୍‌ରେ ସର୍ଦ୍ଦାର‌‌ ନିର୍ବାଚନ ନେଇ ଅପରାଧୀ ଅପରାଧ କରି ଜେଲକୁ ଆସିଥାଆନ୍ତି । ଏନେଇ କିଛି ଲିଙ୍କ୍‌ ରହିଛି କି ବୋଲି ପ୍ରଶ୍ନରେ ଅତିରିକ୍ତ ଡିସିପି କହିଛନ୍ତି ସେଭଳି କିଛି ନାହିଁ । ଆମର ନଜର ବିଭିନ୍ନ ଦିଗକୁ ରହିଛି ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.